X
X

ଫ୍ୟାକ୍ଟ ଚେକ୍: ଜବାହରଲାଲ ନେହେରୁ ଏବଂ ଆଦିବାସୀ ମହିଳାଙ୍କର ଏହି ଫଟୋର ଭାବା ପରମାଣୁ ପ୍ଲାଣ୍ଟ ସହିତ କୌଣସି ସମ୍ପର୍କ ନାହିଁ

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଭାବା ପରମାଣୁ ପ୍ଲାଣ୍ଟର ଉଦଘାଟନ ନାମରେ ପଣ୍ଡିତ ନେହେରୁ ଏବଂ ଜଣେ ଆଦିବାସୀ ମହିଳାଙ୍କ ଭାଇରାଲ୍ ପୋଷ୍ଟ ମିଥ୍ୟା ପ୍ରମାଣିତ ହୋଇଛି।ଏହି ଫଟୋ ଧାନବାଦର ପଞ୍ଚେତ ଡ୍ୟାମର ଉଦଘାଟନ ସମୟର ଅଟେ ।

  • By: Ashish Maharishi
  • Published: Jun 8, 2022 at 06:15 PM
  • Updated: Jun 9, 2022 at 06:22 PM

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି।

ଏଥିରେ ଜଣେ ଆଦିବାସୀ ମହିଳାଙ୍କୁ ମଧ୍ୟ ଲିଭର ପରି ଜିନିଷର ହ୍ୟାଣ୍ଡେଲକୁ ଘୂରାଉଥିବା ଦେଖାଯାଉଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଫଟୋକୁ ଭାଇରାଲ କରୁଛନ୍ତି ଏବଂ ଦାବି କରୁଛନ୍ତି ଯେ ନେହେରୁ ଜଣେ ଆଦିବାସୀ ମହିଳାଙ୍କ ଦ୍ୱାରା ଭାବା ପରମାଣୁ ପ୍ଲାଣ୍ଟ ଉଦଘାଟନ କରାଇଥିଲେ। ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟଗୁଡ଼ିକ ଯାଞ୍ଚ କରିଥିଲା। ଏହା ଭୁଲ୍ ବୋଲି ପ୍ରମାଣିତ ହେଲା। ପ୍ରକୃତରେ ଭାଇରାଲ୍ ପୋଷ୍ଟରେ ବ୍ୟବହୃତ ଚିତ୍ର ଧାନବାଦର ପଞ୍ଚେତ ଡ୍ୟାମର ଅଟେ। ଡିସେମ୍ବର 1959 ରେ ପଞ୍ଚେତ ଡ୍ୟାମର ପାୱାର ହାଉସର ଉଦଘାଟନୀ ଉତ୍ସବରେ ନେହେରୁଙ୍କ ସହ ଜଣେ ଆଦିବାସୀ ମହିଳା ବୁଦ୍ଧନୀ ମଧ୍ୟ ଉପସ୍ଥିତ ଥିଲେ।

କଣ ଭାଇରାଲ୍ ହେଉଛି

ମେ 31 ରେ ଏକ ଫଟୋ ସେୟାର କରି ଫେସବୁକ୍ ପେଜ୍ ପ୍ରିୟଙ୍କା ଗାନ୍ଧୀ ଫ୍ୟାନ୍ସ କ୍ଲବ୍ ଲେଖିଛନ୍ତି ଯେ ନେହେରୁ ଏହିପରି ଥିଲେ। ଫଟୋରେ ନେହେରୁଙ୍କ ସହ ଜଣେ ଆଦିବାସୀ ମହିଳା ମଧ୍ୟ ଅଛନ୍ତି। ଚିତ୍ର ସହିତ ଲେଖାଯାଇଥିଲା: ‘ଏମିତି ଥିଲେ ପଣ୍ଡିତ ନେହେରୁ! ଭାବା ପରମାଣୁ ପ୍ଲାଣ୍ଟ ଜଣେ ଆଦିବାସୀ ମହିଳାଙ୍କ ଦ୍ୱାରା ଉଦଘାଟିତ ହେଉଛି ।’

ଅନ୍ୟ କେତେକ ୟୁଜର୍ ମଧ୍ୟ ସମାନ ଦାବି ସହିତ ଏହାକୁ ସେୟାର୍ କରିଛନ୍ତି। ଫେସବୁକ୍ ପୋଷ୍ଟର ବିଷୟବସ୍ତୁ ଫ୍ୟାକ୍ଟ ଚେକ୍ ଉଦ୍ଦେଶ୍ୟରେ ଅବିକଳ ଲେଖାଯାଇଛି। ଏହାର ଆର୍କାଇଭ୍ଡ ଭର୍ଜନ୍ ଏଠାରେ ଦେଖି ପାରିବେ।

ଅନୁସନ୍ଧାନ

ଭାଇରାଲ୍ ପୋଷ୍ଟର ଦାବି ପଛରେ ଥିବା ସତ୍ୟାସତ୍ୟ ଜାଣିବା ପାଇଁ ବିଶ୍ୱାସ ନ୍ୟୁଜ୍ ପ୍ରଥମେ ଗୁଗୁଲ୍ ରିଭର୍ସ ଇମେଜ୍ ଟୁଲରେ ଇମେଜ୍ ଅପଲୋଡ୍ କରି ସର୍ଚ୍ଚ କରିବା ଆରମ୍ଭ କଲା। ଆମେ ଅନେକ ୱେବସାଇଟ୍ ରେ ଭାଇରାଲ୍ ଚିତ୍ର ପାଇଲୁ।12 ଜୁନ୍ 2021 ରେ ଦ ହିନ୍ଦୁ ୱେବସାଇଟରେ ଥିବା ଏକ ପୁସ୍ତକର ସମୀକ୍ଷାରେ ଏହି ଭାଇରାଲ୍ ଚିତ୍ର ବ୍ୟବହାର କରାଯାଇଥିଲା। ଏହି ଛବିର କ୍ୟାପସନରେ ଲେଖାଯାଇଛି ଯେ, ପଞ୍ଚେତ ଡ୍ୟାମରେ ପାୱାର ଷ୍ଟେସନର ଉଦଘାଟନୀ ଉତ୍ସବରେ ନେହେରୁଙ୍କ ସହିତ ବୁଦ୍ଧନୀ।

ଫଟୋଟି ଡିସେମ୍ବର 1959 ରେ ଉଠା ଯାଇଥିଲା। ଏହା ସ୍ପଷ୍ଟ ଥିଲା ଯେ ଭାବା ପ୍ଲାଣ୍ଟ ସହିତ ଫଟୋର କୌଣସି ସମ୍ପର୍କ ନାହିଁ। ଏହି ଫଟୋ ଝାଡ଼ଖଣ୍ଡର ଧାନବାଦରେ ନିର୍ମିତ ପଞ୍ଚେତ ଡ୍ୟାମର ଅଟେ। ସମ୍ପୂର୍ଣ୍ଣ ଖବର ଏଠାରେ ପଢ଼ି ପାରିବେ।

ଏହା ପରେ ପଞ୍ଚେତ ଡ୍ୟାମ୍ ବିଷୟରେ ସର୍ଚ୍ଚ ଆରମ୍ଭ ହୋଇଥିଲା। ଧାନବାଦ ଜିଲ୍ଲାର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାର ପଞ୍ଚେତ ଅଞ୍ଚଳରେ ଦାମୋଦର ନଦୀରେ ପଞ୍ଚେତ ଡ୍ୟାମ୍ ନିର୍ମାଣ କରାଯାଇଛି। ଏହା 1959 ରେ ଉଦଘାଟିତ ହୋଇଥିଲା। ଡ୍ୟାମ୍ ବିଷୟରେ ଅଧିକ ସୂଚନା ଏଠାରେ କ୍ଲିକ୍ କରି ପଢ଼ା ଯାଇପାରିବ ।

ସନ୍ଧାନ ସମୟରେ ଆମେ ଜାଣିବାକୁ ପାଇଲୁ ଯେ 16 ଜାନୁଆରୀ 1961 ରେ ମୁମ୍ବାଇରେ ଭାବା ପରମାଣୁ କାରଖାନା ଉଦଘାଟିତ ହୋଇଥିଲା। ଏହାକୁ ଜବାହରଲାଲ ନେହେରୁ ଉଦଘାଟନ କରିଥିଲେ। ଏହା ସହିତ ଜଡ଼ିତ ଏକ ଫଟୋ ଏଠାରେ ଦେଖି ପାରିବେ ।

ଅନୁସନ୍ଧାନକୁ ଆଗେଇ ନେଇ ବିଶ୍ୱାସ ନ୍ୟୁଜ୍ ଧାନବାଦର ଦୈନିକ ଜାଗରଣର ବରିଷ୍ଠ ସାମ୍ବାଦିକ ମୃତ୍ୟୁଞ୍ଜୟ ପାଠକଙ୍କ ସହ ଯୋଗାଯୋଗ କରିଥିଲା। ତାଙ୍କ ସହ ଭାଇରାଲ୍ ପୋଷ୍ଟ ସେୟାର କରିଥିଲା । ସେ କହିଲେ ଯେ ଧାନବାଦରେ ପଞ୍ଚେତ ଡ୍ୟାମର ଉଦଘାଟନ ସମୟରେ ଏହି ଫଟୋ ଉଠା ଯାଇଥିଲା। ଫଟୋରେ ଦେଖାଯାଉଥିବା ମହିଳାଙ୍କ ନାମ ହେଉଛି ବୁଦ୍ଧନି ।

निष्कर्ष: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଭାବା ପରମାଣୁ ପ୍ଲାଣ୍ଟର ଉଦଘାଟନ ନାମରେ ପଣ୍ଡିତ ନେହେରୁ ଏବଂ ଜଣେ ଆଦିବାସୀ ମହିଳାଙ୍କ ଭାଇରାଲ୍ ପୋଷ୍ଟ ମିଥ୍ୟା ପ୍ରମାଣିତ ହୋଇଛି।ଏହି ଫଟୋ ଧାନବାଦର ପଞ୍ଚେତ ଡ୍ୟାମର ଉଦଘାଟନ ସମୟର ଅଟେ ।

  • Claim Review : ଏମିତି ଥିଲେ ପଣ୍ଡିତ ନେହେରୁ! ଭାବା ପରମାଣୁ ପ୍ଲାଣ୍ଟ ଜଣେ ଆଦିବାସୀ ମହିଳାଙ୍କ ଦ୍ୱାରା ଉଦଘାଟିତ ହେଉଛି
  • Claimed By : ଫେସବୁକ୍ ପେଜ ପ୍ରିୟଙ୍କା ଗାନ୍ଧୀ ଫ୍ୟାନ୍ସ କ୍ଲବ୍
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later