ବିଶ୍ବାସ ନ୍ୟୁଜ୍ ଟାଇମ୍ସ ମାଗାଜିନର ଭାଇରାଲ୍ ଫଟୋର ଯାଞ୍ଚ କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ଫଟୋକୁ ନେଇ କରାଯାଉଥିବା ଦାବି ଭୁଲ୍ ଅଟେ । ଏହି ଫଟୋ ଗ୍ରାଫିକ୍ସ ଡିଜାଇନର୍ ପୈଟ୍ରିକ୍ ମୁଲ୍ଡର୍ ବନେଇଥିବା ଏକ କଳାକୃତି ଅଟେ ।
ବିଶ୍ବାସ ନ୍ୟୁଜ୍ ( ନୂଆ ଦିଲ୍ଲୀ) ରୁଷ୍- ୟୁକ୍ରେନ୍ ବିବାଦ ମଧ୍ୟରେ, ଟାଇମ୍ସ ମାଗାଜିନର ଦୁଇଟି ଫଟୋ ଭାଇରାଲ୍ ହେବାରେ ଲାଗିଛି । ଫଟୋରେ ଭ୍ଲାଦିମିର୍ ପୁଟିନଙ୍କୁ ‘ହିଟଲରଙ୍କ ନିଶ ଏବଂ ଆଖି’ ସହ ଚିତ୍ରିତ କରାଯାଇଛି । ଭାଇରାଲ୍ ହେଉଥିବା ଫଟୋ ଉପରେ ଲେଖାଯାଇଛି, ଇତିହାସ ଦୋହରିଛି । ଏହି ଫଟୋକୁ ସେୟାର୍ କରି ଦାବି କରାଯାଇଛି ଯେ, ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଏବଂ ଯୁଦ୍ଧ ଆରମ୍ଭ କରିବାରୁ ଟାଇମ୍ସ ମାଗାଜିନ୍ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ହିଟଲରଙ୍କ ସହ ତୁଳନା କରିଛି । ବିଶ୍ବାସ ନ୍ୟୁଜ୍ ଭାଇରାଲ୍ ହେଉଥିବା ଏହି ଫଟୋର ଯାଞ୍ଚ କରିଥିଲା ଏବଂ ଜାଣିବାକୁ ପାଇଥିବା ଫଟୋକୁ ନେଇ କରାଯାଉଥିବା ଦାବି ଭୁଲ୍ । ଏହି ଫଟୋ ଗ୍ରାଫିକ୍ ଡିଜାଇନର୍ ପୈଟ୍ରିକ୍ ମୁଲ୍ଡର୍ ତିଆରି ଏକ କଳାକୃତି ଅଟେ ।
ଫେସବୁକ୍ ୟୁଜର୍ Yogendra Tnb (डॉ योगेन्द्र) ଏହି ଭାଇରାଲ୍ ଫଟୋକୁ ସେୟାର୍ କରି ଲେଖଛନ୍ତି, “ହିଟଲର୍ ବନାମ ପୁଟିନ୍ ।”
ୟୁଜରଙ୍କ ଦ୍ବାରା ସେୟାର୍ କରାଯାଇଥିବା କଣ୍ଟେଣ୍ଟରେ ଏହିଭଳି ଲେଖାଯାଇଛି । ପୋଷ୍ଟର ଆର୍କାଇଭ ଭର୍ସନ୍ ଏଠାରେ ଦେଖାଯାଇ ପାରିବ । ଅନ୍ୟ ଜଣେ ୟୁଜର୍ Harbans Wasson ମଧ୍ୟ ଏହିଭଳି ସମାନ ଦାବି ସହ ନିଜ ଏକାଉଣ୍ଟରେ ପୋଷ୍ଟ ସେୟାର୍ କରିଛନ୍ତି ।
ଭାଇରାଲ୍ ଦାବିର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ କିଛି କି ୱାର୍ଡ ମାଧ୍ୟମରେ ସର୍ଚ୍ଚ କରିଥିଲୁ । ଏହି ସମୟରେ ଆମକୁ ଟାଇମ୍ସ ମାଗାଜିନ୍ ଦ୍ବାରା ପ୍ରକାଶିତ ଅସଲି ଫଟୋ ଟାଇମ୍ସର ଔପଚାରିକ ଟ୍ବିଟର୍ ଏକାଉଣ୍ଟରେ 25 ଫେବୃୟାରୀ 2022 ରେ ଅପଲୋଡ୍ ହୋଇଥିବା ମିଳିଥିଲା । ଅସଲି ଫଟୋରେ ଟ୍ୟାଙ୍କ୍ ସହ ସେନା କର୍ମଚାରୀଙ୍କୁ ଦେଖାଯାଇଛି । ଏହାର ଶୀର୍ଷକ ରହିଛି ଇତିହାସର ପ୍ରତ୍ୟାବର୍ତ୍ତନ ଏବଂ ଉପଶୀର୍ଷକରେ ଲେଖା ହୋଇଛି ଏହି ପ୍ରକାରେ ପୁଟିନ୍ ୟୁରୋପୀୟଙ୍କ ସ୍ବପ୍ନ ଭାଙ୍ଗିଲେ ।
ଅଧିକ ଅନୁସନ୍ଧାନ କରି ଆମେ ଟାଇମ୍ସ ମାଗାଜିନ୍ ର ଔପଚାରିକ ୱେବସାଇଟ୍ ଘାଣ୍ଟିବା ଆରମ୍ଭ କରିଥିଲୁ । ଆମକୁ ସେଠାରେ ଭାଇରାଲ୍ ହେଉଥିବା ଫଟୋ ମିଳି ନଥିଲା ।
ମିଳିଥିବା ସୂଚନା ଆଧାରରେ ଆମେ ଗୁଗୁଲରେ କିଛି କି ୱାର୍ଡ ଦେଇ ସର୍ଚ୍ଚ କରିଥିଲୁ । ଏହି ସମୟରେ ଆମକୁ दौरान हमें ପୈଟ୍ରିକ୍ ମୁଲ୍ଡର୍ ନାମକ ଜଣେ ଟ୍ପିଟର୍ ୟୁଜରଙ୍କ ଆକାଉଣ୍ଟରେ ଭାଇରାଲ୍ ଫଟୋ ମିଳିଥିଲା । ଏହି ୟୁଜର୍ ଟ୍ବିଟ୍ କରି ଲେଖିଥିଲେ ଭାଇରାଲ୍ ଫଟୋଟି ସେ ତିଆରି କରିଛନ୍ତି ।
ଘଟଣାର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ଆମେ ଟ୍ବିଟର୍ ମାଧ୍ୟମରେ ପୈଟ୍ରିକ୍ ମୁଲ୍ଡରଙ୍କ ସହ ସଂପର୍କ କରିଥିଲୁ । ,ସେ କହିଥିଲେ ଯେ ଭାଇରାଲ୍ ହେଉଥିବା ଦାବି ଭୁଲ୍ ଅଟେ । ଏହି ଫଟୋକୁ ଟାଇମ୍ସ ମାଗାଜିନ୍ ଛାପି ନାହିଁ । ଏହି ଫଟୋ ମୁଁ ତିଆରି କରିଛି । ମୁଁ ଜଣେ ଗ୍ରାଫିକ୍ସ ଡିଜାଇନର୍ । ମୋର ଉଦ୍ଦେଶ୍ୟ ଟାଇମ୍ସ କଭର୍ ରେ କଳାକୃତି ତିଆରି କରିବାର ନଥିଲା । ମୁଁ କିଛି ଏପରି ତିଆରି କରିବାକୁ ଚାହୁଁଥିଲି, ଯାହା ୟୁକ୍ରେନ ଉପରେ ଆକ୍ରମଣର ଆଖପାଖରେ ସମ୍ବନ୍ଧିତ ରହିବ ଏବଂ ଜନତାଙ୍କ ମୁଡ୍ ଉଲ୍ଲେଖ କରିପାରୁଥିବ ।
ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନର ଚୁଡ଼ାନ୍ତ ପର୍ଯ୍ୟାୟରେ ସେହି ପ୍ରୋଫାଇଲର ପୃଷ୍ଠଭୂମୀର ମଧ୍ୟ ଯାଞ୍ଚ କରିଥିଲା, ଯେଉଁଥିରେ ଭାଇରାଲ୍ ପୋଷ୍ଟ ସେୟାର୍ କରାଯାଇଥିଲା । ଆମେ ଜାଣିବାକୁ ପାଇଥିଲୁ ଯେ, ୟୁଜରଙ୍କ ଫେସବୁକ୍ ରେ 4300ରୁ ଅଧିକ ଫ୍ରେଣ୍ଡ୍ ଅଛନ୍ତି । Yogendra Tnb (ଡଃ ଯୋଗେନ୍ଦ୍ର) ଫେସବୁକରେ ସେପ୍ଟେମ୍ବର 2017ରୁ ସକ୍ରିୟ ଅଛନ୍ତି ।
निष्कर्ष: ବିଶ୍ବାସ ନ୍ୟୁଜ୍ ଟାଇମ୍ସ ମାଗାଜିନର ଭାଇରାଲ୍ ଫଟୋର ଯାଞ୍ଚ କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ଫଟୋକୁ ନେଇ କରାଯାଉଥିବା ଦାବି ଭୁଲ୍ ଅଟେ । ଏହି ଫଟୋ ଗ୍ରାଫିକ୍ସ ଡିଜାଇନର୍ ପୈଟ୍ରିକ୍ ମୁଲ୍ଡର୍ ବନେଇଥିବା ଏକ କଳାକୃତି ଅଟେ ।
Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923