X
X

ତଥ୍ୟ ଯାଞ୍ଚ: ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ 2020ର ଭିଡିଓ ୟୁପି ନିର୍ବାଚନରେ ଭାଇରାଲ୍

ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁରୁଣା ଭିଡିଓକୁ ୟୁପି ନିର୍ବାଚନ ନାମରେ ଭାଇରାଲ୍ କରୁଥିବା ପୋଷ୍ଟ ଭ୍ରମାତ୍ମକ ପ୍ରମାଣିତ ହେଲା । ମଧ୍ୟ ପ୍ରଦେଶ ଉପନିର୍ବାଚନର ଭିଡିଓକୁ କିଛି ବ୍ୟକ୍ତି ଜାଣିଶୁଣି ୟୁପି ନିର୍ବାଚନରେ ଭାଇରାଲ୍ କରୁଛନ୍ତି ।

ନୂଆ ଦିଲ୍ଲୀ (ବିଶ୍ବାସ ନ୍ୟୁଜ୍) । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏବଂ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ଏକ ପୁରୁଣା ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ସେ ଭୁଲ୍ ରେ କଂଗ୍ରେସକୁ ଭୋଟ୍ ଦେବା ପାଇଁ ନିବେଦନ କରୁଥିବା ଦେଖାଯାଇ ପାରିବ । ବିଶ୍ବାସ ନ୍ୟୁଜ୍ ଏହି ଭାଇରାଲ୍ ପୋଷ୍ଟର ଅନୁସନ୍ଧାନ କରିଥିଲା । ଏହା ଭ୍ରମାତ୍ମକ ବୋଲି ପ୍ରମାଣିତ ହେଲା । ପ୍ରକୃତରେ ମଧ୍ୟ ପ୍ରଦେଶର 2020 ନିର୍ବାଚନର ଉପନିର୍ବାଚନ ସମୟରେ ବିଜେପି ନେଚା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ପ୍ରାର୍ଥୀ ଇମରତୀ ଦେବୀଙ୍କ ପାଇଁ ଭୋଟ୍ ନିବେଦନ କରିଥିଲେ । ସେହି ସମୟରେ ସେ ଭୁଲରେ ବିଜେପି ବଦଳରେ କଂଗ୍ରେସ ଏବଂ ତାହାର ନିର୍ବାଚନୀ ଚିହ୍ନର ନାମ ନେଇଯାଇଥିଲେ । କିନ୍ତୁ ତୁରନ୍ତ ସେ ତାଙ୍କ ଭୁଲ୍ ସୁଧାରି ନେଇଥିଲେ । ବର୍ତ୍ତମାନ ସେହି ଭିଡିଓକୁ କିଛି ବ୍ୟକ୍ତି ୟୁପି ନିର୍ବାଚନ ସମୟରେ ଭାଇରାଲ୍ କରୁଛନ୍ତି ।

କଣ ଭାଇରାଲ୍ ହେଉଛି

ଫେସବୁକ୍ ୟୁଜର୍ ଓକିଲ ସଞ୍ଜୟ ମୋର୍ଯ୍ୟ 20 ଫେବୃୟାରୀରେ ଏକ ଭିଡିଓ ଅପଲୋଡ୍ କରି ଲେଖିଥିଲେ : ‘ଉତ୍ତର ପ୍ରଦେଶରେ ପାଗଳ ହୋଇଯାଇଛି ପୁରୁଣା ପ୍ରେମ ’

ଭିଡିଓରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏହା କହୁଥିବା ଦେଖାଯାଇ ପାରିବ : ‘ମୁଠା ବାନ୍ଧି ଭରସା ଦିଅନ୍ତୁ । ଭରସା ଦିଅନ୍ତୁ ଯେ ତିନି ତାରିଖରେ ହାତ ପାପୁଲି ଥିବା ବଟନ୍ ଦବିବ ଏବଂ କଂଗ୍ରେସ…. ଏବଂ ପଦ୍ମ ଫୁଲ ଥିବା ବଟନ ଦବିବ… ’

ଫେସବୁକ୍ ପୋଷ୍ଟର କଣ୍ଟେଣ୍ଟକୁ ଏଠାରେ ସମାନ ଭାବେ ଲେଖାଯାଇଛି । ଏହାର ଆର୍କାଇବ୍ଡ ଭର୍ସନ୍ ଏଠାରେ ଦେଖନ୍ତୁ । ଫେସବୁକ୍ ରେ କିଛି ଅନ୍ୟ ୟୁଜର୍ସ ମଧ୍ୟ ଏହି ଭିଡିଓକୁ ପୋଷ୍ଟ କରି ସମାନ ଦାବି କରିଛନ୍ତି ।

ଅନୁସନ୍ଧାନ

ଅନୁସନ୍ଧାନ ସମୟରେ ଆଜତକ୍ ର ୱେବସାଇଟ୍ ରେ ଏକ ଖବର ମିଳିଥିଲା । ଏହାକୁ 1 ନଭେମ୍ବର 2020ରେ ପ୍ରକାଶ କରାଯାଇଥିଲା । ଏଠାରେ କୁହାଯାଇଛି ଯେ, ମଧ୍ୟ ପ୍ରଦେଶର ଉପନିର୍ବାଚନରେ କଂଗ୍ରେସରୁ ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମୁଁହରୁ ବିଜେପି ବଦଳରେ କଂଗ୍ରେସ ପାଇଁ ଭୋଟ ନିବେଦନ ଶୁଣିବାକୁ ମିଳିଥିଲା । ଯଦିଓ ପରେ ସେ ତୁରନ୍ତ ନିଜ ଭୁଲ୍ ସ୍ବୀକାର କରିନେଇଥିଲେ । ସମ୍ପୂର୍ଣ୍ଣ ଖବର ଏଠାରେ ପଢ଼ନ୍ତୁ । ସିନ୍ଧିଆ ଡବରାରେ ବିଜେପି ପ୍ରାର୍ଥୀ ଇମରତୀ ଦେବୀଙ୍କ ପାଇଁ ଭୋଟ ମାଗୁଥିଲେ ।  

ଅନୁସନ୍ଧାନ ସମୟରେ ଆମକୁ ଟାଇମ୍ସ ଅଫ୍ ଇଣ୍ଡିଆର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏକ ଭିଡିଓ ମିଳିଥିଲା । ଏହାକୁ ନଭେମ୍ବର 2020ରେ ପ୍ରକାଶ କରାଯାଇଥିଲା । ଏଠାରେ ମଧ୍ୟ କୁହାଯାଇଥିଲା ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ପ୍ରଦେଶ ଉପନିର୍ବାଚନ ସମୟରେ ଭୁଲରେ ହାତ ଚିହ୍ନ ବଟନ ଦବାଇ ଭୋଟ୍ ଦେବା ପାଇଁ ନିବେଦନ କରିଦେଇଥିଲେ ।

https://youtu.be/53COhstf5Dg

ଅଧିକ ଅନୁସନ୍ଧାନ କରି ବିଶ୍ବାସ ନ୍ୟୁଜ୍ ମଧ୍ୟ ପ୍ରଦେଶରୁ ପ୍ରକାଶିତ ନୟିଦୁନିଆ ଖବରକାଗଜର ବ୍ୟରୋ ମୁଖ୍ୟ ଧନଞ୍ଜୟ ପ୍ରତାପ ସିଂହଙ୍କ ସହ ସଂପର୍କ କରିଥିଲେ । ସେ କହିଥିଲେ ଯେ ଭାଇରାଲ୍ ହେଉଥିବା ଭିଡିଓ ପୁରୁଣା । ସେ ସମୟରେ ଜ୍ୟୋତିରାଦିତ୍ୟ ଡବରାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ନିବେଦନ କରୁଥିଲେ । ଭୁଲରେ ତାଙ୍କ ପାଟିରୁ ବିଜେପି ବଦଳରେ କଂଗ୍ରେସ ବାହାରି ଯାଇଥିଲା । କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ସେ ତାଙ୍କ ଭୁଲ୍ ସୁଧାରି ଦେଇଥିଲେ । ବର୍ତ୍ତମାନ ଭାଇରାଲ୍ ହେଉଥିବା ଭିଡିଓର ୟୁପି ନିର୍ବାଚନ ସହ କୌଣସି ସଂପର୍କ ନାହିଁ ।

ଅନୁସନ୍ଧାନର ଶେଷ ପର୍ଯ୍ୟାୟରେ ବିଶ୍ବାସ ନ୍ୟୁଜ୍ ଜ୍ୟତିରାଦିତ୍ୟ ସିନ୍ଧିଆଙ୍କ ପୁରୁଣା ଭିଡିଓକୁ ଭୁଲ୍ ସନ୍ଦର୍ଭ ଏବଂ ଭ୍ରମାତ୍ମକ ଦାବି ସହ ଭାଇରାଲ୍ କରୁଥିବା ୟୁଜରଙ୍କ ଯାଞ୍ଚ କରିଥିଲା । ଫେସବୁକ୍ ୟୁଜର୍ ସଞ୍ଜୟ ମୋର୍ଯ୍ୟ ଗୋଟିଏ ରାଜନୈତିକ ଦଳ ସହ ଜଡ଼ିତ । ଗୋରଖପୁର ନିବାସୀ ସଞ୍ଜୟ ନଭେମ୍ବର 2012ରେ ନିଜ ଫେସବୁକ୍ ଏକାଉଣ୍ଟ ଖୋଲି ଥିଲେ । ଏହାକୁ 9752 ବ୍ୟକ୍ତି ଫଲୋ କରୁଛନ୍ତି ।

निष्कर्ष: ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁରୁଣା ଭିଡିଓକୁ ୟୁପି ନିର୍ବାଚନ ନାମରେ ଭାଇରାଲ୍ କରୁଥିବା ପୋଷ୍ଟ ଭ୍ରମାତ୍ମକ ପ୍ରମାଣିତ ହେଲା । ମଧ୍ୟ ପ୍ରଦେଶ ଉପନିର୍ବାଚନର ଭିଡିଓକୁ କିଛି ବ୍ୟକ୍ତି ଜାଣିଶୁଣି ୟୁପି ନିର୍ବାଚନରେ ଭାଇରାଲ୍ କରୁଛନ୍ତି ।

  • Claim Review : ୟୁପି ନିର୍ବାଚନରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ପାଇଁ ଭୋଟ୍ ମାଗିଥିଲେ ।
  • Claimed By : ଫେସବୁକ୍ ୟୁଜର୍ ସଞ୍ଜୟ ମୋର୍ଯ୍ୟ
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later