X
X

ସତ୍ୟତା ଯାଞ୍ଚ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏସପିଜିଙ୍କ ନିର୍ଦ୍ଦେଶରେ ନିଜ ଆସନ ବଦଳାଇଥିବାର ମିଥ୍ୟା ଦାବି ଭାଇରାଲ

ନୂଆଦିଲ୍ଲୀ (ବିଶ୍ଵାସ ନ୍ଯୁଜ )। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଏଥିରେ ମନମୋହନ ସିଂ ତାଙ୍କ ଚେୟାରରୁ ଉଠୁଥିବା ଏବଂ ସୋନିଆ ଗାନ୍ଧୀ ଚେୟାରରେ ବସୁଥିବାର ନଜର ଆସିଛି । ଏହାକୁ ସେୟାର କରି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି ଯେ କଂଗ୍ରେସ ଶାସନ କାଳରେ ବୈଠକ ଚାଲୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆସନରୁ ଉଠାଇ ସାଇଡରେ ବସିବାକୁ କୁହା ଯାଉଥିଲା ।

ବିଶ୍ଵାସ ନ୍ୟୁଜ୍ ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଛି ଯେ ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଭିଡିଓଟି ଅସମ୍ପୂର୍ଣ୍ଣ ଅଟେ ଏବଂ ଭ୍ରମାତ୍ମକ ଦାବି ସହିତ ଅପ ପ୍ରଚାର ଉଦ୍ଦେଶ୍ୟରେ ଭାଇରାଲ କରାଯାଉଛି। ବାସ୍ତବରେ, 2011 ରେ ୟୁପିଏ ବୈଠକ ଚାଲିଥିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ସୋନିଆ ଗାନ୍ଧୀ ଭୁଲରେ ଜଣେ ଅନ୍ୟ ଜଣଙ୍କ ଚେୟାରରେ ବସିଥିଲେ। ପରେ ଏସପିଜିଙ୍କ ନିର୍ଦ୍ଦେଶରେ ମନମୋହନ ସିଂ ଏବଂ ସୋନିଆ ଗାନ୍ଧୀ ସେମାନଙ୍କ ଚେୟାର ବଦଳାଇ ଥିଲେ।

ଭାଇରାଲ୍ ପୋଷ୍ଟରେ କଣ ଅଛି

ଏପ୍ରିଲ 15 ରେ ଭିଡିଓ ସେୟାର କରି ଫେସବୁକ ବ୍ୟବହାରକାରୀ ‘ହିରାଲାଲ ଯାଦବ’ (ଆର୍କାଇଭ ଲିଙ୍କ) ଲେଖିଛନ୍ତି,

“କଂଗ୍ରେସ ଶାସନ କାଳରେ ବୈଠକ ଚାଲୁଥିବା ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ତାଙ୍କ ଚେୟାରରୁ ଉଠାଇ ପାର୍ଶ୍ୱରେ ବସାଇ ଦିଆଯାଉଥିଲା …… ବାରମ୍ବାର ଏପରି ଅପମାନକୁ ପ୍ରଧାନମନ୍ତ୍ରୀ କିପରି ସହ୍ୟ କରୁଥିଲେ? କେବେବି କିଛି କହୁ ନଥିଲେ ଏହା ସତ୍ତ୍ୱେ କଂଗ୍ରେସ କର୍ମୀମାନେ ଏବେ ଗଣତନ୍ତ୍ରକୁ ବିପଦରୁ ରକ୍ଷା କରିବା ବିଷୟରେ କିପରି କଥା ହେଉଛନ୍ତି ……। ??? ”

ଅନୁସନ୍ଧାନ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ ଭାଇରାଲ ହୋଇଥିବା ଦାବିକୁ ଅନୁସନ୍ଧାନ କରିବା ପାଇଁ ଆମେ ପ୍ରଥମେ ଗୁଗୁଲରେ ଏହା ବିଷୟରେ କୀ ୱାର୍ଡ ସହିତ ଖୋଜିଥିଲୁ। ଇଣ୍ଡିଆ ଟିଭିର ୟୁଟ୍ୟୁବ୍ ଚ୍ୟାନେଲରେ ଆମେ ଏହା ସହ ଜଡିତ ଭିଡିଓ ନ୍ୟୁଜ୍ ପାଇଲୁ | ଏହାକୁ 14 ଡିସେମ୍ବର 2011 ରେ ଅପଲୋଡ୍ କରା ଯାଇଥିଲା | ଏହା ଅନୁଯାୟୀ, “ମନମୋହନ ସିଂ ଏବଂ ସୋନିଆ ଗାନ୍ଧୀଙ୍କ ଚେୟାରଗୁଡିକ ୟୁପିଏ ବୈଠକରେ ଅଦଳବଦଳ ହୋଇ ଯାଇଥିଲା। ମନମୋହନ ସିଂ ଏବଂ ସୋନିଆ ଗାନ୍ଧୀ ଭୁଲରେ ଜଣେ ଅନ୍ୟ ଜଣଙ୍କ ଚେୟାରରେ ବସି ଯାଇଥିଲେ। ପରେ, ଏସପିଜିଙ୍କ ହସ୍ତକ୍ଷେପ ପରେ ଉଭୟଙ୍କୁ ଚେୟାରରୁ ଉଠିବାକୁ ପଡିଥିଲା। ଯେଉଁ ଚେୟାରରେ ମନମୋହନ ସିଂ ଏହାକୁ ନିଜର ବୋଲି ଭାବି ବସିଥିଲେ, ତାହା ସୋନିଆ ଗାନ୍ଧୀଙ୍କର ଥିଲା। ଏସପିଜିଙ୍କ ନିର୍ଦ୍ଦେଶରେ ପରେ ସେ ନିଜ ଚେୟାରରେ ବସିଥିଲେ। ୟୁପିଏର ବୈଠକ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଅନୁଷ୍ଠିତ ହୋଇଥିଲା ।‘’ ଏଥିରେ ଭାଇରାଲ୍ ଭିଡିଓ କ୍ଲିପ୍ ଟିକୁ ମଧ୍ୟ ଦେଖିବାକୁ ମିଳି ପାରିବ |

ନଭେମ୍ବର 8, 2019 ରେ ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ଆର୍ଟିକିଲ ଅନୁଯାୟୀ, ଏସପିଜି ଏକ ବିଶିଷ୍ଟ ସୁରକ୍ଷା ବଳ , ଦେଶର ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ଏହା ଗଠିତ ହୋଇଛି । ବର୍ତ୍ତମାନ ଏଥିରେ ପ୍ରାୟ 3000 ଜବାନ ଅଛନ୍ତି। ଯଦି ଗାନ୍ଧୀ ପରିବାର ଏସପିଜି ସୁରକ୍ଷା ହରାନ୍ତି, ତେବେ କେବଳ ପିଏମ ମୋଦୀ ଏସପିଜି ସୁରକ୍ଷା ଅଧୀନରେ ରହିବେ।

ଏହି ପରିପ୍ରେକ୍ଷୀରେ ୟୁପି କଂଗ୍ରେସ ମୁଖପାତ୍ର ଅଭିମନ୍ୟୁ ତ୍ୟାଗି କୁହନ୍ତି, “କଂଗ୍ରେସରେ ସମସ୍ତଙ୍କୁ ସମ୍ମାନ ଦିଆଯାଏ। ଏସପିଜି ପ୍ରୋଟୋକଲ ଅନୁଯାୟୀ ପ୍ରଧାନମନ୍ତ୍ରୀ କେଉଁଠାରେ ବସିବେ ତାହା ସ୍ଥିର ହୋଇଛି। ଦଳ ବିରୋଧରେ ଖରାପ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଅଧା ଅସମ୍ପୂର୍ଣ୍ଣ ସୂଚନା ଭାଇରାଲ ହୋଇଛି।‘’

ଆମେ ଫେସବୁକ ବ୍ୟବହାରକାରୀ ‘ହିରାଲାଲ ଯାଦବ’ର ପ୍ରୋଫାଇଲ ସ୍କାନ କରିଥିଲୁ, ଯିଏ ଏକ ବିଭ୍ରାନ୍ତିକର ଦାବି ସହିତ ଭିଡିଓ ଭାଇରାଲ କରିଥିଲେ। ଏହା ଅନୁଯାୟୀ ସେ ଭିଲାଇରେ ରୁହନ୍ତି। ଉପଭୋକ୍ତାଙ୍କର ପ୍ରାୟ 1300 ବନ୍ଧୁ ଅଛନ୍ତି ଏବଂସେ ଏକ ନିର୍ଦ୍ଧିଷ୍ଟ ବିଚାରଧାରା ଦ୍ୱାରା ପ୍ରେରିତ ଅଟନ୍ତି |

ସିଦ୍ଧାନ୍ତ: 2011 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାସଭବନରେ ୟୁପିଏ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମନମୋହନ ସିଂ ଏବଂ ସୋନିଆ ଗାନ୍ଧୀ ଭୂଲରେ ଜଣେ ଅନ୍ୟ ଜଣଙ୍କ ଆସନରେ ବସି ଯାଇଥିଲେ। ଏହା ପରେ, ଏସପିଜିଙ୍କ ନିର୍ଦ୍ଦେଶରେ ସେମାନେ ଚେୟାର ବଦଳାଇ ଥିଲେ।

  • Claim Review : କଂଗ୍ରେସ ଶାସନ କାଳରେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆସନରୁ ଉଠାଇ ସାଇଡରେ ବସିବାକୁ ଦିଆଯାଇଥିଲା।
  • Claimed By : FB user- ହିରାଲାଲ ଯାଦବ
  • Fact Check : Misleading
Misleading
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later