X
X

ଫ୍ୟାକ୍ଟ ଚେକ୍: ଓଡ଼ିଶାର ପୁରୁଣା ଭିଡିଓକୁ କୋଲକାତାର କହି ପ୍ରଚାର କରାଯାଉଛି

ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ର ଅନୁସନ୍ଧାନରେ ଏହି ଦାବି ମିଥ୍ୟା ବୋଲି ଜଣାପଡିଛି। ବାସ୍ତବରେ ଏହି ଭିଡିଓଟି ଓଡ଼ିଶାର ଅଟେ। ଏହି ଭିଡିଓ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକରୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପୋଲିସ୍ ଜିପ୍ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରିଥିଲେ। ତେବେ ଏହା ସତ୍ୟ ଯେ ମେ 2 ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ହିଂସା ଦେଖାଦେଇଥିଲା, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ବହୁ ସଂଖ୍ୟକ ଲୋକ ଆହତ ମଧ୍ୟ ହୋଇଥିଲେ।

  • By: Pallavi Mishra
  • Published: May 27, 2021 at 01:00 PM
  • Updated: May 27, 2021 at 02:27 PM

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକମାନେ ପୋଲିସ କାର୍ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟ ସହିତ ଦାବି କରାଯାଉଛି ଯେ ଏହା କୋଲକାତାର ଏକ ଭିଡିଓ ଅଟେ, ଯେଉଁଠାରେ ନିର୍ବାଚନ ଫଳାଫଳ ବାହାରିବା ପରେ ପରିସ୍ଥିତି ଏପରି ହୋଇଛି। ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଦାବି ଭୁଲ ବୋଲି ଜଣାପଡିଛି।

ବାସ୍ତବରେ ଏହି ଭିଡିଓଟି ଓଡ଼ିଶାର ଅଟେ। ଭିଡିଓଟି ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକର ଅଟେ ଯେଉଁଠି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ପୋଲିସ୍ ଜିପ୍ ଉପରେ ଆକ୍ରମଣ କରିଥିଲେ। ତେବେ ଏହା ସତ୍ୟ ଯେ ମେ ୨ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ହିଂସା ଦେଖାଦେଇଥିଲା।

ଭାଇରାଲ୍ ପୋଷ୍ଟରେ କ’ଣ ଅଛି?

ଭାଇରାଲ ଭିଡିଓରେ ଭିଡ଼ ପୋଲିସ କାର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଏହି ପୋଷ୍ଟ ସହିତ ଦାବି କରାଯାଉଛି, #ବଙ୍ଗଳାହିଂସା #ପ୍ରେସିଡେଣ୍ଟ୍ରୁଲ୍ଇନ୍‌ବେଙ୍ଗଲ୍ ପୋଲିସ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆସିଥିଲା ଏବଂ ତାପରେ ଟିଏମସି ଗୁଣ୍ଡାମାନେ ପୋଲିସ୍ ଉପରେ ଆକ୍ରମଣ କରିଥିଲେ। #ଟିଏମ୍‌ସିଗୁଣ୍ଡା # ବଙ୍ଗଳାହିଂସା #ନିଦରୁଉଠନ୍ତୁଅମିତଶାହଜୀ”

ଏହି ପୋଷ୍ଟର ଆର୍କାଇଭ୍ ସଂସ୍କରଣ ଏଠାରେ ଦେଖା ଯାଇପାରିବ।

ତଦନ୍ତ

ପରୀକ୍ଷଣ ପାଇଁ, ଆମେ ଏହି ଭିଡିଓର InVID ଟୁଲ୍ ସାହାଯ୍ୟରେ କୀଫ୍ରେମ୍ଗୁଡ଼ିକ ବାହାର କଲୁ ଏବଂ ତାପରେ ଗୁଗୁଲ୍ ରିଭର୍ସ ଇମେଜରେ ଏହି କୀଫ୍ରେମ୍ଗୁଡିକ ଖୋଜିଲୁ। ଓଡ଼ିଆ ଟିଭି ଚ୍ୟାନେଲ କଳିଙ୍ଗ ଟିଭିର ୟୁଟ୍ୟୁବ୍ ଚ୍ୟାନେଲରେ ଆମକୁ ଏହି କ୍ଲିପ୍ଗୁଡିକ ମିଳିଲା। ଜାନୁୟାରୀ 13 ରେ ପ୍ରକାଶିତ ଖବର ଅନୁଯାୟୀ, ପୋଲିସ୍‌ ମାଡ଼ ଯୋଗୁଁ ଯୁବକଙ୍କ ମୃତ୍ୟୁ ପରେ ଭଦ୍ରକର ସ୍ଥାନୀୟ ଲୋକେ ପୋଲିସ୍ ଭ୍ୟାନ୍‌ ଉପରେ ଆକ୍ରମଣ କରି ଘଉଡ଼ାଇ ଦେଇଥିଲେ।

https://www.youtube.com/watch?v=KsVvT3_fSA4

କନକ ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ମଧ୍ୟ ଆମେ ଏହି କ୍ଲିପ୍ସ ପାଇଲୁ। 13 ଜାନୁୟାରୀ 2021 ରେ ଅପଲୋଡ୍ ହୋଇଥିବା ଏହି ଭିଡିଓର ଖବର ଅନୁଯାୟୀ ଏହି ଘଟଣା ଭଦ୍ରକର ହିଁ ଥିଲା।

Odishatv.in ର ଖବର ଅନୁଯାୟୀ, “ଯୁବକଙ୍କ କଥିତ ଆତ୍ମହତ୍ୟାକୁ ନେଇ କ୍ରୋଧିତ ଭଦ୍ରକ ଜିଲ୍ଲାର ଏକ ଗାଁର ଲୋକମାନେ ବୁଧବାର ଦିନ ପୋଲିସ ଭ୍ୟାନରେ ନିଆଁ ଲଗାଇ ଦେଇଥିଲେ। ତିହିଡ଼ି ପୋଲିସ ସୀମା ଅନ୍ତର୍ଗତ ହଟୁରୀ ଗାଁର ବାପି ମହାଳିକ ନାମରେ ଜଣେ ଯୁବକଙ୍କ ମୃତ୍ୟୁ ହେତୁ ଗାଁରେ ଅଶାନ୍ତି ବ୍ୟାପି ଯାଇଥିଲା। ନିକଟସ୍ଥ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ”

ଏହି ପ୍ରସଙ୍ଗରେ ନିଶ୍ଚିତ ହେବା ପାଇଁ ଆମେ ଦୈନିକ ଜାଗରଣର କୋଲକାତା ବ୍ୟୁରୋ ମୁଖ୍ୟ ଜେ.କେ ବାଜପେୟୀଙ୍କ ସହ ଯୋଗାଯୋଗ କରିଥିଲୁ। ସେ କହିଲେ, “ଏହି ଭିଡିଓ ପଶ୍ଚିମବଙ୍ଗର ନୁହେଁ ବରଂ ଓଡିଶାର। ତେବେ ଏଭଳି ଅନେକ ଘଟଣା ବଙ୍ଗଳାରେ ମଧ୍ୟ ଘଟିଛି। ”

ଖବରର ପୁଷ୍ଟି ପାଇଁ ଆମେ ଓଡ଼ିଶାର ଜଣାଶୁଣା ଟିଭି ଚ୍ୟାନେଲ କନକ ଟିଭିର ୱେବ୍ ଡିଭିଜନର ଡେପୁଟି ଏଡିଟର୍ ପ୍ରଦୀପ କୁମାର ରଥଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲୁ। ଫୋନରେ କଥା ହୋଇ ସେ କହିଲେ, “ଏହି ଭିଡିଓଟି ଓଡିଶାର ଭଦ୍ରକରୁ ଆସିଛି। ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ କ୍ରୋଧିତ ହୋଇ ସ୍ଥାନୀୟ ଲୋକେ ଏକ ପୋଲିସ୍ ଜିପ୍ ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଥିଲେ। ”

ଇଂରାଜୀ ଜାଗରଣରେ 4 ମେ ରେ ପ୍ରକାଶିତ ଖବର ଅନୁଯାୟୀ, “ପଶ୍ଚିମବଙ୍ଗରେ ସମ୍ପ୍ରତି ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଅସାଧାରଣ ବିଜୟ ପରେ ରାଜ୍ୟର ଅନେକ ସ୍ଥାନରେ ହିଂସା ଦେଖାଦେଇ 11 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଥିଲେ। ଅଧିକ ସୂଚନା ପାଇଁ ଏହି ଖବରଗୁଡ଼ିକ ପଢ଼ନ୍ତୁ।

ବର୍ତ୍ତମାନ ଏହି ପୋଷ୍ଟକୁ ସେୟାର କରିଥିବା ଟ୍ୱିଟର ବ୍ୟବହାରକାରୀ ANIL PATIDAR @ anilhindu116 ଙ୍କର ପ୍ରୋଫାଇଲ୍ ସ୍କାନ୍ କରିବାର ସମୟ ଥିଲା। ପ୍ରୋଫାଇଲ୍ ସ୍କାନ୍ କରି ଆମେ ଜାଣିଲୁ ଯେ ଉପଭୋକ୍ତା ରାଜସ୍ଥାନର ବାସିନ୍ଦା ଅଟନ୍ତି।

निष्कर्ष: ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ର ଅନୁସନ୍ଧାନରେ ଏହି ଦାବି ମିଥ୍ୟା ବୋଲି ଜଣାପଡିଛି। ବାସ୍ତବରେ ଏହି ଭିଡିଓଟି ଓଡ଼ିଶାର ଅଟେ। ଏହି ଭିଡିଓ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକରୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପୋଲିସ୍ ଜିପ୍ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରିଥିଲେ। ତେବେ ଏହା ସତ୍ୟ ଯେ ମେ 2 ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ହିଂସା ଦେଖାଦେଇଥିଲା, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ବହୁ ସଂଖ୍ୟକ ଲୋକ ଆହତ ମଧ୍ୟ ହୋଇଥିଲେ।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later