Fact Check: ସବୁଠାରୁ ଲମ୍ବା ବେକ ଥିବା ପରିବାରର ଏହି ଚିତ୍ରଗୁଡ଼ିକ ଅସଲି ନୁହେଁ, AI ଦ୍ୱାରା ସୃଷ୍ଟି କରାଯାଇଛି

ବିଶ୍ୱାସ ନ୍ୟୁଜ ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଲା ଯେ ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ୍ ଚିତ୍ର ବାସ୍ତବ ନୁହେଁ, ବରଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ ଏଆଇ ସାହାଯ୍ୟରେ ସୃଷ୍ଟି କରାଯାଇଛି |  

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ) ଲମ୍ବା ବେକ ଥିବା କିଛି ଲୋକଙ୍କ ଚିତ୍ର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି | ଚିତ୍ରଟିକୁ ସେୟାର କରାଯାଇ ଦାବି କରାଯାଉଛି ଯେ ଏହି ଚିତ୍ର 1860 ମସିହାରେ ନିଆଯାଇଥିବା କିଛି ପରିବାରର, ଯେଉଁମାନଙ୍କର ବେକ ସବୁଠାରୁ ଲମ୍ବା ଥିଲା |

ବିଶ୍ୱାସ ନ୍ୟୁଜ ଏହାର ଅନୁସନ୍ଧାନରେ ଜାଣିବାକୁ ପାଇଲା ଯେ ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ୍ ଚିତ୍ର ବାସ୍ତବ ନୁହେଁ, ବରଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ ଏଆଇ ସାହାଯ୍ୟରେ ସୃଷ୍ଟି କରାଯାଇଛି |  

ଭାଇରାଲ୍ କ’ଣ ହେଉଛି?

ଭାଇରାଲ୍ ଫଟୋ ସେୟାର କରିବାବେଳେ ଫେସବୁକ୍ ୟୁଜର ମେରା ଭାରତ ମହାନ୍ କ୍ୟାପସନରେ ଲେଖିଛନ୍ତି, “1860 ମସିହା ଇତିହାସରେ ଦୁନିଆର ସବୁଠାରୁ ଲମ୍ବା ବେକ ଥିବା ବ୍ୟକ୍ତି ମାନଙ୍କ ଫଟୋ।“

ପୋଷ୍ଟର ଆର୍କାଇଭ୍ ଲିଙ୍କ୍ ଏଠାରେ ଦେଖନ୍ତୁ |

ଅନୁସନ୍ଧାନ

ଭାଇରାଲ୍ ଦାବିର ସତ୍ୟତା ଜାଣିବା ପାଇଁ ଆମେ ଫଟୋ ଗୁଡ଼ିକୁ ଯତ୍ନର ସହ ଦେଖିଲୁ | ଆମେ ଜାଣିବାକୁ ପାଇଲୁ ଯେ ଏଥିରେ ମାନବ ଶରୀରର କିଛି ଅଂଶ ଅସମ୍ପୂର୍ଣ୍ଣ ଏବଂ ଅଦ୍ଭୁତ ଭଳି ଲାଗୁଛି |

ପ୍ରଥମ ଚିତ୍ରରେ ଏହା ଦେଖିବାକୁ ମିଳେ ଯେ ମହିଳାଙ୍କ ମୁହଁ ବଙ୍କା ଅଛି ଏବଂ ବେକ ମଧ୍ୟ ବହୁତ ଅଦ୍ଭୁତ ଦେଖାଯାଉଥିବାବେଳେ ମଝିରେ ଥିବା ବ୍ୟକ୍ତିଙ୍କ ହାତର ଆଙ୍ଗୁଠି ଛୋଟ ଦେଖାଯାଉଛି | କେବଳ ଏତିକି ନୁହେଁ, ତାଙ୍କ ପାଖରେ ଠିଆ ହୋଇଥିବା ଶିଶୁର ଆଖି ମଧ୍ୟ ଏଣେ ତେଣେ ଅଛି | ଏଭଳି ପରିସ୍ଥିତିରେ ଆମେ ଫଟୋକୁ ଏଆଇ ଦ୍ୱାରା ସୃଷ୍ଟି କରାଯାଇଛି ବୋଲି ସନ୍ଦେହ କରିଥିଲୁ | ଆମେ ହାଇଭ ମୋଡରେସନ ସାହାଯ୍ୟରେ ଫଟୋକୁ ଖୋଜିଲୁ | ଟୁଲ୍ ଚିତ୍ରକୁ 99.9 ପ୍ରତିଶତ ଏଆଇ ଦ୍ୱାରା ସୃଷ୍ଟି କରାଯାଇଛି ବୋଲି ବର୍ଣ୍ଣନା କରିଛି | 

ଦ୍ୱିତୀୟ ଫଟୋକୁ ଦେଖିବା ପରେ ଆମେ ଜାଣିଲୁ ଯେ ପିଲାମାନଙ୍କର ଚେହେରା ଏବଂ ଆକୃତି  ଅଦ୍ଭୁତ ଏବଂ ଅଙ୍କା ବଙ୍କା ପରିଲକ୍ଷିତ ହେଉଛି, ଆହୁରି ମଧ୍ୟ ଫଟୋରେ ଥିବା ଜଣେ ବ୍ୟକ୍ତିଙ୍କର ଆଦୌ ଚେହେରା ନାହିଁ | ଯେତେବେଳେ ଆମେ ହାଇଭ୍ ମୋଡରେସନ ଟୁଲ୍ ସାହାଯ୍ୟରେ ଏହି ଛବି ଖୋଜିଲୁ | ଟୁଲ୍ ଚିତ୍ରକୁ 99.9 ପ୍ରତିଶତ ଏଆଇ ଦ୍ୱାରା ସୃଷ୍ଟି କରାଯାଇଛି ବୋଲି ବର୍ଣ୍ଣନା କରିଛି | 

ତୃତୀୟ ଚିତ୍ରକୁ ଦେଖିବା ପରେ ଆମେ ଜାଣିଲୁ ଯେ ଫଟୋରେ ଥିବା ଜଣେ ମହିଳାଙ୍କ ନାକ ନାହିଁ, ଯେତେବେଳେ କି ଲୋକଙ୍କ ଚେହେରା ମଧ୍ୟ ଅଙ୍କା ବଙ୍କା ପରିଲକ୍ଷିତ ହେଉଛି | ଯେତେବେଳେ ଆମେ ଏହି ଚିତ୍ରକୁ ହାଇଭ୍ ମୋଡରେସନ ଟୁଲରେ ଖୋଜିଲୁ | ଟୁଲ୍ ମଧ୍ୟ ଏହି ଚିତ୍ରକୁ 99.9 ପ୍ରତିଶତ ଏଆଇ ଦ୍ୱାରା ସୃଷ୍ଟି କରାଯାଇଛି ବୋଲି ବର୍ଣ୍ଣନା କରିଛି | 

ଅନ୍ୟ ଏକ ଉପକରଣ, ସାଇଟ୍ ଇଞ୍ଜିନ୍ ସାହାଯ୍ୟରେ ଆମେ ପ୍ରତିଛବିଗୁଡ଼ିକୁ ମଧ୍ୟ ଖୋଜିଲୁ | ଏହି ଉପକରଣ ମଧ୍ୟ ଚିତ୍ରକୁ 99 ପ୍ରତିଶତ ଏଆଇ ଦ୍ୱାରା ସୃଷ୍ଟି କରାଯାଇଛି ବୋଲି ବର୍ଣ୍ଣନା କରିଛି |

ଅନୁସନ୍ଧାନକୁ ଆହୁରି ଆଗକୁ ନେଇ ଆମେ ଗୁଗୁଲ୍ ରିଭର୍ସ ଇମେଜ୍ ସାହାଯ୍ୟରେ ଫଟୋ ଗୁଡିକୁ ଖୋଜିଲୁ | ଆମକୁ funnyaipics ନାମକ ଟିକ ଟକ ଆକାଉଣ୍ଟରେ ଭାଇରାଲ୍ ଚିତ୍ର ଗୁଡିକ ମିଳିଥିଲା | ଆକାଉଣ୍ଟରେ ଉପଲବ୍ଧ ସୂଚନା ଅନୁଯାୟୀ, ୟୁଜର ଏଆଇ ସାହାଯ୍ୟରେ ସୃଷ୍ଟି କରାଯାଉଥିବା ବିଷୟବସ୍ତୁ ସବୁ ସେୟାର କରନ୍ତି | 11 ନଭେମ୍ବର 2023 ରେ ୟୁଜର ଭାଇରାଲ ଚିତ୍ର ସେୟାର କରିଥିଲେ।

ଅଧିକ ସୂଚନା ପାଇଁ, ଆମେ ଏଆଇ ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ଜଣେ ଏଆଇ ବିଶେଷଜ୍ଞ ଅଂଶ ମେହେରାଙ୍କ ସହ ଯୋଗାଯୋଗ କଲୁ | ସେ ଚିତ୍ରକୁ ଏଆଇ ଦ୍ୱାରା ସୃଷ୍ଟି କରାଯାଇଥିବାର ବର୍ଣ୍ଣନା କରିଛନ୍ତି | 

ଶେଷରେ, ଆମେ ମିଥ୍ୟା ସୂଚନା ସହିତ ଫଟୋ ସେୟାର କରିଥିବା ୟୁଜରଙ୍କ ଆକାଉଣ୍ଟକୁ ସ୍କାନ କରିଥିଲୁ| ଆମେ ଜାଣିଲୁ ଯେ ୟୁଜରଙ୍କୁ 31 ହଜାରରୁ ଅଧିକ ଲୋକ ଅନୁସରଣ କରୁଛନ୍ତି |

ସିଦ୍ଧାନ୍ତ: ବିଶ୍ୱାସ ନ୍ୟୁଜ ଏହାର ଅନୁସନ୍ଧାନରୁ ଜାଣିପାରିଛି ଯେ ସବୁଠାରୁ ଲମ୍ବା ବେକ ଥିବା ପରିବାରର ଭାଇରାଲ ଚିତ୍ର ସମ୍ପର୍କରେ କରାଯାଉଥିବା ଦାବି ମିଥ୍ୟା ଅଟେ। ଭାଇରାଲ୍ ଚିତ୍ର ବାସ୍ତବ ନୁହେଁ, ବରଂ ଏଆଇ ସାହାଯ୍ୟରେ ସୃଷ୍ଟି କରାଯାଇଛି |

False
Symbols that define nature of fake news
Know The Truth...

Knowing the truth is your right. If you have a doubt on any news that could impact you, society or the nation, let us know. You can share your doubts and send you news for fact verification on our mail ID contact@vishvasnews.com or whatsapp us on 9205270923

Related Posts
ନୂଆ ପୋଷ୍ଟଗୁଡ଼ିକ