X
X

ତଥ୍ୟ ଯାଞ୍ଚ : ରାହୁଲ ଗାନ୍ଧୀ ବିଦେଶରେ ରହିବା କଥା କହି ନାହାଁନ୍ତି, ପିଏମ୍ ମୋଦିଙ୍କ ଆଲୋଚନା ସମ୍ବନ୍ଧୀୟ ଭାଷଣର ଏକ ଅଂଶକୁ ଏଡିଟ୍ କରି ଭାଇରାଲ୍ କରାଯାଉଛି

ବିଦେଶରେ ରହିବା ଦାବି ସହ ରାହୁଲ ଗାନ୍ଧୀଙ୍କ ନାମରେ ଭାଇରାଲ୍ ହେଉଥିବା ବୟାନ ଭ୍ରମାତ୍ମକ ଅଟେ । ରାହୁଲ ଗାନ୍ଧୀ ନିଜେ ଲଣ୍ଡନ ଯାଇ ରହିବା କଥା କହି ନଥିଲେ । ଅକ୍ଟୋବର 2019ରେ ଆୟୋଜିତ ଏକ ଜନସଭାରେ ପିଏନ୍ ବି ଘୋଟାଲା ଅଭିଯୁକ୍ତ ବେପାରୀ ନିରବ ମୋଦି ଏବଂ ମେହୁଲ୍ ଚୌକସିଙ୍କ ପ୍ରସଙ୍ଗ ଉଠାଇ ସେ ପିଏମ୍ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । ତାଙ୍କର ଏହି ଭାଷଣର ଅଂଶକୁ ଏଡିଡ୍ କରି ଏଭଳି ଉପସ୍ଥାପନ କରାଯାଇଛି, ଯେପରି ରାହୁଲ ଗାନ୍ଧୀ ନିଜେ ଲଣ୍ଡନରେ ରହିବା କଥା କହିଥିଲେ ।

  • By: Abhishek Parashar
  • Published: Jan 15, 2022 at 09:33 PM
  • Updated: Jan 15, 2022 at 09:46 PM

ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆରେ ରାହୁଲ ଗାନ୍ଧୀଙ୍କ ନାମରେ ଏକ ବୟାନ ଭାଇରାଲ୍ ହେଉଛି । ଏଥିରେ ସେ ଭାରତ ଛାଡ଼ି ଲଣ୍ଡନରେ ରହିବା ଦାବି କରାଯାଇଛି ।

ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରୁ ଏହି ଦାବି ଭ୍ରମାତ୍ମକ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପପ୍ରଚାର ବୋଲି ଜଣା ପଡ଼ିଛି । ରାହୁଲ ଗାନ୍ଧୀଙ୍କ ନାମରେ ଭାଇରାଲ୍ ହେଉଥିବା ଏହି ବୟାନ ତାଙ୍କ ଭାଷଣର ଏଡିଟ୍ ହୋଇଥିବ ଅଂଶ । ଯାହାକୁ ମୁଖ୍ୟ ପ୍ରସଙ୍ଗରୁ ଅଲଗା କରି ଭ୍ରମାତ୍ମକ ଦାବି ସହ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଯାଉଛି । ସୋସିଆଲ୍ ମିଡିଆରେ ତାଙ୍କର ଏହି ବୟାନ ସମୟ ସମୟରେ ନିର୍ବାଚନ ସନ୍ଦର୍ଭରେ ଭାଇରାଲ୍ ହୋଇ ଆସୁଛି ।

କଣ ଭାଇରାଲ୍ ହେଉଛି ?

ଫେସବୁକ୍ ୟୁଜର ‘Saroj Kumar Singh’ ଭାଇରାଲ୍ ବୟାନକୁ ସେୟାର କରିଛନ୍ତି । ଏଥିରେ ଲେଖା ହୋଇଛି ଯେ,” ଏବେ କର ପ୍ରଧାନମନ୍ତ୍ରୀ । ରାହୁଲ ଗାନ୍ଧୀ ପରିବାର ନେଇ ଲଣ୍ଡନରେ ରହିବେ ।”

ସୋସିଆଲ୍ ମିଡିଆରେ ଅନ୍ୟ କେତେକ ଯୁଜର୍ ମଧ୍ୟ ଏହି ଭାଇରାଲ୍ ବୟାନ୍ ସହ ଭିଡିଓକୁ ସମାନ ଏବଂ ଏକାଭଳି ଦାବି ସହ ସେୟାର କରିଛନ୍ତି । 

ଅନୁସନ୍ଧାନ

ଖବର ଖୋଜିବାରୁ ଆମକୁ ରାହୁଲ୍ ଗାନ୍ଧୀଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଭାଷଣ ମିଳିଥିଲା । 13 ଅକ୍ଟୋବର 2019ରେ ମହାରାଷ୍ଟ୍ରର ଲାତୁରରେ ଆୟୋଜିତ ଏକ ଜମସଭାକୁ ସମ୍ଭୋଧିତ କରି, ବ୍ୟାଙ୍କର ପଇସା ନେଇ ଦେଶରୁ ଫେରାର ହୋଇଥିବା ବେପାରୀଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧୀ କହିଥିଲେ ଯେ, ‘ କାଲି କଣ ହେବ ଭାରତର ଯୁବଗୋଷ୍ଠୀଙ୍କୁ ଜଣା ନାହିଁ । ଚାଷୀ ଡରୁଛି …ରାତି ରାତି ଜଗି ରହୁଛି । ଋଣ କେମିତି ସୁଝିବି .. …ନିରବ ମୋଦି, ମେହୁଲ ଚୌକସୀ ଭଲ ନିଦରେ ଶୋଇଛନ୍ତି । କିଛି ଡର ନାହିଁ….କିଛି ହେବ ନାହିଁ । ମୁଁ ଲଣ୍ଡନ ଚାଲିଯିବି ….ମୋ ପିଲାତ ଯାଇ ଆମେରିକାରେ ପଢ଼ିବେ । ଭାରତ ସହ ମୋର କିଛି ଦେବା ନେବା ନାହିଁ । ମେ ପାଖେ ଅଛି… …ମୁଁ ନରେନ୍ଦ୍ର ମୋଦିଙ୍କ ବନ୍ଧୁ, ମୋ ପାଖରେ ତ ହଜାର କୋଟି ଟଙ୍କା ଅଛି, ମୁଁ କେବେ ବି ଯାଇ ପାରିବି । ’

କଂଗ୍ରେସର ୟୁଟ୍ୟୁବ୍ ଚ୍ୟାନେଲ୍ ରେ ମଧ୍ୟ ସମାନ ତାରିଖରେ ଏହି ଭାଷଣର ଭିଡିଓ ଅପଲୋଡ୍ କରାଯାଇଛି  ଏବଂ ତାଙ୍କର ଏହି ବୟାନକୁ 12.57 ମିନିଟ ରୁ 15.40 ମିନିଟ୍ ମଧ୍ୟରେ ଶୁଣାଯାଇ ପାରିବ ।  

ଭାଇରାଲ୍ ଭିଡିଓରେ ରାହୁଲ ଗାନ୍ଧୀ ପିଏନ୍ ବି ଘୋଟାଲା ର ଅଭିଯୁକ୍ତ ପଳାୟନ କରିଥିବା ବେପାରୀ ନିରବ ମୋଦି ଏବଂ ମେହୁଲ୍ ଚୌକସୀଙ୍କୁ ନେଇ ସମ୍ବନ୍ଧୀୟ ବୟାନ ଦେଇଥିଲେ, ଯାହାକୁ ରାହୁଲ ଗାନ୍ଧୀଙ୍କ ବୟାନ କହି ଭ୍ରମାତ୍ମକ ଦାବି ସହ ଭାଇରାଲ୍ କରାଯାଉଛି ।  

ବିଶ୍ବାସ ନ୍ୟୁଜ୍ ଏହି ମାମଲା ନେଇ କଂଗ୍ରେସ ମୁଖପାତ୍ର ଆଚାର୍ଯ୍ୟ ପ୍ରମୋଦକୃଷ୍ଣମ୍ ଙ୍କ ସହ ଯୋଗାଯୋଗ କରିଥିଲେ । ସେ କହିଥିଲେ ଯେ, ‘ ରାହୁଲ ଗାନ୍ଧୀଙ୍କ ଅପପ୍ରଚାର ସମ୍ବନ୍ଧୀୟ ଏହା ନୂଆ ମାମଲା ନୁହେଁ । ବିଜେପି ରାହୁଲ ଗାନ୍ଧୀଙ୍କର ସବୁ କଥା ଏବଂ ସବୁ ବୟାନକୁ ଏପଟ ସେପଟ କରି ଉପସ୍ଥାପନ କରି ତାଙ୍କ ଭାବମୂର୍ତ୍ତୀ ଖରାପ କରିବାକୁ ଚାହୁଁଛି । ’

ଭାଇରାଲ୍ ଭିଡିଓକୁ ଭୁଲ୍ ଦାବି ସହ ସେଆର୍ କରିଥିବା ଯୁଜର ଙ୍କ ପ୍ରୋଫାଇଲ୍ ଜାନୁୟାରୀ 2017ରୁ ସକ୍ରିୟ ହୋଇଛି । ଏହା ପୂର୍ବରୁ ମଧ୍ୟ ତାଙ୍କ ନାମରେ ଏହି ବୟାନ ଭ୍ରମାତ୍ମକ ଦାବି ସହ ଭାଇରାଲ ହୋଇଥିଲା ଏବଂ ସେତେବେଳେ ବିଶ୍ବାସ ନ୍ୟୁଜ୍ ଏହାର ଅନୁସନ୍ଧାନ କରିଥିଲା । ଏହି ତଥ୍ୟ ଯାଞ୍ଚ ରିପୋର୍ଟକୁ ଏଠାରେ ପଢ଼ା ଯାଇ ପାରିବ ।

निष्कर्ष: ବିଦେଶରେ ରହିବା ଦାବି ସହ ରାହୁଲ ଗାନ୍ଧୀଙ୍କ ନାମରେ ଭାଇରାଲ୍ ହେଉଥିବା ବୟାନ ଭ୍ରମାତ୍ମକ ଅଟେ । ରାହୁଲ ଗାନ୍ଧୀ ନିଜେ ଲଣ୍ଡନ ଯାଇ ରହିବା କଥା କହି ନଥିଲେ । ଅକ୍ଟୋବର 2019ରେ ଆୟୋଜିତ ଏକ ଜନସଭାରେ ପିଏନ୍ ବି ଘୋଟାଲା ଅଭିଯୁକ୍ତ ବେପାରୀ ନିରବ ମୋଦି ଏବଂ ମେହୁଲ୍ ଚୌକସିଙ୍କ ପ୍ରସଙ୍ଗ ଉଠାଇ ସେ ପିଏମ୍ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । ତାଙ୍କର ଏହି ଭାଷଣର ଅଂଶକୁ ଏଡିଡ୍ କରି ଏଭଳି ଉପସ୍ଥାପନ କରାଯାଇଛି, ଯେପରି ରାହୁଲ ଗାନ୍ଧୀ ନିଜେ ଲଣ୍ଡନରେ ରହିବା କଥା କହିଥିଲେ ।

  • Claim Review :  ଲଣ୍ଡନରେ ରହିବାକୁ କହିଲେ ରାହୁଲ ଗାନ୍ଧୀ 
  • Claimed By : Saroj
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later