X
X

ତଥ୍ୟ ଯାଞ୍ଚ: ନାଁ, 10 ସେକେଣ୍ଡ ପର୍ଯ୍ୟନ୍ତ ନିଶ୍ବାସ ଅଟକାଇ ପାରିବା କୋରୋନା ଭାଇରସ୍ ଅଛି କି ନାହିଁ ତାହା ଜାଣିବାର “ଆତ୍ମ ପରୀକ୍ଷା” ନୁହେଁ

ନାଁ, ନିଜ ନିଶ୍ବାସକୁ 10 ସେକେଣ୍ଡ ପର୍ଯ୍ୟନ୍ତ ଅଟକାଇ ପାରିବା କରୋନା ଭାଇରସ ଥିବା ନେଇ ଆତ୍ମ ଯାଞ୍ଚ ନୁହେଁ । ନିଜର ଗଳାକୁ ଓଦାଳିଆ ରଖିବା ଏବଂ ପ୍ରତି 15 ମିନିଟରେ ପାଣି ପିଇବା ଦ୍ବାରା କରୋନା ଭାଇରସ୍ କୁ ମାରି ଦିଆଯାଇ ପାରିବ ନାହିଁ ।


ବିଶ୍ବାସ ନ୍ୟୁଜ୍, ନୂଆ ଦିଲ୍ଲୀ । ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଘୂରି ବୁଲୁଛି ଯାହା ଦାବି କରୁଛି ଯେ, ଆପଣଙ୍କର କରୋନା ଭାଇରସ୍ ଅଛି କି ନାହିଁ ତାହା ଜାଣିବାକୁ ଗୋଟିଏ ସରଳ “ଆତ୍ମ ଯାଞ୍ଚ” ସ୍ଥିର କରି ପାରିବ । ଏହି ଭାଇରାଲ୍ ପୋଷ୍ଟ ଦାବି କରୁଛି ଯେ, ଯଦି ଆପଣ ଦୀର୍ଘ ଶ୍ବାସ ନିଅନ୍ତି ଏବଂ ଏହାକୁ ବିନା କୌଣସି ଅସହଜ ଅନୁଭବରେ, ଅଣନିଶ୍ବାସୀ ନହୋଇ 10 ସେକେଣ୍ଡ ପର୍ଯ୍ୟନ୍ତ ଅଟକାଇ ପାରନ୍ତି ତାହାଲେ ଆପଣଙ୍କ ଫୁସଫୁସ୍ ରେ କୌଣସି ଫାଇବ୍ରୋସିସ୍ ନାହିଁ । ଏହା ଇଙ୍ଗିତ ଦିଏ ଯେ ଆପଣଙ୍କୁ କରୋନା ଭାଇରସ୍ ସଂକ୍ରମଣ ହୋଇ ନାହିଁ ।

ଦାବି

ରାଣ୍ଡି ଫଜ୍ ବ୍ରାଉନି ନାମକ ଜଣେ ୟୁଜର୍ ଙ୍କ ଦ୍ବାରା ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଭାଇରାଲ୍ ପୋଷ୍ଟ ହେଉଛି: “କୋଭିଡ୍-19, ଏକ ମିନିଟ ନିଅନ୍ତୁ ଏବଂ ପଢ଼ନ୍ତୁ  ବୁଝନ୍ତୁ !!! କୋଊିଡ୍ -19 ନିବାରଣ ପାଇଁ ଜଣେ ଜାପାନ ଡାକ୍ତର ବଢ଼ିଆ ପରାମର୍ଶ ପ୍ରଦାନ କରନ୍ତି ।  ନୂଆ କରୋନା ଭାଇରସ୍ ହୁଏତ କିଛି ଦିନ ପାଇଁ ( 14-27 ଦିନ) କୌଣସି ଲକ୍ଷଣ ଦେଖାଇ ନପାରେ ।  ଜଣେ ଲୋକ ସଂକ୍ରମିତ ହୋଇଛି ବୋଲି କିପରି ଜାଣିବ ? ଜ୍ବର କିମ୍ବା ଥଣ୍ଡା ହୋଇ ଜଣେ ଡାକ୍ତରଖାନା ଯିବା ମଧ୍ୟରେ ରୋଗୀଙ୍କର 50% ଫାଇବ୍ରୋସିସ୍ ହୋଇପାରେ, ଏବଂ ସେତେବେଳେ ଏହା ବହୁତ ବିଳମ୍ବ ହୋଇଯାଇଥାଏ । ତାଇୱାନ୍ ବିଶେଷଜ୍ଞ ଗୋଟିଏ ସରଳ ଆତ୍ମ ପରୀକ୍ଷା ବା ଯାଞ୍ଚ କୁହନ୍ତି ଯାହା ଆମେ ପ୍ରତିଦିନ ସକାଳେ କରି ପାରିବା: ଦୀର୍ଘ ଶ୍ବାସ ନିଅନ୍ତୁ ଏବଂ 10 ସେକେଣ୍ଡରୁ ଅଧିକ ସମୟ ପର୍ଯ୍ୟନ୍ତ ଏହାକୁ ଅଚକାଇ ରଖନ୍ତୁ । ଯଦି ଆପଣ କୌଣସି ଅସହଜ ଅନୁଭବ ନକରି, ବିନା ଛାତି ଯନ୍ତ୍ରଣାରେ ସଫଳତାର ସହ ଏହା କରି ପାରନ୍ତି ତାହେଲେ ଆପଣଙ୍କର ଫାଇବ୍ରୋସିସ୍ ନାହିଁ ଏବଂ ସାଧାରଣତଃ ଏହା ସୂଚାଏ ଯେ ଆପଣ ସଂକ୍ରମିତ ହୋଇ ନାହାଁନ୍ତି ।  ଗୋଟିଏ ତାଜା ପରିବେଶରେ ପ୍ରତିଦିନ ସକାଳେ ନିଜକୁ ଯାଞ୍ଚ କରନ୍ତୁ । କୋଭିଡ୍ -19 ଚିକିତ୍ସା କରୁଥିବା ଜାପାନ ଡାକ୍ତର ଏହାକୁ ରୋକିବା ପାଇଁ ସବୁଠାରୁ ଭଲ ପରାମର୍ଶ ଦିଅନ୍ତି :

ସମସ୍ତେ ସୁନିଶ୍ଚିତ କରିବା ଉଚିତ ଯେ ସେମାନଙ୍କ ପାଟି ଏବଂ ଗଳା ସବୁବେଳେ ଓଦାଳିଆ ରହିବା ଉଚିତ । ପ୍ରତି 15 ମିନିଟରେ କିଛି ପରିମାଣରେ ପାଣି ପିଅନ୍ତୁ । କାହିଁକି ନୁହେଁ ? ଯଦି ବି ଭାଇରସ୍ ଆପଣଙ୍କ ପାଟିରେ ପ୍ରବେଶ କରେ, ପାଣି ପିଇଲେ କିମ୍ବା ଅନ୍ୟ କୌଣସି ତରଳ ପଦାର୍ଥ ସେବନ କରିଲେ ଏହା ପେଟ ପର୍ଯ୍ୟନ୍ତ ଖାଦ୍ୟନଳୀ ବା ଇସୋଫାଗସ୍ ପରିଷ୍କାର କରିବାରେ ସାହାଯ୍ୟ କରିବ । ଯେତେବେଳେ ଭାଇରସ ପେଟରେ ଥାଏଆପଣଙ୍କ ପେଟରେ ଥିବା ହାଇଡ୍ରୋକ୍ଲୋରିକ୍ ଏସିଡ୍ କୀଟାଣୁ ମାରିଦେବ । ଯଦି ଆପଣ ନୀୟମିତ ପ୍ରଚୁର ପାଣି ପିଇବେ ନାହିଁ, ଭାଇରସ୍ ଏୟାର୍ ୱେ ରେ ପ୍ରବେଶ କରିବ ଏବଂ ପରେ ପରେ ଆପଣଙ୍କ ଫୁସଫୁସ୍ ରେ ପ୍ରବେଶ କରିବ , ଯାହା ବହୁତ ବିପଦଜନକ । ଏହା ବାର୍ତ୍ତା ପ୍ରଚାର କରନ୍ତୁ ।.” ପ୍ଷ୍ଟର ଆର୍କାଇଭ୍ ସଂକଳନ ଏଠାରେ  ଯାଞ୍ଚ କରାଯାଇ ପାରିବ ।

ଅନୁସନ୍ଧାନ

କରୋନା ଭାଇରସ୍ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁ ଏଚ୍ ଓ) କିମ୍ବା ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (ସିଡିସି) ଏଭଳି କୌଣସି ଆତ୍ମ ଯାଞ୍ଚ ପରୀକ୍ଷା ଜାରି କରିଛି କି ନାହିଁ ଜାଣିବା ପାଇଁ ବିଶ୍ବାସ ନ୍ୟୁଜ୍ ଏହାର ଅନୁସନ୍ଧାନ ଆରମ୍ଭ କରିଥିଲା । ସ୍ବାସ୍ଥ୍ୟ ସଂଗଠନ ୱେବସାଇଟର କେଉଁଠାରେ ଏଭଳି ଆତ୍ମ ଯାଞ୍ଚ ପରୀକ୍ଷାର ଉଲ୍ଲେଖ ନାହିଁ ।

ଏହା ପରିବର୍ତ୍ତେ,  ସ୍ବାସ୍ଥ୍ୟ ସଂଗଠନଗୁଡ଼ିକ ଲୋକଙ୍କୁ ପରାମର୍ଶ ଦେଇଛି ଯେ, ଯେଉଁ ବ୍ୟକ୍ତିମାନେ ନିଜର କୋଭିଡ୍ -19 ଥିବା ଭାବୁଛନ୍ତି, ସେମାନେ ଘରେ ଏକାନ୍ତ ରହିବା ଉଚିତ ଏବଂ ସ୍ବାସ୍ଥ୍ୟ ବିଭାଗ ତରଫରୁ ଡାକ୍ତରୀ ଚିକିତ୍ସା ଲୋଡ଼ିବା ଉଚିତ  । 

ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (ସିଡିସି) ଅନୁଯାୟୀ, “ ସ୍ବଳ୍ପ ମାତ୍ରାରେ କୋଭିଜ୍ -19 ଦ୍ବାରା ଅସୁସ୍ଥ ଥିବା ବ୍ୟକ୍ତି ଘରେ ହିଁ ସୁସ୍ଥ ହୋଇ ପାରିବେ. ଡାକ୍ତରୀ ଚିକିତ୍ସା ବ୍ୟତୀତ ଅନ୍ୟ କୌଣସି କାରଣ ପାଇଁ ଘରୁ ବାହାରନ୍ତୁ ନାହିଁ । ସର୍ବସାଧାରଣ ସ୍ଥାନ ବୁଲି ଯାଆନ୍ତୁ ନାହିଁ ।

ଏହି ଦାବିକୁ ଚୀନ ଏବଂ ତାଇୱାନ୍ ଡାକ୍ତର ମିଥ୍ୟା ବୋଲି କହିଛନ୍ତି ।   

ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍, କ୍ରିଟିକାଲ୍ କେୟାର୍ ର ପୁଲମୋନୋଲୋଜିଷ୍ଟ ଡାକ୍ତର ରାଜେଶ ଚାୱଲାଙ୍କୁ ବିଶ୍ବାସ ନ୍ୟୁଜ୍ ଯୋଗାଯୋଗ କରିଥିଲା । ସେ ଭାଇରାଲ୍ ଦାବିକୁ ଖଣ୍ଡନ କରିଥିଲେ । ସେ କହିଥିଲେ “ ଏହା ଭୁଲ୍, କରୋନା ଭାଇରସ୍ 50 ପ୍ରତିଶତ ଫାଇବ୍ରୋସିସ୍ କରେ ବୋଲି କୌଣସି ପ୍ରମାଣ ନାହିଁ ଏବଂ ଏହା କରୋନା ଭାଇରସ୍ ର ଆତ୍ମ  ଯାଞ୍ଚ ପରୀକ୍ଷା ନୁହେଁ

ଆମେ ମଧ୍ୟ ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍, କ୍ରିଟିକାଲ୍ କେୟାର୍ ର ପୁଲମୋନୋଲୋଜିଷ୍ଟ ଡାକ୍ତର ନିଖିଲ ମୋଦିଙ୍କ ସହ କଥା ହୋଇଥିଲୁ । ସେ ମଧ୍ୟ ଦାବିକୁ ଖଣ୍ଡନ କରିଥିଲେ । ସେ କହିଥିଲେ “ ଏହା ଆଦୌ ସତ୍ୟ ନୁହେଁ । ପରୀକ୍ଷା କରିବା ପାଇଁ ଏଭଳି କୌଣସି ପନ୍ଥା ନାହିଁ । କରୋନା ଭାଇରସ୍ ସମ୍ବନ୍ଧରେ ଏହା ଭୁଲ୍ ସୂଚନା ପ୍ରସାରିତ ହେଉଛି ।

ପୋଷ୍ଟର ଆଉ ଏକ ଭାଇରାଲ୍ ଦାବି କହେ ଯେ, ପାଣି ପିଇବା ଏବଂ ଗଳାକୁ ଓଦାଳିଆ ରଖିବା ଦ୍ବାରା ଭାଇରସ୍ ମରିଯିବ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ( ଡବ୍ଲୁ ଏଚ୍ ଓ) ଦ୍ବାରା କରାଯାଇଥିବା ଏକ ଟ୍ବିଟ୍ ର ଆମେ ଅନୁସନ୍ଧାନ କରିଥିଲୁ ଯେଉଁଥିରେ ଉଲ୍ଲେଖ ଥିଲା “ ଯଦିଓ ସାମଗ୍ରିକ ସ୍ବାସ୍ଥ୍ୟ ପାଇଁ ପାଣି ପିଇ ହାଇଡ୍ରେଟ୍ ରହିବା ଗୁରୁତ୍ତ୍ବପୂର୍ଣ୍ଣ, ତେବେ ଏହା କରୋନା ଭାଇରସ୍ ସଂକ୍ରମଣକୁ ରୋକେ ନାହିଁ ।

ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର  ଅନୁଯାୟୀ, 2019-nCoV ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟୀକା ବାହାରି ନାହିଁ । ତେବେ, ଏହି ଶ୍ବାସକ୍ରିୟା ସମ୍ବନ୍ଧୀୟ ଭାଇରସ୍ ବ୍ୟାପିବା ରୋକିବାରେ ସାହାଯ୍ୟ କରିବା ପାଇଁ ନିବାରଣାତ୍ମକ କାର୍ଯ୍ୟ ଗ୍ରହଣ କରାଯାଇପାରେ । 

କରୋନା ଭାଇରସ୍ ବିଷୟରେ ଭୁଲ୍ ସୂଚନା ପ୍ରସାର କରୁଥିବା ସେହିଭଳି ଭାଇରାଲ୍ ପୋଷ୍ଟକୁ ବିଶ୍ବାସ ନ୍ୟୁଜ୍ ଖଣ୍ଡନ କରିଛି । ଏହି ପୋଷ୍ଟ ଗୁଡ଼ିକୁ ହେଲଥ୍ ଫ୍ୟାକ୍ଟ ଚେକ୍ ପେଜ୍ ରେ ଯାଞ୍ଚ କରାଯାଇ ପାରିବ ।

निष्कर्ष: ନାଁ, ନିଜ ନିଶ୍ବାସକୁ 10 ସେକେଣ୍ଡ ପର୍ଯ୍ୟନ୍ତ ଅଟକାଇ ପାରିବା କରୋନା ଭାଇରସ ଥିବା ନେଇ ଆତ୍ମ ଯାଞ୍ଚ ନୁହେଁ । ନିଜର ଗଳାକୁ ଓଦାଳିଆ ରଖିବା ଏବଂ ପ୍ରତି 15 ମିନିଟରେ ପାଣି ପିଇବା ଦ୍ବାରା କରୋନା ଭାଇରସ୍ କୁ ମାରି ଦିଆଯାଇ ପାରିବ ନାହିଁ ।

  • Claim Review : କରୋନା ଭାଇରସ୍ ପାଇଁ ଏହା ହେଉଚି ଆତ୍ମ ଯାଞ୍ଚ ପରୀକ୍ଷା
  • Claimed By : Randy Fudgebrownie
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later