X
X

ଫ୍ୟାକ୍ଟ ଚେକ୍: 2015 ରେ, ରାଜ ଠାକରେଙ୍କ ପତ୍ନୀଙ୍କୁ କୁକୁର କାମୁଡ଼ିବା ଘଟଣାକୁ କିଛି ଦିନ ତଳର କହି ଭାଇରାଲ କରାଯାଉଛି ଭିଡିଓ

ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରୁ ଜାଣି ପାରିଲା ଯେ ରାଜ ଠାକରେଙ୍କ ପତ୍ନୀଙ୍କୁ 2015 ରେ ନିଜର ପୋଷା କୁକୁର କାମୁଡ଼ିବା ଘଟଣା କିଛି ଦିନର ଦର୍ଶାଇ ଭାଇରାଲ କରାଯାଉଛି। ପୋଷ୍ଟଟି ଭ୍ରମାତ୍ମକ ଅଟେ।

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍): ବିଶ୍ୱାସ ନ୍ୟୁଜ୍‌କୁ ଏକ ପୋଷ୍ଟ ମିଳିଛି ଯେଉଁଥିରେ ଆଜ ତକ୍ ନ୍ୟୁଜ୍ ଚ୍ୟାନେଲର ଏକ କ୍ଲିପିଂ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି। ଭିଡିଓରେ ଦର୍ଶାଯାଇଛି ଯେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକରେଙ୍କ ପତ୍ନୀଙ୍କୁ ନିକଟରେ ଏକ କୁକୁର କାମୁଡ଼ିଛି ଏବଂ ତାଙ୍କଠାରେ 65 ଟି ଷ୍ଟିଚ୍ ପକାଯାଇଛି। ଆହୁରି ମଧ୍ୟ ଦାବି କରାଯାଉଛି ଯେ ନିକଟରେ ଲାଉଡ ସ୍ପିକର ବିବାଦ ଉପରେ ରାଜ ଠାକରେଙ୍କ ବିବୃତ୍ତି ଯୋଗୁଁ କୁକୁର ଅସନ୍ତୁଷ୍ଟ ଥିଲା। ଏହାର ଅନୁସନ୍ଧାନରେ ବିଶ୍ୱାସ ନ୍ୟୁଜ୍ ଜାଣିବାକୁ ପାଇଛି ଯେ ଏହା ଅଳ୍ପ ଦିନ ତଳର ନୁହେଁ, ବରଂ 2015 ର ଘଟଣା।

ଭାଇରାଲ୍ ପୋଷ୍ଟରେ କ’ଣ ଅଛି?

ଫେସବୁକ ବ୍ୟବହାରକାରୀ ମହମ୍ମଦ ଅଲି ଜୌହର ସିଦ୍ଦିକି ଏକ ପୋଷ୍ଟ ସେୟାର କରି ହିନ୍ଦୀରେ ଲେଖିଛନ୍ତି: ଅତି ଖରାପ ଖବର, ରାଜ ଠାକରେଙ୍କ ପତ୍ନୀ ଶର୍ମିଲାଙ୍କ ମୁହଁକୁ ତାଙ୍କ ନିଜ ପୋଷା କୁକୁର ଗୁରୁତର ଭାବରେ କାମୁଡ଼ିଛି। 65 ଟି ଷ୍ଟିଚ୍ ପଡ଼ିଛି, ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଡ଼ିପାରେ। ଏହି ଦୁଃଖ ସମୟରେ ଆମେ ସମସ୍ତେ ତାଙ୍କ ସହିତ ଅଛୁ ଏବଂ ତାଙ୍କର ଯନ୍ତ୍ରଣାକୁ ଦୂର କରିବା ଏବଂ ଯଥାଶୀଘ୍ର ସୁସ୍ଥ ରଖିବା ପାଇଁ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରୁଛୁ। ଅମିନ, ସୁମା ଅମିନ ଟିପ୍ପଣୀ- ରାଜ ଠାକରେଙ୍କ ଆଜନ ସମ୍ବନ୍ଧୀୟ ବିବୃତ୍ତି ଏବଂ ମସଜିଦ ସାମ୍ନାରେ ହନୁମାନ ଚାଳିଶା ପଢ଼ିବା ସହିତ ଏହି ଘଟଣାର କୌଣସି ସମ୍ପର୍କ ନାହିଁ। ଏବଂ କାହାର ଅଭିଶାପ ପଡ଼ି ନାହିଁ। ଏହା କେବଳ ଏକ ଦୁର୍ଘଟଣା। କୁକୁର ତ କୁକୁର ହିଁ ରହିବ। ଯେତେବେଳେ ନିଜ ଲୋକ ବି ନିଜର ହୋଇ ରହୁ ନାହାଁନ୍ତି, କୁକୁର କେମିତି କାହାର ହୋଇ ରହିପାରିବ? କେହି ବି ଏହି ସମ୍ବାଦ ସମ୍ବନ୍ଧରେ କୌଣସି ପ୍ରକାରର ଅଦରକାରୀ ପୋଷ୍ଟ କରିବା ଉଚିତ୍ ନୁହେଁ। ଯଦି ଶର୍ମିଲା ଠାକରେଙ୍କ ସ୍ଥାନରେ ରାଜ ଠାକରେ ଥାଆନ୍ତେ, ତେବେ ଆମେ ଏହି ଦୁଃସମୟରେ ତାଙ୍କ ଦୁଃଖ ବାଣ୍ଟିଥାନ୍ତୁ। ମୁଁ ସବୁ ଭାଇମାନଙ୍କୁ ପ୍ରାର୍ଥନା କରିବାକୁ ଅନୁରୋଧ କରୁଛି।

ପୋଷ୍ଟ ଏବଂ ଏହାର ଆର୍କାଇଭ୍ଡ ଭର୍ସନ୍ ଏଠାରେ ଦେଖିପାରିବେ।

ଅନ୍ୟ ୟୁଜରମାନେ ମଧ୍ୟ ସମାନ ଦାବି କରି ଭିଡିଓ ସେୟାର କରିଛନ୍ତି।

ଅନୁସନ୍ଧାନ

ବିଶ୍ୱାସ ନ୍ୟୁଜ୍ କୀୱାର୍ଡ ସର୍ଚ୍ଚ କରି ଏହାର ଅନୁସନ୍ଧାନ ଆରମ୍ଭ କଲା। ଏହି ଘଟଣା ବିଷୟରେ ଆମେ ଅନେକ ଖବର ପାଇଲୁ।

ଆମେ ଇଣ୍ଡିଆ ଟୁଡେର ଏକ ରିପୋର୍ଟ ପାଇଲୁ, ଯାହାର ଶୀର୍ଷକ ଥିଲା: ପୋଷା କୁକୁର କାମୁଡ଼ିବା ପରେ ରାଜ ଠାକରେଙ୍କ ପତ୍ନୀଙ୍କର 65ଟି ଷ୍ଟିଚ୍ ପଡ଼ିଲା। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ମଙ୍ଗଳବାର ଦିନ ଶର୍ମିଲାଙ୍କର ଅସ୍ତ୍ରୋପଚାର କରିବାକୁ ପଡ଼ିଛି ଏବଂ ବର୍ତ୍ତମାନ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ସେ ସୁସ୍ଥ ଅଛନ୍ତି।

ତେବେ, ଏହି ରିପୋର୍ଟ 19 ଅଗଷ୍ଟ 2015 ରେ ଅପଲୋଡ୍ ହୋଇଥିଲା।

ଆମକୁ ଜି ନ୍ୟୁଜ୍ ର ଏକ ଖବର ମଧ୍ୟ ମିଳିଥିଲା, ଯାହାର ଶୀର୍ଷକ ଥିଲା: ‘ବଣ୍ଡ୍’ ରାଜ ଠାକରେଙ୍କ ପତ୍ନୀ ଶର୍ମିଲାଙ୍କୁ କାହିଁକି କାମୁଡ଼ିଲା? ଏହି ରିପୋର୍ଟ 20 ଅଗଷ୍ଟ 2015 ରେ ପ୍ରକାଶିତ ହୋଇଥିଲା।

ମୁମ୍ବାଇ ମିରର୍‌ରେ ପ୍ରକାଶିତ ଖବର ଅନୁଯାୟୀ ଶର୍ମିଲା ହଠାତ୍ ତା ଦେହରେ ପାଦ ପକାଇ ଦେବା ପରେ କୁକୁର ତାଙ୍କ ଉପରେ ଆକ୍ରମଣ କରିଥିଲା।

ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ରିପୋର୍ଟଟି ନିକଟ ଅତୀତର ନୁହେଁ, ବରଂ ଅଗଷ୍ଟ 2015 ତାରିଖର ଅଟେ।

ବିଶ୍ୱାସ ନ୍ୟୁଜ୍‌କୁ 26 ଡିସେମ୍ବର, 2018ର ଏକ ରିପୋର୍ଟ ମିଳିଛି, ଯାହାର ଶୀର୍ଷକ ହେଉଛି: ରାଜ ଠାକରେଙ୍କ ପୋଷା କୁକୁର ବଣ୍ଡ, ଯିଏ ଅଗଷ୍ଟ 2015 ରେ ତାଙ୍କ ପତ୍ନୀଙ୍କ ମୁହଁକୁ କାମୁଡ଼ି ଦେଇଥିଲା, ସେ ଆଉ ନାହିଁ। ଟିଭି9 ଭାରତବର୍ଷ ଚ୍ୟାନେଲରେ ଆମକୁ କୁକୁରର ଅନ୍ତିମ ସଂସ୍କାରର ଏକ ଭିଡିଓ ମଧ୍ୟ ମିଳିଲା।

ଏହାକୁ ଏଠାରେ ଦେଖନ୍ତୁ।

ଘଟଣା ନିକଟ ଅତୀତର ନୁହେଁ ବୋଲି ବର୍ତ୍ତମାନ ସ୍ପଷ୍ଟ ହୋଇ ସାରିଛି। 2015 ରେ ଏମ୍ଏନ୍ଏସ୍ ମୁଖ୍ୟଙ୍କ ପତ୍ନୀଙ୍କୁ କାମୁଡ଼ିଥିବା କୁକୁରଟିର ଦେହାନ୍ତ 2018 ରେ ହୋଇ ସାରିଛି।

ଅନୁସନ୍ଧାନର ପରବର୍ତ୍ତୀ ପର୍ଯ୍ୟାୟରେ ବିଶ୍ୱାସ ନ୍ୟୁଜ୍ ମହାରାଷ୍ଟ୍ର ନବନିର୍ମାଣ ସେନାର ସାଧାରଣ ସମ୍ପାଦକ ଶାଳିନୀ ଠାକରେଙ୍କ ସହ ଯୋଗାଯୋଗ କରିଥିଲେ। ସେ କହିଥିଲେ ଯେ ଏହି ଘଟଣା 2015 ରେ ଘଟିଥିଲା, ଯେତେବେଳେ କୁକୁର ଶୋଇଥିଲା ଏବଂ ରାଜ ଠାକରେଙ୍କ ପତ୍ନୀ ଜାଣି ନଥିଲେ ଏବଂ ହଠାତ୍ ତା ଉପରେ ଗୋଡ଼ ପକାଇ ଦେଇଥିଲେ। କୁକୁରଟି ଚମକି ପଡ଼ି ଶର୍ମିଳାଙ୍କୁ କାମୁଡ଼ି ଦେଲା, ଯାହା ପରେ ଏକ ଛୋଟ ଅସ୍ତ୍ରୋପଚାର କରାଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ଘଟଣାଟି ପୁରୁଣା ଏବଂ ଏଭଳି ଘଟଣା ସେୟାର କରିବା ଅନୁଚିତ, ଯାହାର ବର୍ତ୍ତମାନ ସହିତ କୌଣସି ସମ୍ପର୍କ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କିଛି ବର୍ଷ ପୂର୍ବେ କୁକୁରର ମୃତ୍ୟୁ ହୋଇଥିଲା।

ଅନୁସନ୍ଧାନର ଅନ୍ତିମ ପର୍ଯ୍ୟାୟରେ, ବିଶ୍ୱାସ ନ୍ୟୁଜ୍ ଫେସବୁକ୍ ବ୍ୟବହାରକାରୀଙ୍କ ସୋସିଆଲ୍ ବ୍ୟାକଗ୍ରାଉଣ୍ଡ ଯାଞ୍ଚ କରିଥିଲା। 10,000 ୟୁଜର୍ ମହମ୍ମଦ ଅଲି ଜୌହର ସିଦ୍ଦିକିଙ୍କ ପେଜ୍‌କୁ ଫଲୋ କରୁଛନ୍ତି।

निष्कर्ष: ବିଶ୍ୱାସ ନ୍ୟୁଜ୍ ଏହାର ଅନୁସନ୍ଧାନରୁ ଜାଣି ପାରିଲା ଯେ ରାଜ ଠାକରେଙ୍କ ପତ୍ନୀଙ୍କୁ 2015 ରେ ନିଜର ପୋଷା କୁକୁର କାମୁଡ଼ିବା ଘଟଣା କିଛି ଦିନର ଦର୍ଶାଇ ଭାଇରାଲ କରାଯାଉଛି। ପୋଷ୍ଟଟି ଭ୍ରମାତ୍ମକ ଅଟେ।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later