ବିଶ୍ୱାସ ନ୍ୟୁଜ (ନୂଆଦିଲ୍ଲୀ) ମଣିପୁରରେ ଘଟିଥିବା ଘଟଣାକୁ ନେଇ ବଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହା ସହିତ ଅକ୍ଷୟ କୁମାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ରିଲିଜ୍ କରି ମଣିପୁରରେ ଘଟିଥିବା ଘଟଣାକୁ ନେଇ ସେ ନିଜର କ୍ରୋଧ ପ୍ରକାଶ କରିଥିବା ଦାବି ସହ ଭିଡିଓ ସେୟାର କରାଯାଇଛି।
ବିଶ୍ୱାସ ନ୍ୟୁଜ ଏହାର ଅନୁସନ୍ଧାନରୁ ଜାଣିପାରିଛି ଯେ ଭାଇରାଲ୍ ଭିଡିଓ 2017 ମସିହାର ଅଟେ । ନୂଆ ବର୍ଷ ଅବସରରେ ଅକ୍ଷୟ କୁମାର ବେଙ୍ଗାଲୁରୁରେ ଘଟିଥିବା ଅସାଦାଚରଣ ସମ୍ପର୍କରେ ଏହି ଭିଡିଓକୁ ପ୍ରକାଶ କରିଥିଲେ, ଯାହାକୁ ବର୍ତ୍ତମାନ ଏକ ଭ୍ରମାତ୍ମକ ଦାବି ସହ ସେୟାର କରାଯାଉଛି। ତେବେ ମଣିପୁର ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଅକ୍ଷୟ କୁମାର ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି।
ଟ୍ୱିଟର ୟୁଜର ‘ଚାର୍ଲି (ଓଏମଜି2)’ ଜୁଲାଇ 20, 2023 ରେ ଭାଇରାଲ ଭିଡିଓ ସେୟାର କରି ଇଂରାଜୀରେ କ୍ୟାପସନରେ ଲେଖିଥିଲେ, “ଅକ୍ଷୟ କୁମାର ମଣିପୁର ହିଂସା ବିଷୟରେ କହୁଛନ୍ତି।”
ପୋଷ୍ଟର ଆର୍କାଇଭ୍ ଲିଙ୍କ୍ ଏଠାରେ ଦେଖନ୍ତୁ |
ଫେସବୁକ ୟୁଜର ‘ଇଣ୍ଡେ ନ୍ୟୁଜ୍’ ଜୁଲାଇ 20 ରେ ଭାଇରାଲ ଭିଡିଓ ସେୟାର କରି କ୍ୟାପସନରେ ଲେଖିଥିଲେ,’’ ମଣିପୁର ଘଟଣାରେ ଅକ୍ଷୟ କୁମାରଙ୍କ ବୟାନ ।‘’
ପୋଷ୍ଟର ଆର୍କାଇଭ୍ ଲିଙ୍କ୍ ଏଠାରେ ଦେଖନ୍ତୁ |
ଭାଇରାଲ୍ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଭିଡିଓକୁ ଭଲଭାବେ ଦେଖିଲୁ | ଆମେ ଜାଣିବାକୁ ପାଇଲୁ ଯେ ଭିଡିଓର ଏକ ସମୟରେ ଅକ୍ଷୟ କୁମାର ବେଙ୍ଗାଲୁରୁରେ କଥା ହେଉଥିବା ଦେଖିବାକୁ ମିଳିଛି। ଏହା ଆମକୁ ଭିଡିଓ ପୁରୁଣା ହେବାର ଏକ ଧାରଣା ଦେଇଛି |
ଏହି ଆଧାରରେ, ଆମେ ସମ୍ବନ୍ଧୀୟ କୀ ୱାର୍ଡ ସହିତ ଗୁଗୁଲରେ ସନ୍ଧାନ କରିବା ଆରମ୍ଭ କଲୁ | ଜାନୁଆରୀ 5, 2017 ରେ ଏନଡିଟିଭି ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏହି ଭିଡିଓକୁ ଆମେ ପାଇଲୁ | ଉପଲବ୍ଧ ସୂଚନା ଅନୁଯାୟୀ, ସେ ‘’ନୂଆ ବର୍ଷ ଅବସରରେ ବେଙ୍ଗାଲୁରୁରେ ହୋଇଥିବା ଅସାଦାଚରଣ ଘଟଣାରେ କ୍ରୋଧ ପ୍ରକାଶ କରି ଏହି ଭିଡିଓ ଜାରି କରିଥିଲେ ।‘’
ଟାଇମ୍ସ ନାଓ ଏବଂ ଜି ନ୍ୟୁଜ୍ ମଧ୍ୟ ସମାନ ସୂଚନା ସହିତ 2017 ରେ ଏହି ଭିଡିଓ ସେୟାର କରିଥିଲେ |
ଅନୁସନ୍ଧାନକୁ ଆଗକୁ ନେଇ, ଆମେ ଅନ୍ୟ କୀ ୱାର୍ଡ ସହିତ ଗୁଗୁଲରେ ସନ୍ଧାନ କରିବା ଆରମ୍ଭ କଲୁ | ଏହି ଘଟଣା ସହ ଜଡିତ ଏକ ରିପୋର୍ଟ ଆମେ ଅମର ଉଜାଲା ୱେବସାଇଟରେ ପାଇଲୁ। ଏହି ରିପୋର୍ଟ 6 ଜାନୁଆରୀ 2017 ରେ ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ, “31 ଡିସେମ୍ବର ରାତିରେ ବେଙ୍ଗାଲୁରୁରେ ନୂଆ ବର୍ଷ ପାଳନ କରିବା ପରେ ଫେରୁଥିବା ଜଣେ ଝିଅ ସହ ଅସାଦାଚରଣ ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହି ଘଟଣାକୁ ସମସ୍ତେ ଦୃଢ ଭାବେ ସମାଲୋଚନା କରିଥିଲେ। ଏପରିକି ବଲିଉଡର ସେଲିବ୍ରିଟିମାନେ ଏହାକୁ ଲଜ୍ଜାଜନକ ଏବଂ ଭୟାନକ ବୋଲି ନିନ୍ଦା କରିଥିଲେ। ବେଙ୍ଗାଲୁରୁର ଜଣେ ଝିଅ ସହ ଅସାଦାଚରଣ ହେତୁ ଅକ୍ଷୟ କୁମାର ମଧ୍ୟ କ୍ରୋଧିତ ହୋଇଯାଇଥିଲେ ଏବଂ କହିଥିଲେ – ପଶୁମାନେ ଏହାଠାରୁ ଭଲ। ‘’
ଅକ୍ଷୟ କୁମାରଙ୍କ ଟ୍ୱିଟର ଆକାଉଣ୍ଟ ଖୋଜିବା ପରେ ଆମେ ମଣିପୁର ଘଟଣା ସମ୍ପର୍କରେ ଜୁଲାଇ 20, 2023 ରେ ଏକ ଟୁଇଟ୍ ପାଇଥିଲୁ, ‘’ଯେତେବେଳେ ମଣିପୁରରେ ମହିଳାଙ୍କ ପ୍ରତି ହେଉଥିବା ହିଂସାର ଭିଡିଓ ଦେଖିଲି, ସେତେବେଳେ ଘୃଣା ଆସିଗଲା । ମୁଁ ଆଶା କରୁଛି ଦୋଷୀମାନଙ୍କୁ ଏତେ କଠୋର ଦଣ୍ଡ ଦିଆଯିବ ଯେ କେହି ଏପରି ଘୃଣ୍ୟ କାର୍ଯ୍ୟ କରିବାକୁ କେବେ ଭାବିବେ ନାହିଁ। ”
ଅଧିକ ସୂଚନା ପାଇଁ ଆମେ ଜଣାଶୁଣା ଏଣ୍ଟରଟେନମେଣ୍ଟ ଜର୍ଣ୍ଣାଲିଷ୍ଟ ପରାଗ ଛାପରେକରଙ୍କ ସହିତ କଥା ହେଲୁ | ଭାଇରାଲ୍ ଭିଡିଓ ପୁରୁଣା ବୋଲି ସେ ଆମକୁ କହିଥିଲେ। ଏହା ହେଉଛି ବହୁ ବର୍ଷ ପୂର୍ବେ ବେଙ୍ଗାଲୁରୁରେ ଘଟିଥିବା ଘଟଣାରେ ଦିଆଯାଇଥିବା ପ୍ରତିକ୍ରିୟାର ଭିଡିଓ | ତେବେ ମଣିପୁରରେ ଘଟିଥିବା ଘଟଣା ସମ୍ପର୍କରେ ଅକ୍ଷୟ କୁମାର ପ୍ରତିକ୍ରିୟା ଦେଇଛନ୍ତି।
ଏହାପୂର୍ବରୁ ଏହି ଭିଡିଓକୁ ଆକାଂକ୍ଷା ଦୁବେଙ୍କ ମୃତ୍ୟୁ ସହ ଯୋଡି ସେୟାର କରାଯାଇଛି। ସମ୍ପୂର୍ଣ୍ଣ ଫ୍ୟାକ୍ଟ ଚେକ ରିପୋର୍ଟ ଏଠାରେ ପଢା ଯାଇପାରିବ |
ଶେଷରେ, ଆମେ ୟୁଜରଙ୍କ ଆକାଉଣ୍ଟକୁ ସ୍କାନ୍ କରିଥିଲୁ ଯିଏ ମିଥ୍ୟା ଦାବି ସହିତ ଭିଡିଓ ସେୟାର କରିଥିଲେ | ଆମେ ଜାଣିଲୁ ଯେ ୟୁଜର ଅକ୍ଷୟ କୁମାରଙ୍କର ଜଣେ ପ୍ରଶଂସକ | ପ୍ରୋଫାଇଲରେ ଥିବା ସୂଚନା ଅନୁଯାୟୀ ସେ କୋଲକାତାର ବାସିନ୍ଦା। ସେପ୍ଟେମ୍ବର 2021 ରୁ ୟୁଜର ଟ୍ୱିଟରରେ ସକ୍ରିୟ ଅଛନ୍ତି | 2,433 ଲୋକ ଟ୍ୱିଟରରେ ୟୁଜରଙ୍କୁ ଅନୁସରଣ କରନ୍ତି |
ସିଦ୍ଧାନ୍ତ: ବିଶ୍ୱାସ ନ୍ୟୁଜ ଏହାର ଅନୁସନ୍ଧାନରୁ ଜାଣିପାରିଛି ଯେ ଭାଇରାଲ୍ ଭିଡିଓ 2017 ମସିହାର ଅଟେ । ନୂଆ ବର୍ଷ ଅବସରରେ ଅକ୍ଷୟ କୁମାର ବେଙ୍ଗାଲୁରୁରେ ଘଟିଥିବା ଅସାଦାଚରଣ ସମ୍ପର୍କରେ ଏହି ଭିଡିଓକୁ ପ୍ରକାଶ କରିଥିଲେ, ଯାହାକୁ ବର୍ତ୍ତମାନ ଏକ ଭ୍ରମାତ୍ମକ ଦାବି ସହ ସେୟାର କରାଯାଉଛି।
Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923