ଫ୍ୟାକ୍ଟ ଚେକ୍: ବେଜିଂର ଦାକ୍ସିଂ ଆନ୍ତର୍ଜାତୀୟ ବିମାନବନ୍ଦରର ଚିତ୍ର ନଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଭାବରେ ଭାଇରାଲ ହେଉଛି

ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟକୁ ଭଲ ଭାବରେ ଯାଂଚ କଲା। ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ୍ ଫଟୋଟି ପ୍ରକୃତରେ ବେଜିଂର ଦାକ୍ସିଂ ଆନ୍ତର୍ଜାତୀୟ ବିମାନବନ୍ଦରର ଅଟେ। ଏହାକୁ ବର୍ତ୍ତମାନ ମିଥ୍ୟା ଦାବି ସହିତ ସେୟାର୍ କରାଯାଉଛି।

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ମୂଳଦୁଆ ପକାଇଛନ୍ତି। ଏଥିସହିତ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ ନଏଡାର ଜେୱାର୍‌ ବିମାନବନ୍ଦର ଦେଶର ସବୁଠୁ ବଡ଼ ଅନ୍ତର୍ଜାତୀୟ ବିମାନବନ୍ଦରଗୁଡ଼ିକ ମଧ୍ୟରୁ ଗୋଟିଏ ହେବ। ତାଙ୍କର ଏହି ଭାଷଣ ପରଠାରୁ ସୋସିଆଲ ମିଡିଆରେ ଗୋଟିଏ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋ ନଏଡାର ଜେୱାର୍‌ ଅନ୍ତର୍ଜାତୀୟ ବିମାନବନ୍ଦରର ବୋଲି ଦାବି କରାଯାଉଛି। ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟଗୁଡିକୁ ଭଲ ଭାବରେ ଯାଂଚ କରିଥିଲା। ଅନୁସନ୍ଧାନ ସମୟରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ ଫଟୋ ବାସ୍ତବରେ ଚାଇନାର ବେଜିଂ ସହରରେ ଥିବା ବିମାନବନ୍ଦରର ଅଟେ। ଏହାକୁ ବର୍ତ୍ତମାନ ମିଥ୍ୟା ଦାବି ସହିତ ସେୟାର୍ କରାଯାଉଛି।

ଭାଇରାଲ୍ ପୋଷ୍ଟରେ କ’ଣ ଅଛି?

ଭାଇରାଲ ଫଟୋ ସେୟାର କରି ଫେସବୁକ ୟୁଜର୍ ମୋହନ ଲାଲ ଜୈନ୍‌ ଲେଖିଛନ୍ତି ଯେ ଆଜି ‘ନଏଡା ଜେୱାର୍‌ ଅନ୍ତର୍ଜାତୀୟ ବିମାନବନ୍ଦର’ (ଏସିଆର ସର୍ବବୃହତ ଅନ୍ତର୍ଜାତୀୟ ବିମାନବନ୍ଦର) ର ଶିଳାନ୍ୟାସ ହେବା ସହିତ ପଶ୍ଚିମ ଉତ୍ତରପ୍ରଦେଶ ବିକାଶର ଏକ ନୂତନ ଉଡ଼ାଣ ଭରିଛି। ଏହି ଅବସରରେ ମୁଁ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି ଏବଂ ଜନତା-ଜନାର୍ଦ୍ଦନଙ୍କୁ ଅଭିନନ୍ଦନ ଜଣାଉଛି।

ଭାଇରାଲ୍ ପୋଷ୍ଟର ବିଷୟବସ୍ତୁ ଏଠାରେ ଅବିକଳ ଲେଖାଯାଇଛି। ପୋଷ୍ଟର ଆର୍କାଇଭ୍ଡ ଭର୍ସନ୍ ଏଠାରେ ଦେଖନ୍ତୁ। ୟୁଜରମାନେ ଟ୍ୱିଟରରେ ମଧ୍ୟ ଏହି ଦାବିକୁ ଅଧିକରୁ ଅଧିକ ସେୟାର୍ କରୁଛନ୍ତି।

https://twitter.com/SamiraMishra2/status/1463742287763189762

ଅନୁସନ୍ଧାନ

ଭାଇରାଲ୍ ଦାବିର ସତ୍ୟତା ଜାଣିବା ପାଇଁ, ଆମେ ଗୁଗୁଲ୍ ରିଭର୍ସ ଇମେଜ୍ ମାଧ୍ୟମରେ ଫଟୋଟିକୁ ଖୋଜିଲୁ। ଆମକୁ 26 ସେପ୍ଟେମ୍ବର 2019 ରେ ଦୈନିକ ଜାଗରଣରେ ପ୍ରକାଶିତ ଭାଇରାଲ୍ ଦାବି ସମ୍ବନ୍ଧୀୟ ଏକ ଖବର ମିଳିଲା। ରିପୋର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଭାଇରାଲ ଫଟୋ ବେଜିଂର ଦାକ୍ସିଂ ଅନ୍ତର୍ଜାତୀୟ ବିମାନବନ୍ଦରର ଅଟେ।

ଅନୁସନ୍ଧାନକୁ ଆଗକୁ ବଢ଼ାଇ, ଆମେ ବେଜିଂରେ ଦାକ୍ସିଂ ଅନ୍ତର୍ଜାତୀୟ ବିମାନବନ୍ଦରର ୱେବସାଇଟ୍ ଖୋଜିଲୁ। ଆମକୁ ବିମାନବନ୍ଦରର ୱେବସାଇଟରେ ଭାଇରାଲ୍ ଫଟୋଟି ମିଳିଲା। ଏହା ସହିତ, ସେଠାରେ ଭାଇରାଲ୍ ଫଟୋ ସହିତ ଜଡିତ ଅନ୍ୟାନ୍ୟ ଫଟୋ ମଧ୍ୟ ଆମେ ଦେଖିପାରିଲୁ।

ଅଧିକ ବିବରଣୀ ପାଇଁ, ଆମେ ଦୈ ନିକ ଜାଗରଣର ନଏଡା ଖବରଦାତା ଧର୍ମେନ୍ଦ୍ର ଚନ୍ଦେଲଙ୍କ ସହ ଯୋଗାଯୋଗ କଲୁ। ଭାଇରାଲ୍ ଦାବି ମିଥ୍ୟା ବୋଲି ସେ ଆମକୁ କହିଥିଲେ। ଭାଇରାଲ ହେଉଥିବା ଫଟୋ ନଏଡାର ଜେୱାର୍ ବିମାନବନ୍ଦରର ନୁହେଁ। ଭୁଲ ଫଟୋକୁ ଜେୱାର୍ ବିମାନବନ୍ଦର ନାମରେ ଭାଇରାଲ କରାଯାଉଛି।

ଅନୁସନ୍ଧାନ ଶେଷରେ, ଆମେ ଫେସବୁକ୍ ବ୍ୟବହାରକାରୀଙ୍କ ସୋସିଆଲ୍ ସ୍କାନିଂ କରିଥିଲୁ ଯିଏ ଏହି ପୋଷ୍ଟକୁ ସେୟାର କରିଥିଲେ। ସ୍କାନିଂରୁ, ଆମେ ଜାଣିବାକୁ ପାଇଲୁ ଯେ ଫେସବୁକ ବ୍ୟବହାରକାରୀ ମୋହନ ଲାଲ ଜୈନ ତାଙ୍କର ଅଧିକାଂଶ ତଥ୍ୟ ହାଇଡ୍ କରି ରଖିଛନ୍ତି। ତେବେ ତାଙ୍କ ଫେସବୁକରେ ଦିଆଯାଇଥିବା ପ୍ରତିକ୍ରିୟା ଅନୁଯାୟୀ ସେ ରାଜସ୍ଥାନର ଯୋଧପୁରରୁ ଶିକ୍ଷା ସମାପ୍ତ କରିଛନ୍ତି ଏବଂ ବର୍ଷ ବର୍ଷ ଧରି ସେଠାକାର କମ୍ପାନୀଗୁଡ଼ିକରେ କାର୍ଯ୍ୟ କରିଛନ୍ତି।

निष्कर्ष: ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟକୁ ଭଲ ଭାବରେ ଯାଂଚ କଲା। ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ୍ ଫଟୋଟି ପ୍ରକୃତରେ ବେଜିଂର ଦାକ୍ସିଂ ଆନ୍ତର୍ଜାତୀୟ ବିମାନବନ୍ଦରର ଅଟେ। ଏହାକୁ ବର୍ତ୍ତମାନ ମିଥ୍ୟା ଦାବି ସହିତ ସେୟାର୍ କରାଯାଉଛି।

False
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ