X
X

ଫ୍ୟାକ୍ଟ ଚେକ୍: ଫୋନ୍‌ରୁ କରୋନା କଲର୍ ଟ୍ୟୁନ୍ ଅପସାରଣ କରାଯାଇପାରିବ ନାହିଁ , ଭାଇରାଲ୍ ପୋଷ୍ଟ ମିଥ୍ୟା

ସିଦ୍ଧାନ୍ତ: ଭାଇରାଲ୍ ପୋଷ୍ଟରେ ଦିଆଯାଇଥିବା ପଦ୍ଧତି ଦ୍ୱାରା କରୋନା କଲର୍ ଟ୍ୟୁନ୍ ଅପସାରଣ କରାଯାଇପାରିବ ନାହିଁ, ଭାଇରାଲ୍ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ଅଟେ।

ନୂଆଦିଲ୍ଲୀ (ବିଶ୍ୱାସ ଟିମ୍)। ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି, ଯାହା ମାଧ୍ୟମରେ ଦାବି କରାଯାଉଛି ଯେ ପୋଷ୍ଟରେ ଦିଆଯାଇଥିବା ନିର୍ଦ୍ଦେଶକୁ ଅନୁସରଣ କରି କରୋନା କଲର୍ ଟ୍ୟୁନ୍ ଫୋନରୁ ହଟା ଯାଇପାରିବ। ବିଶ୍ୱାସ ନ୍ୟୁଜ୍ ତଦନ୍ତ କରି ଜାଣିବାକୁ ପାଇଲା ଯେ ଭାଇରାଲ୍ ପୋଷ୍ଟରେ କରାଯାଇଥିବା ଦାବି ଭୁଲ୍ ଅଟେ।

ଭାଇରାଲ୍ ପୋଷ୍ଟରେ ଣ ଅଛି?

ଟୁଇଟର୍ ୟୁଜର୍ ମହମ୍ମଦ କାସିଫ୍ ଖାନ୍ ଏହି ପୋଷ୍ଟକୁ ସେୟାର୍ କରିଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ, କରୋନା କଲର୍ ଟ୍ୟୁନ୍ ଡିଲିଟ୍ କରିବା ପାଇଁ ଏୟାରଟେଲ୍ ବ୍ୟବହାରକାରୀମାନେ 646224 # ଡାଏଲ୍ କରି, 1 ଦବାନ୍ତୁ, BSNL ବ୍ୟବହାରକାରୀ “UNSUB” ଟାଇପ୍ କରି 56700 କିମ୍ବା 56799 କୁ ଏସ୍‌ଏମ୍ଏସ୍ କରନ୍ତୁ ଓ ଭୋଡାଫୋନ୍ ବ୍ୟବହାରକାରୀମାନେ “CANCT” ଟାଇପ୍ କରି 144 କୁ ପଠାନ୍ତୁ। ସେହିପରି, ଜିଓ ବ୍ୟବହାରକାରୀ “STOP” ଲେଖି 155223 କୁ ଏସ୍‌ଏମ୍ଏସ୍ ପଠାନ୍ତୁ।

ପୋଷ୍ଟର ଆର୍କାଇଭ୍ଡ ସଂସ୍କରଣ ଏଠାରେ ଦେଖିପାରିବେ।

ତଦନ୍ତ

ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବିର ଅନୁସନ୍ଧାନ ପାଇଁ ଆମେ ପ୍ରଥମେ ଇଣ୍ଟରନେଟରେ କରୋନା କଲର୍ ଟ୍ୟୁନ୍ ହଟାଇବାର ଉପାୟ ବିଷୟରେ ସର୍ଚ୍ଚ କରିଥିଲୁ, କିନ୍ତୁ ଆମକୁ ଏୟାରଟେଲ, ବିଏସଏନଏଲ, ଭୋଡାଫୋନ୍ ଏବଂ ଜିଓର ଅଫିସିଆଲ୍ ୱେବସାଇଟରେ ଏହାକୁ ହଟାଇବା ପାଇଁ କୌଣସି ଉପାୟ ମିଳିଲା ନାହିଁ।

ଆମେ ଏୟାରଟେଲ ନମ୍ବରରୁ 646224 # ଡାଏଲ୍ କଲୁ, କିନ୍ତୁ ଆମେ ଗୋଟିଏ ମେସେଜ୍ ପାଇଲୁ ଯେ  ଆପଣ ସଠିକ୍ ଷ୍ଟ୍ରିଙ୍ଗ୍ ଡାଏଲ୍ କରିନାହାଁନ୍ତି । ତାପରେ, ଆମେ 155223 ରେ “STOP” ଲେଖି ଜିଓ ନମ୍ବରରୁ ମେସେଜ୍ କରିଥିଲୁ, କିନ୍ତୁ ଉତ୍ତରରେ ଜିଓ ନମ୍ବରରେ ପୂର୍ବରୁ ଆକ୍ଟିଭ୍ ହୋଇଥିବା ଭାଲ୍ୟୁ ଆଡେଡ୍ ସର୍ଭିସ୍‌ ଯେପରିକି ଜିଓ ଟ୍ୟୁନ୍ ସର୍ଭିସ୍ ରେଣ୍ଟାଲ୍ ପ୍ଲାନ୍ ଡିଆକ୍ଟିଭେଟ୍ କରିବା ପାଇଁ ନିର୍ଦ୍ଦେଶ ଥିବା ଏକ ମେସେଜ୍ ପାଇଥିଲୁ। ତଥାପି, ଏହା କରିବା ପରେ ମଧ୍ୟ କରୋନା କଲର୍ ଟ୍ୟୁନ୍ ଫୋନ୍‌ରୁ ହଟି  ନଥିଲା।

ଏହା ପରେ ବିଶ୍ୱାସ ନ୍ୟୁଜ୍ ଏୟାରଟେଲର କଷ୍ଟମର୍ କେୟାର୍ ଅଫିସର୍ ଇରଫାନଙ୍କ ସହ କଥା ହୋଇଥିଲା। ସେ କହିଲେ ଯେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି କଲର୍ ଟ୍ୟୁନ୍ ଲଗାଯାଇଛି ଏବଂ ଏହାକୁ ହଟାଇବା ପାଇଁ କୌଣସି ଆଦେଶ ଆସି ନାହିଁ, ତେଣୁ ବର୍ତ୍ତମାନ ଏହି କଲର୍ ଟ୍ୟୁନ୍ ଅପସାରଣ କରାଯାଇପାରିବ ନାହିଁ। ଭାଇରାଲ୍ ପୋଷ୍ଟରେ ଉଲ୍ଲେଖ କରାଯାଇଥିବା ପଦ୍ଧତିକୁ ଅନୁସରଣ କରି ମଧ୍ୟ ଏହି କଲର୍ ଟ୍ୟୁନ୍ ଅପସାରଣ କରାଯାଇପାରିବ ନାହିଁ।

ଆମେ ଜିଓର କଷ୍ଟମର୍ କେୟାର୍ ଅଫିସର୍ ଆଲମାସ୍‌ଙ୍କ ସହ ମଧ୍ୟ କଥା ହେଲୁ। ଭାଇରାଲ ପୋଷ୍ଟରେ ଦିଆଯାଇଥିବା ଦାବି ମିଥ୍ୟା ବୋଲି ସେ କହିଲେ। ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି କଲର୍ ଟ୍ୟୁନ୍ ସଂସ୍ଥାପିତ ହୋଇଛି, ଯାହା ବର୍ତ୍ତମାନ ଅପସାରଣ କରାଯାଇପାରିବ ନାହିଁ।

ଟ୍ୱିଟରରେ ଏହି ପୋଷ୍ଟକୁ ମହମ୍ମଦ କାସିଫ୍ ଖାନ୍ ନାମକ ୟୁଜର୍ ସେୟାର୍ କରିଛନ୍ତି । ତାଙ୍କର ପ୍ରୋଫାଇଲ୍ ସ୍କାନ୍ କରିବା ପରେ, ଆମେ ଜାଣିଲୁ ଯେ ସେ ଲକ୍ଷ୍ନୌର ବାସିନ୍ଦା।

निष्कर्ष: ସିଦ୍ଧାନ୍ତ: ଭାଇରାଲ୍ ପୋଷ୍ଟରେ ଦିଆଯାଇଥିବା ପଦ୍ଧତି ଦ୍ୱାରା କରୋନା କଲର୍ ଟ୍ୟୁନ୍ ଅପସାରଣ କରାଯାଇପାରିବ ନାହିଁ, ଭାଇରାଲ୍ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ଅଟେ।

  • Claim Review : कैसा साथ ? Remove करो मामला खत्म
  • Claimed By : Halima ‏حليمہ IYI ‏ @Halima_Sultan_
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later