ଫ୍ୟାକ୍ଟ ଚେକ୍: ‘କୌନ ବନେଗା କରୋଡପତି’ ନାମରେ ଭୁଲ୍ ବାର୍ତ୍ତା ଭାଇରାଲ ହେଉଛି, ସାବଧାନ ରୁହନ୍ତୁ
ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ କେବିସି ନାମରେ ଭାଇରାଲ୍ ପୋଷ୍ଟର ମିଥ୍ୟା ବୋଲି ପ୍ରମାଣିତ ହୋଇଛି।
- By: Ashish Maharishi
- Published: Dec 6, 2021 at 06:00 PM
- Updated: Jul 10, 2023 at 11:40 AM
ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ଫେସବୁକ୍, ହ୍ୱାଟସ୍ଆପ୍ ସମେତ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଏକ ପୋଷ୍ଟର ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତାଭ ବଚ୍ଚନ ଏବଂ ମୁକେଶ ଅମ୍ବାନୀଙ୍କ ଫଟୋ ବ୍ୟବହାର କରି ଭାଗ୍ୟଶାଳୀ ଡ୍ରରେ 25 ଲକ୍ଷ ଜିତିବା କଥା କୁହାଯାଇଛି। ବିଶ୍ୱାସ ନ୍ୟୁଜ୍ ଭାଇରାଲ୍ ପୋଷ୍ଟଗୁଡିକ ବିଷୟରେ ବିସ୍ତୃତ ଭାବରେ ଯାଞ୍ଚ କରିଥିଲା। ଏହି ପୋଷ୍ଟଟି ନକଲି ପ୍ରମାଣିତ ହେଲା। ବିଶ୍ୱାସ ନ୍ୟୁଜ୍ ନିଜ ପାଠକମାନଙ୍କୁ ଏହିପରି ପୋଷ୍ଟଗୁଡିକ ଉପରେ ଆଦୌ ବିଶ୍ୱାସ ନ କରିବାକୁ ଅନୁରୋଧ କରୁଛି। ନଚେତ୍ ଆପଣ ଠକାମିର ଶିକାର ହୋଇପାରନ୍ତି।
କଣ ଭାଇରାଲ୍ ହେଉଛି
ଫେସବୁକ ବ୍ୟବହାରକାରୀ ଜଗଜିତ ସିଂ 21 ନଭେମ୍ବରରେ ଏକ ପୋଷ୍ଟର ପୋଷ୍ଟ କରିଥିଲେ। ଏଥିରେ ଲେଖା ଯାଇଥିଲା, ‘ଅଲ୍ ଇଣ୍ଡିଆ ସିମ୍ କାର୍ଡ ହ୍ୱାଟସ୍ଆପ୍, ଆଇଏମ୍ଓ ଲକି ଡ୍ର’, ଇଟା ଇଣ୍ଡିଆ ଟେଲି କମ୍ୟୁନିକେସନ୍ସ।। ଅଭିନନ୍ଦନ ପ୍ରିୟ ଗ୍ରାହକ! ଆପଣଙକ୍ ପାଇଁ ଶୁଭ ଖବର! ଆପଣ କେବିସି, ଜିଓ ବିଭାଗ ପକ୍ଷରୁ 25,00,000 ଟଙ୍କାର ପୁରସ୍କାର ଜିତିଛନ୍ତି। କମ୍ପାନୀର ନିୟମାବଳୀକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରି ତୁରନ୍ତ ଆପଣଙ୍କ ପୁରସ୍କାର ରାଶି ସଂଗ୍ରହ କରିନିଅନ୍ତୁ। ଯେଉଁମାନେ ଲକି ଡ୍ର କରିଛନ୍ତି ସେମାନଙ୍କ ନାମ ହେଲା ଅମିତାଭ ବଚ୍ଚନ, ମୁକେଶ ଅମ୍ବାନୀ, ନରେନ୍ଦ୍ର ମୋଦୀ ।’
ଏହି ପୋଷ୍ଟରରେ ଏକ ମୋବାଇଲ୍ ନମ୍ବର ଏବଂ ଲଟେରୀ ନମ୍ବର ମଧ୍ୟ ଦିଆଯାଇଛି। ଅନେକ ଉପଭୋକ୍ତା ଏହି ମେସେଜକୁ ସତ ଭାବି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି।
ପୋଷ୍ଟରର ବିଷୟବସ୍ତୁ ଏଠାରେ ଅବିକଳ ଲେଖା ହୋଇଛି। ଏହାର ଆର୍କାଇଭ୍ଡ ଭର୍ସନ୍ ଏଠାରେ ଦେଖନ୍ତୁ।
ଅନୁସନ୍ଧାନ
ବିଶ୍ୱାସ ନ୍ୟୁଜ୍ ପ୍ରଥମେ ଗୁଗୁଲ୍ ସର୍ଚ୍ଚ ଟୁଲ୍ ବ୍ୟବହାର କରି ଭାଇରାଲ୍ ପୋଷ୍ଟଗୁଡିକ ଯାଞ୍ଚ କଲା। ସମ୍ବନ୍ଧିତ କୀ ୱର୍ଡଗୁଡିକ ଟାଇପ୍ କରି ସନ୍ଧାନ କରିବା ସମୟରେ, ଏପରି ଅନେକ ରିପୋର୍ଟ ଆମ ସାମ୍ନାକୁ ଆସିଥିଲା, ଯେଉଁଥିରେ କେବିସି ନାମରେ ଠକେଇ ହେବା କଥା କୁହାଯାଇଥିଲା। ଭାଇରାଲ୍ ପୋଷ୍ଟର ପରି ଏକ ପୋଷ୍ଟର ବ୍ୟବହାର କରି 9 ଅକ୍ଟୋବର 2020 ରେ Jagran.com ରେ ପ୍ରକାଶିତ ଏକ ଖବରରେ କୁହାଯାଇଛି, ‘କୌନ ବନେଗା କରୋଡପତି (କେବିସି) ଟିଭି ଶୋ’ର ଦଶମ ସିଜିନ ଆରମ୍ଭ ହେବା ପରେ ଠକମାନେ ସକ୍ରିୟ ହୋଇଯାଇଛନ୍ତି। ଏହି ଗ୍ୟାଙ୍ଗର ସଦସ୍ୟମାନେ କଲ୍ କରି 25 ଲକ୍ଷ ଟଙ୍କା ପୁରସ୍କାର ଦେବାର ଲୋଭ ଦେଖାଉଛନ୍ତି। ଏହା ସହି ହ୍ୱାଟସ୍ଆପ୍ରେ ଲଟେରୀ ନମ୍ବରର ଏକ ରସିଦ ତିଆରି କରି ପଠାଯାଉଛି। ଏହା ସହିତ, ସେମାନଙ୍କୁ ନମ୍ବର ଦେଇ ହ୍ୱାଟସ୍ଆପ୍ କଲ୍ କରିବାକୁ କୁହାଯାଉଛି।’ ସମ୍ପୂର୍ଣ୍ଣ ଖବର ଏଠାରେ ବିସ୍ତୃତ ଭାବରେ ପଢ଼ିପାରିବେ।
ଅନୁସନ୍ଧାନର ପରବର୍ତ୍ତୀ ପର୍ଯ୍ୟାୟରେ ବିଶ୍ୱାସ ନ୍ୟୁଜ୍ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ର କର୍ପୋରେଟ୍ କମ୍ୟୁନିକେସନ୍ସର ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ ଫ୍ରାଙ୍କୋ ୱିଲିୟମ୍ଙ୍କ ସହିତ ଯୋଗାଯୋଗ କରିଥିଲା। ତାଙ୍କୁ ଭାଇରାଲ୍ ପୋଷ୍ଟ ପଠାଇଲା। ସେ କହିଛନ୍ତି ଯେ ଏହି ବାର୍ତ୍ତା ସଂପୂର୍ଣ୍ଣ ମିଥ୍ୟା। ଏଥିରେ କୌଣସି ସତ୍ୟତା ନାହିଁ।
ଏହିପରି ବାର୍ତ୍ତାର ଉଦ୍ଦେଶ୍ୟ ଜାଣିବା ପାଇଁ ବିଶ୍ୱାସ ନ୍ୟୁଜ୍ ସାଇବର ସୁରକ୍ଷା ବିଶେଷଜ୍ଞ ଆୟୁଷ ଭରଦ୍ୱାଜଙ୍କ ନିକଟରେ ପହଞ୍ଚିଥିଲା। ଏହି ପ୍ରସଙ୍ଗରେ ତାଙ୍କ ସହିତ ବିସ୍ତୃତ ଭାବରେ କଥା ହୋଇଥିଲା। ସେ କହିଛନ୍ତି ଯେ ହ୍ୱାଟସ୍ଆପ୍ରେ ଏହି ପ୍ରକାରର ପୋଷ୍ଟ ଭାଇରାଲ୍ କରି ଲୋକମାନଙ୍କୁ ଲଟେରୀ ମିଳିବା ପ୍ରତି ପ୍ରଲୋଭିତ କରାଯାଏ, ତାପରେ ଆୟକର ନିୟମକୁ ଦର୍ଶାଇ ଲଟେରୀ ପରିମାଣର ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର୍ ନାମରେ ବିଭିନ୍ନ କାମ ବାହାନାରେ କିଛି ଟଙ୍କା ମଗାଯାଏ।
ଭରଦ୍ୱାଜ ସ୍ପଷ୍ଟରୂପେ ବୁଝାଇବା ପାଇଁ କହିଛନ୍ତି ଯେ ଉଦାହରଣ ସ୍ୱରୂପ, ଯଦି ଏକ ଲକ୍ଷ ଟଙ୍କାର ଲଟେରୀ ଲାଗିଛି, ତେବେ ଏହି ଲୋକମାନେ କୁହନ୍ତି ଯେ ହଜାରେ ଟଙ୍କାର ପ୍ରୋସେସିଂ ଫି, ହଜାରେ ଟଙ୍କାର ଆୟକର ଇତ୍ୟାଦି ଦେବାକୁ ପଡ଼ିବ। ଏଭଳି ଉପାୟରେ, ଏହି ଲୋକମାନେ ଉପଭୋକ୍ତାଙ୍କୁ ନିଜ ଜାଲରେ ଫସାଇଥାନ୍ତି ଏବଂ ତାଙ୍କଠାରୁ ଅଳ୍ପ ଅଳ୍ପ ପରିମାଣର ଟଙ୍କା ନେଇ ଯାଆନ୍ତି। ବହୁ ସଂଖ୍ୟକ ଲୋକଙ୍କଠାରୁ ଅଳ୍ପ ପରିମାଣର ଅର୍ଥ ନେଇ ଏହି ଲୋକମାନେ ପୋଲିସ ଆଖିରୁ ଖସିଯାଆନ୍ତି। ଗ୍ରାହକମାନେ ଧ୍ୟାନ ଦେବା ଉଚିତ୍ ଯେ କୌଣସି ମୋବାଇଲ୍ କମ୍ପାନୀ ଲଟେରୀ ଭଳି ଜିନିଷ ପ୍ରଦାନ କରେ ନାହିଁ।
ଅନୁସନ୍ଧାନ ଶେଷରେ ବିଶ୍ୱାସ ନ୍ୟୁଜ୍ କେବିସି ନାମରେ ନକଲି ବାର୍ତ୍ତା ପୋଷ୍ଟ କରିଥିବା ୟୁଜରଙ୍କର ଆକାଉଣ୍ଟ ଯାଞ୍ଚ କରିଥିଲା। ଫେସବୁକ୍ ୟୁଜର୍ ଜଗଜିତ୍ ସିଂଙ୍କ ସୋସିଆଲ୍ ସ୍କାନିଂରୁ ଜଣାପଡିଛି ଯେ ସେ ତାଙ୍କ ଆକାଉଣ୍ଟରୁ ଭାଇରାଲ୍ ବିଷୟବସ୍ତୁଗୁଡ଼ିକ ହିଁ ଅଧିକ ପୋଷ୍ଟ କରିଛନ୍ତି।
निष्कर्ष: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ କେବିସି ନାମରେ ଭାଇରାଲ୍ ପୋଷ୍ଟର ମିଥ୍ୟା ବୋଲି ପ୍ରମାଣିତ ହୋଇଛି।
- Claim Review : କେବିସିର ଲକି ଡ୍ର
- Claimed By : ଫେସବୁକ୍ ୟୁଜର୍ ଜଗଜିତ ସିଂହ
- Fact Check : False
Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.