ଫ୍ୟାକ୍ଟ ଚେକ୍: କାନ୍ଧରେ ଘୋଡ଼ାକୁ ଲଦିଥିବା ଏହି ବ୍ୟକ୍ତିଙ୍କ ଫୋଟୋ ସହ କୁହାଯାଇଥିବା ଭାବପ୍ରବଣ କାହାଣୀକୁ ବିଶ୍ୱାସ କରନ୍ତୁ ନାହିଁ ।

ନିଷ୍କର୍ଷ: ଭାଇରାଲ୍ ପୋଷ୍ଟରେ କୁହାଯାଇଥିବା ଭାବପ୍ରବଣ କାହାଣୀ ସତ ନୁହେଁ । ଏହି ପୋଷ୍ଟରେ ଦେଖାଯାଇଥିବା ବ୍ୟକ୍ତି ଜଣେ ଭାରୋତ୍ତୋଳକ ।

ଫ୍ୟାକ୍ଟ ଚେକ୍: କାନ୍ଧରେ ଘୋଡ଼ାକୁ ଲଦିଥିବା ଏହି ବ୍ୟକ୍ତିଙ୍କ ଫୋଟୋ ସହ  କୁହାଯାଇଥିବା ଭାବପ୍ରବଣ କାହାଣୀକୁ ବିଶ୍ୱାସ କରନ୍ତୁ ନାହିଁ ।

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍) । ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଗୋଟିଏ ଘୋଡ଼ାକୁ କାନ୍ଧ ଉପରେ ଲଦି ଠିଆ ହୋଇଥିବାର ଦେଖାଯାଉଛି । ଏହି ପୋଷ୍ଟ ସହିତ ଦାବି ହେଉଛି ଯେ ଏହି ବ୍ୟକ୍ତିଙ୍କ ଘୋଡାକୁ ସାପ କାମୁଡ଼ି ଦେଇଥିଲା, ତେଣୁ ଏହାର ଜୀବନ ବଞ୍ଚାଇବା ପାଇଁ ବ୍ୟକ୍ତି ଜଣକ ଏହାକୁ ତାଙ୍କ ପିଠିରେ ଲଦି ତିନି ମାଇଲ ଚାଲିଥିଲେ ଏବଂ ଡାକ୍ତରଖାନାରେ ପହଞ୍ଚି ତାର ଜୀବନ ରକ୍ଷା କରିଥିଲେ।

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନ କରି ଜାଣିବାକୁ ପାଇଲା ଯେ ଭାଇରାଲ୍ ପୋଷ୍ଟ ସହିତ କରାଯାଇଥିବା ଦାବି ମିଥ୍ୟା ଅଟେ। ବାସ୍ତବରେ ଏହି ଚିତ୍ର ୟୁକ୍ରେନର ଭାରୋତ୍ତୋଳକ ଦମୈତ୍ରୋ ଖାଲାଝୀଙ୍କର ଅଟେ । ଘୋଡ଼ାକୁ କାନ୍ଧରେ ଉଠାଇବା ପାଇଁ ସେ ପ୍ରାୟତଃ ଷ୍ଟଣ୍ଟ କରନ୍ତି । ପୋଷ୍ଟ ସହିତ କୁହାଯାଇଥିବା ଭାବପ୍ରବଣ କାହାଣୀ ଠିକ୍ ନୁହେଁ ।

ଭାଇରାଲ୍ ପୋଷ୍ଟରେ କ’ଣ ଅଛି?

ଫେସବୁକ ୟୁଜର୍ ରମେଶ କୁମାର କଲ୍ଲୁଭାଇ ଏହି ପୋଷ୍ଟକୁ ସେୟାର କରିଛନ୍ତି ଯେଉଁଥିରେ ଛବି ସହିତ ଲେଖାଯାଇଛି: ତାଙ୍କ ଘୋଡ଼ାକୁ ସାପ କାମୁଡ଼ିବା ପରେ, ଏହି ବ୍ୟକ୍ତି ଜଣକ, ତାକୁ ପିଠିରେ ଲଦି 3 କିଲୋମିଟର ଚାଲି ହସ୍ପିଟାଲ ପହଞ୍ଚାଇ ତାର ଜୀବନ ରକ୍ଷା କରିଥିଲେ। ଏହାକୁ କହନ୍ତି ପ୍ରକୃତ ହୃଦୟର ସମ୍ପର୍କ ରକ୍ଷା କରିବା …

ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ ଦେଖନ୍ତୁ ।

ତଦନ୍ତ

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନ ଆରମ୍ଭ କରି ପ୍ରଥମେ ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ ସାହାଯ୍ୟରେ ଭାଇରାଲ୍ ଛବି ଖୋଜିଲା । 2017 ରେ ପ୍ରକାଶିତ କିଛି ମିଡିଆ ରିପୋର୍ଟରେ ଆମେ ଭାଇରାଲ୍ ଫୋଟୋ ଏବଂ ଭିଡିଓ ପାଇଲୁ । ଏହି ରିପୋର୍ଟ ଅନୁଯାୟୀ, ଫୋଟୋରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ୟୁକ୍ରେନର ଭାରୋତ୍ତୋଳକ ଦମୈତ୍ରୋ ଖାଲାଝୀ। ଖାଲାଜୀ ନିଜର ଶାରୀରିକ ଶକ୍ତି ଦେଖାଇବା ପାଇଁ ଏହିପରି ଅନେକ କଷ୍ଟକର ଷ୍ଟଣ୍ଟ୍ କରନ୍ତି ଏବଂ ଭାଇରାଲ୍ ଚିତ୍ର ମଧ୍ୟ ସେଗୁଡ଼ିକ ମଧ୍ୟରୁ ଗୋଟିଏ ।

ଖାଲାଝୀଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଘୋଡ଼ାକୁ କାନ୍ଧରେ ଉଠାଇବା ସହିତ ଅନ୍ୟ ଷ୍ଟଣ୍ଟଗୁଡ଼ିକର ଅନେକ ଫଟୋ ଏବଂ ଭିଡିଓ ଆମେ ପାଇଲୁ । ତାଙ୍କ ନାମରେ ଥିବା ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ତାଙ୍କର ଷ୍ଟଣ୍ଟର ଅନେକ ଭିଡିଓ ଅଛି ।

ଅଧିକ ସୂଚନା ପାଇଁ ଆମେ ଇନଷ୍ଟାଗ୍ରାମ ମାଧ୍ୟମରେ ଖାଲାଝୀଙ୍କ ସହ ଯୋଗାଯୋଗ କରିଥିଲୁ । ସେ କହିଥିଲେ ଯେ ଭାଇରାଲ ଚିତ୍ର 2016 ମସିହାରେ ନିଆଯାଇଥିଲା ଯେତେବେଳେ ସେ ଘୋଡ଼ାକୁ କାନ୍ଧରେ ଉଠାଇଥିଲେ। ସେ ପ୍ରଥମେ 1998 ରେ କାନ୍ଧରେ ଘୋଡ଼ା ଉଠାଇଥିଲେ । ତାପରେ ସେମାନେ କାନ୍ଧରେ ଷଣ୍ଢ ଓ ଓଟ ମଧ୍ୟ ଉଠାଇଛନ୍ତି।

ଏହି ପୋଷ୍ଟକୁ ଫେସବୁକରେ ରମେଶ କୁମାର କଲ୍ଲୁଭାଇ ନାମକ ଜଣେ ୟୁଜର୍ ସେୟାର କରିଛନ୍ତି। ଏହି ଉପଭୋକ୍ତାଙ୍କର ପ୍ରୋଫାଇଲ୍ ସ୍କାନ୍ କରି ଆମେ ଜାଣିଲୁ ଯେ ଉପଭୋକ୍ତା ଦକ୍ଷିଣ ଦିଲ୍ଲୀର ମେହେରୁଲିର ବାସିନ୍ଦା ଅଟନ୍ତି ।

निष्कर्ष: ନିଷ୍କର୍ଷ: ଭାଇରାଲ୍ ପୋଷ୍ଟରେ କୁହାଯାଇଥିବା ଭାବପ୍ରବଣ କାହାଣୀ ସତ ନୁହେଁ । ଏହି ପୋଷ୍ଟରେ ଦେଖାଯାଇଥିବା ବ୍ୟକ୍ତି ଜଣେ ଭାରୋତ୍ତୋଳକ ।

Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ