X
X

ତଥ୍ୟ ଯାଞ୍ଚ : ସ୍ବାବ ଟେଷ୍ଟିଂ ବାହାନାରେ ଗେଟସ୍ ଫାଉଣ୍ଡେସନ୍ ଲୋକଙ୍କ ଠାରେ ମାଇକ୍ରୋଚିପ୍ ଲଗାଉ ନାହିଁ, ଭାଇରାଲ୍ ପୋଷ୍ଟ ନକଲି ଅଟେ ।

ନିଷ୍କର୍ଷ : ନାହିଁ । ଗେଟସ୍ ଫାଉଣ୍ଡେସନ୍ ସ୍ବାବ ଟେଷ୍ଟିଂ ନାମରେ ମାଇକ୍ରୋଚିପ୍ ଲଗାଉ ନାହିଁ, ଭାଇରାଲ୍ ପୋଷ୍ଟ ନକଲି ଅଟେ ।

  • By: Urvashi Kapoor
  • Published: Jul 13, 2020 at 01:01 PM
  • Updated: Jul 17, 2020 at 03:39 PM

ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଗୋଟିଏ ପୋଷ୍ଟରେ ଦାବି କରାଯାଉଛି ଯେ, କରୋନା ଭାଇରସ୍  ମହାମାରୀ ଭଳି କିଛି କଥା ନାହିଁ, ଏହା ଗେଟସ୍ ଫାଉଣ୍ଡେସନ୍ ର ଏକ କଭର୍ ଅପ୍  । ପୋଷ୍ଟରେ ଆଗକୁ ଦାବି କରାଯାଇଛି ଯେ,  ସ୍ବାବ ଟେଷ୍ଟିଂ ବାହାନାରେ ଗେଟସ୍ ଫାଉଣ୍ଡେସନ୍ ଲୋକଙ୍କ ଠାରେ ମାଇକ୍ରୋଚିପ୍ ଲଗାଉଛି । ବିଶ୍ବାସ ନ୍ୟୁଜ୍ ନିଜର ଅନୁସନ୍ଧାନରେ ଏହି ଭାଇରାଲ୍ ପୋଷ୍ଟକୁ ନକଲି ବୋଲି ଜାଣିବାକୁ ପାଇଲା ।

କଣ ଭାଇରାଲ୍ ହେଉଛି ?

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଗୋଟିଏ ପୋଷ୍ଟରେ ଦାବି କରାଯାଇଛି ଯେ, କରୋନା ଭାଇରସ୍  ମହାମାରୀ ଭଳି କିଛି କଥା ନାହିଁ ! ଆହୁରି ମଧ୍ୟ ଦାବି କରାଯାଇଛି ଯେ, ଏହି ମହାମାରୀ ବାହାନାରେ ସ୍ବାବ ଟେଷ୍ଟିଂ ନାମରେ ଲୋକଙ୍କ ଭିତରେ ବିଲ୍ ଗେଟସ୍ ମାଇକ୍ରୋଚିପ୍ ଲଗା ଯାଉଛି  ଏବଂ ଏଥିପାଇଁ ଗେଷ୍ଟ ଫାଉଣ୍ଡେସନ୍ 25 ହଜାର ଡଲାର ଦେଉଛି ।

ଭାଇରାଲ୍ ପୋଷ୍ଟର ଏକାଉଣ୍ଟ ଲିଙ୍କ୍

ଅନୁସନ୍ଧାନ

ସେଣ୍ଟର ଫର୍ ଡିଜିସ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନ୍ ( ସିଡିସି) ଅନୁଯାୟୀ, କୋଭିଡ୍ 19 ପରୀକ୍ଷା ବିଭିନ୍ନ ଶୈଳୀରୁ ପ୍ରାପ୍ତ ନମୁନାରେ କରାଯାଇ ପାରିବ, ଯାହା ମଧ୍ୟରେ ନାସୋଫେରିଂଜଲ୍ ସ୍ବାବ୍, ଛେପ ( କାଶ), ଗଳା ଫୁଲିବା ଆଦି ସାମିଲ ଅଛି  । ଏହାକୁ ପରିଚାଳନା କରିବା ପାଇଁ କିଛି ବିଶିଷ୍ଟ ଦିଶା ନିର୍ଦ୍ଦେଶ ରହଛି ଯାହା ସ୍ବାବ୍ ସଂଗ୍ରହ ପରେ କରାଯାଏ । ରାଜ୍ୟ କୋଭିଡ୍ 19 ସ୍ବାବ୍ ଟେଷ୍ଟିଂ ବେଳେ ଗଳାରେ ମାଇକ୍ରୋଚିପ୍ ଲଗାଇବା ନେଇ ଏଭଳି କୌଣସି ରିପୋର୍ଟ ନାହିଁ ।     

ଅନୁସନ୍ଧାନ ବେଳେ ଆମକୁ ଗୋଟିଏ ରିପୋର୍ଟ ମିଳିଥିଲା ଯାହାର ହେଡଲାଇନ୍ ଥିଲା, “କରୋନା ଭାଇରସ୍ ସହ ଲଢ଼ିବା ପାଇଁ ବିଲ୍ ଗେଟସ୍ ମାଇକ୍ରୋଚିପ୍ ଇମପ୍ଲାଣ୍ଟ ବ୍ୟାବହାର କରିବେ”  । ରିପୋର୍ଟରେ କରୋନା ଭାଇରସ୍ ନେଇ ପଚରା ଯାଇଥିବା ରୋଡିଟ୍ ସହ ପ୍ରଶ୍ନୋତ୍ତର କୋଟ୍ କରାଯାଇଥିଲା : “ ନିକଟରେ କାହାର କରୋନା ପରୀକ୍ଷା ହୋଇଛି ଏବଂ କିଏ କରୋନା ରୁ ଠିକ୍ ହୋଇଛନ୍ତି କିମ୍ବା ଯେବେ ଆମ ପାଖରେ ଏକ ଭାକସିନ୍ ଆସବି ଯାହାକୁ ସେ ବ୍ୟକ୍ତି ପ୍ରାପ୍ତ କରିଛନ୍ତି ତାହା ଦେଖାଇବା ପାଇଁ ଆମ ପାଖରେ କିଛି ଡିଜିଟାଲ୍ ସାର୍ଟିଫିକେଟ୍ ରହିବ ।  ”

ଏହି ମାମଲା ନେଇ ରଏଟର୍ସ ର ରିପୋର୍ଟ ଅନୁଯାୟୀ, ବିଲ୍ ଗେସଟସ୍ ସ୍ବାସ୍ଥ୍ୟ ରେକର୍ଡ ପାଇଁ, ଡିଜିଟାଲ୍ ପ୍ରମାଣପତ୍ର ରହିବାର ସମ୍ଭାବନା ଉଲ୍ଲେଖ କରିଥିଲେ । ସେବେ ସେ ଏହା କହିନଥିଲେ ଯେ, ଏ ପ୍ରମାଣପତ୍ର, “ ମାଇକ୍ରୋଚିପ୍ ପ୍ରତିରୋପଣ” ହେବ । ”

ମାମଲା ନେଇ ବିଶ୍ବାସ ନ୍ୟଜ୍ ଗେଟସ୍ ଫାଉଣ୍ଡେସନ୍ ସହ ଇମେଲ୍ ଜରିଆରେ ସମ୍ପର୍କ କରିଥିଲା ସେ ଏହାର ଉତ୍ତର ଦେଇ କହିଛନ୍ତି ଯା, “ ଆମ ସହ ସଂପର୍କ କରିଥିବାରୁ ଧନ୍ୟବାଦ କରୋନା ଟେଷ୍ଟି ବେଳେ ମାଇକ୍ରୋଚିପ୍ ଲଗାଯାଉଥିବା ଖବର ନକଲି ସେ ଆମକୁ ରଏଟର୍ସର ଆର୍ଟିକଲ୍ ଦେଖାଇଥିଲେ ଆର୍ଟିକାଲ୍ ଅନୁଯାୟୀ, “ ବିଲ୍ ଗେଟସ୍ ସ୍ବାସ୍ଥ୍ୟ ରେକର୍ଡ ପାଇଁଡିଜିଟାଲ୍ ପ୍ରମାଣପତ୍ରରହିବା ସମ୍ଭାବନା ଉପରେ ଇଲ୍ଲେଖ କରିଥିଲେ, ସେ କହିନାହାଁନ୍ତି ଯେ ପ୍ରମାଣପତ୍ର ମାଇକ୍ରୋଚିପ୍ ପ୍ରତିରୋପଣ କରି ହାସଲ ହେବ ମହାମାରୀ ସମୟରେ ଏଭଳି କୌଶଳ ଆପଣେଇବାକୁ ଆମର କୌଣସି ଯୋଜନା ନାହିଁ  

ଆମେ ଏହି ପୋଷ୍ଟ ସେୟାର୍ କରିଥିବା ଫେସବୁକ୍ ଏକାଉଣ୍ଟର ସୋସିଆଲ୍ ସ୍କାନିଂ କରିଥିଲୁ ଏବଂ ଜାଣିବାକୁ ପାଇଥିଲୁ ଯେ ୟୁଜର ଜଣଙ୍କ ଆମେରିକାରେ ରୁହନ୍ତି ।

निष्कर्ष: ନିଷ୍କର୍ଷ : ନାହିଁ । ଗେଟସ୍ ଫାଉଣ୍ଡେସନ୍ ସ୍ବାବ ଟେଷ୍ଟିଂ ନାମରେ ମାଇକ୍ରୋଚିପ୍ ଲଗାଉ ନାହିଁ, ଭାଇରାଲ୍ ପୋଷ୍ଟ ନକଲି ଅଟେ ।

  • Claim Review : ଦାବି କରାଯାଇଛି ଯେ, ଏହି ମହାମାରୀ ବାହାନାରେ ସ୍ବାବ ଟେଷ୍ଟିଂ ନାମରେ ଲୋକଙ୍କ ଭିତରେ ବିଲ୍ ଗେଟସ୍ ମାଇକ୍ରୋଚିପ୍ ଲଗା ଯାଉଛି ଏବଂ ଏଥିପାଇଁ ଗେଷ୍ଟ ଫାଉଣ୍ଡେସନ୍ 25 ହଜାର ଡଲାର ଦେଉଛି
  • Claimed By : Deborah Janney
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later