ତଥ୍ୟ ଯାଞ୍ଚ : ବିପିନ ରାୱତ ନାମରେ ଭାଇରାଲ୍ ହୋଇଥିବା ନେଭି ଅବସରପ୍ରାପ୍ତ ଅଧିକାରୀଙ୍କ ପୁରୁଣା ଭିଡିଓ
ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ଭାଇରାଲ୍ ପୋଷ୍ଟ ନକଲି ବୋଲି ପ୍ରମାଣିତ ହେଲା । ଭାଇରାଲ୍ ଭିଡିଓରେ ବିପିନ ରାୱତ ନୁହେଁ, ଗିରୀଶ ଲୁଥ୍ରା ଅଛନ୍ତି ।
- By: Ashish Maharishi
- Published: Dec 27, 2021 at 04:21 PM
ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ହେଲିକାପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିବା ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ନାମରେ ସୋସିଆଲ୍ ମିଡିଆରେ ଅନେକ ପ୍ରକାରର ନକଲି ପୋଷ୍ଟ ଭାଇରାଲ୍ ହୋଇଛି । ଏବେ ଏକ ଭିଡିଓ ଭାଇରାଲ୍ କରି ଦାବି କରାଯାଇଛି ଯେ, ଏଥିରେ ଗୀତ ଗାଉଥିବା ବ୍ୟକ୍ତି ଆଉ କେହି ନୁହେଁ, ନିଜେ ବିପିନ ରାୱତ ଅଟନ୍ତି । ବିଶ୍ବାସ ନ୍ୟୁଜ୍ ଏହି ଭାଇରାଲ୍ ପୋଷ୍ଟର ଯାଞ୍ଚ କରିବାରୁ ଏହା ନକଲି ପ୍ରମାଣିତ ହେଲା । ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଭାଇସ୍ ଆଡମିରାଲ୍ ଗିରୀଶ ଲୁଥ୍ରା ( ଅବସରପ୍ରାପ୍ତ) ଅଟନ୍ତି । ତାଙ୍କର ଭିଡିଓ ଗତ କିଛି ବର୍ଷରୁ ଭାଇରାଲ୍ ହୋଇଛି । ଏହି ଭିଡିଓକୁ ଏବେ କିଛି ଲୋକ ବିପିନ ରାୱତଙ୍କ ନାମରେ ଭାଇରାଲ୍ କରୁଛନ୍ତି ।
କଣ ଭାଇରାଲ୍ ହେଉଛି
ଫେସବୁକ୍ ୟୁଜର୍ ଶୀତଲକୁମାର ଜୈନ 15 ଡିସେମ୍ବରରେ ଗୋଟିଏ ଭିଡିଓ ଅପଲୋଡ କରି ଲେଖିଥିଲେ ଯେ ସ୍ବର୍ଗତ ବିପିନ ରାୱତ ଗାଇଥିବା ଗୀତ ।
ଏହି ଭିଡିଓରେ ଜଣେ ଅଫିସର ବଲିଉଡ୍ ଗୀତ ଗାଉଥିବା ଦେଖାଯାଉଛି । ପୋଷ୍ଟର ଆକାଇଭଡ୍ ଭର୍ସନ୍ ଏଠାରେ ଦେଖନ୍ତୁ ।
ଅନୁସନ୍ଧାନ
ବିଶ୍ବାସ ନ୍ୟୁଜର ଅନୁସନ୍ଧାନରେ ପ୍ରଥମେ ଜାଣିବାର ଥିଲା ଯେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ନାମରେ ଭାଇରାଲ୍ ହେଉଥିବା ଭିଡିଓରେ ଗୀତ ଗାଉଥିବା ବ୍ୟକ୍ତି ପ୍ରକୃତରେ କିଏ । ଏଥିପାଇଁ ଆମେ ୟୁଟ୍ୟୁବରେ ଭିନ୍ନ ଭିନ୍ନ କି ୱାର୍ଡ ପ୍ରୟୋଗ କରି ଭିଡିଓ ଖୋଜିବା ଆରମ୍ଭ କରିଥିଲୁ । ଅସଲି ଭିଡିଓ ଆମକୁ ଭାଇସ୍ ଆଡମିରାଲ୍ ଗିରିଶ ଲୁଥ୍ରା ଅବସରପ୍ରାପ୍ତ ନାମରେ ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ମିଳିଥିଲା । ଏହାକୁ 6 ମାର୍ଚ୍ଚ 2019ରେ ଅପଲୋଡ୍ କରାଯାଇଥିଲା । ଅସଲି ଭିଡିଓରୁ ଜଣା ପଡ଼ିଲା ଯେ, ୱେଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଭାଇସ୍ ଆଡମିରାଲ୍ ଗିରିଶ ଲୁଥ୍ରା ‘ଘର୍ ସେ ନିକଲତେ ହି …’ ଗୀତ ଗାଇଥିଲେ । ସମ୍ପୂର୍ଣ୍ଣ ଭିଡିଓକୁ ଏଠାରେ ଦେଖନ୍ତୁ ।
ଅନୁସନ୍ଧାନ ବେଳେ ଆମକୁ ନବଭାରତ ଡଟ୍ କମ୍ ରେ ଏକ ଖବର ମିଳିଥିଲା । 15 ମାର୍ଚ୍ଚ 2019ରେ ପ୍ରକାଶିତ ଏହି ଖବରରେ ଭିଡିଓ ଗ୍ରାବର ବ୍ୟବହାର କରି କୁହାଯାଇଥିଲା ଯେ, ଭାଇସ୍ ଆଡମିରାଲ୍ (ଅବସରପ୍ରାପ୍ତ) ଗିରୀଶ ଲୁଥ୍ରାଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି । ଗିରୀଶ ଲୁଥ୍ରା, ଭାରତୀୟ ନୌସେନାର ପଶ୍ଚିମ କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ- ଇନ୍- ଚିଫ୍ ଥିଲେ । 40 ବର୍ଷ ଧରି ନୌସେନାରେ ସେବା କରିବା ପରେ 31 ଜାନୁୟାରୀ 2019ରେ ସେ ନିଜ ପଦରୁ ଅବସର ନେଇଥିଲେ । ଭାରତୀୟ ନୌସେନାର ‘ସୁବର୍ଣ୍ଣ ଜୟନ୍ତୀ’ କାର୍ଯ୍ୟକ୍ରମରେ ଗିରୀଶ ଲୁଥ୍ରା ଗାୟକ ଉଦିତ ନାରାୟଣଙ୍କ ଲୋକପ୍ରିୟ ଗୀତ ‘ଘର୍ ସେ ନିକଲତେ ହି, କୁଛ୍ ଦୂର ଚଲତେ ହି…’ ଗାଇ ପରିବେଶ ଜମାଇଥିଲେ । ସମ୍ପୂର୍ଣ୍ଣ ଖବର ଏଠାରେ ପଢ଼ନ୍ତୁ ।
ଅନୁସନ୍ଧାନ ସମୟରେ ଭାଇରାଲ୍ ପୋଷ୍ଟ ନେଇ ବିଶ୍ବାସ ନ୍ୟୁଜ୍ ସେନା ସହ ଜଡ଼ିତ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିଥିଲା । ସେମାନେ ଭାଇରାଲ୍ ଭିଡିଓର ଦାବିକୁ ଖାରଜ କରି ପରିଷ୍କାର କହିଥିଲେ ଯେ, ଭିଡିଓରେ ଗିରୀଶ ଲୁଥ୍ରା ଅଛନ୍ତି ।
ଅନୁସନ୍ଧାନ ଶେଷରେ ବିଶ୍ବାସ ନ୍ୟୁଜ୍ ନକଲି ପୋଷ୍ଟ କିରଥିବା ୟୁଜରଙ୍କର ମଧ୍ୟ ଯାଞ୍ଚ କରିଥିଲା । ଫେସବୁକ୍ ୟୁଜର୍ ଶୀତଲକୁମାର ଜୈନ ମହାରାଷ୍ଟ୍ରର ପୁଣେର ଅଟନ୍ତି । ତାଙ୍କର ଏକାଉଣ୍ଟ 2018ରେ ତିଆରି ହୋଇଛି । ଏହି ଏକାଉଣ୍ଟରେ ଏକ ହଜାର ଲୋକ ଡଡ଼ିତ ଅଛନ୍ତି ।
निष्कर्ष: ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ଭାଇରାଲ୍ ପୋଷ୍ଟ ନକଲି ବୋଲି ପ୍ରମାଣିତ ହେଲା । ଭାଇରାଲ୍ ଭିଡିଓରେ ବିପିନ ରାୱତ ନୁହେଁ, ଗିରୀଶ ଲୁଥ୍ରା ଅଛନ୍ତି ।
- Claim Review : ବିପିନ ରାୱତଙ୍କ ଭିଡିଓ
- Claimed By : ଫେସବୁକ୍ ୟୁଜର୍ ଶୀତଲକୁମାର ଜୈନ
- Fact Check : False
Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.