X
X

Fact Check: ଅଯୋଧ୍ୟା ଯାଉଥିବା ନାମରେ ଭାଇରାଲ୍ ହେଉଥିବା ବିରାଟ କୋହଲିଙ୍କ ଫଟେ AI ନିର୍ମିତ ଅଟେ

ନୂଆ ଦିଲ୍ଲୀ (ବିଶ୍ବାସ ନ୍ୟୁଜ୍)। 22 ଜାନୁଯାୟୀ 20224ରେ ରାମ ମନ୍ଦିରର ଅଭିଷେକ ସମ୍ପର୍ଣ୍ଣ ହୋଇଛି ଏବଂ ମନ୍ଦିରର ଗର୍ଭ ଗୃହରେ ରାମଲଲାଙ୍କ ମୂର୍ତ୍ତି ସ୍ଥାପନା କରାଯାଇଛି । ଏହି ସମାରୋହରେ ଅନେକ ମାନଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଏବେ ଏହା ସହ ଯୋଡ଼ି ହୋଇ ଗୋଟିଏ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି । ଏହି ପୋଷ୍ଟରେ ଦାବି କରାଯାଇଛି ଯେ, ବିରାଟ କୋହଲି ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହୋଇଥିଲେ ।   

ବିଶ୍ବାସ ନ୍ୟୁଜ୍ ର ଅନୁସନ୍ଧାନରେ ଏହି ଭାଇରାଲ୍ ଦାବି ଭୁଲ୍ ଜଣା ପଡ଼ିଥିଲା । ଭାଇରାଲ୍ ହେଉଥିବା ଫଟୋ ବାସ୍ତବ ଫଟୋ ନୁହେଁ । ଏହାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ( ଏଆଇ) ଟୁଲ୍ ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି । ପ୍ରକୃତରେ ବିରାଟ କୋହଲି ଅଯୋଧ୍ୟାରେ ହୋଇଥିବା ସମାରୋହକୁ ଯାଇ ନାଥିଲେ ।   

କଣ ହେଉଛି ଭାଇରାଲ୍ ?

ଫେସବୁକ୍ ୟୁଜର୍ କୈଳାଶ କୁମାର ଏହି ଭାଇରାଲ୍ ପୋଷ୍ଟକୁ ସେୟାର କରି ଶୀର୍ଷକ ଦେଇଛନ୍ତି, “ ବିରାଟ କୋହଲି ଆଜି ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଛନ୍ତି, ଜୟ ଶ୍ରୀ ରାମ ।”

ପୋଷ୍ଟର ଆର୍କାଇବ ଲିଙ୍କ୍ ଏଠାରେ ଦେଖନ୍ତୁ । 

ଅନୁସନ୍ଧାନ

ଭାଇରାଲ୍ ଫଟୋର ଅନୁସନ୍ଧାନ ପାଇଁ ଆମେ ଏଆଇ ଟୁଲ୍ ର ସାହାଯ୍ୟ ନେଇ ଥିଲୁ । ଏଆଇ ଫଟୋକୁ ଚିହ୍ନଟ କରୁଥିବା ଟୁଲ୍ ‘contentatscale.ai’ ରେ ଭାଇରାଲ୍ ଫଟୋକୁ ଅପଲୋଡ୍ କରିଥିଲୁ । ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ ଏହି ଫଟୋ ଏଆଇ ମାଧ୍ୟମରେ ପ୍ରସ୍ତୁତ ହୋଇଥିବାର 80% ସମ୍ଭାବନା ରହିଛି ।

ଆମର ଅନୁସନ୍ଧାନରେ ଆମେ ଆଉ ଏକ ଏଆଇ ଟୁଲ୍ ମାଧ୍ୟମରେ ଫଟୋ ବିଷୟରେ ଖୋଳତାଡ଼ କରିଥିଲୁ । ଏଆଇ ଟୁଲ୍ ‘isitai’ ରେ ମଧ୍ୟ ଭାଇରାଲ୍ ଫଟୋକୁ ଅପଲୋଡ୍ କରିଥିଲୁ । ଏବଂ ଏଠାରୁ ମିଳିଥିବା ପରିଣାମ ଅନୁଯାୟୀ, ଏହି ଫଟୋ 94.42% ଏଆଇ ମାଧ୍ୟମରେ ପ୍ରସ୍ତୁତ ହୋଇଛି । 

ଏ ପର୍ଯ୍ୟନ୍ତ ଆମେ କରିଥିବା ଅନୁସନ୍ଧାନରେ ଏହା ସ୍ପଷ୍ଟ ଯେ, ଭାଇରାଲ୍ ହୋଇଥିବା ଫଟୋ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ( ଏଆଇ) ଟୁଲ୍ ଦ୍ବାରା ପ୍ରସ୍ତୁତ ହୋଇଛି । ବିଶ୍ବାସ ନ୍ୟୁଜ୍ ବିରାଟ କୋହଲୀ ରାମ ମନ୍ଦିର ଯିବା ନେଇ ଗୋଟିଏ ତଥ୍ୟ- ଯାଞ୍ଜ ଖବର କରିଥିଲା । ତାହାର ରିପୋର୍ଟ ଅନୁଯାୟୀ, କୋହଲୀ ସମାରୋହରେ ସାମିଲ ହୋଇ ନଥିଲେ ସମ୍ପୁର୍ଣ୍ଣ ରିପୋର୍ଟ ଏଠାରେ ପଢ଼ାଯାଇ ପାରିବ । 

ଏହି ଫଟୋ ନେଇ ଆମେ ଏଆଇ ବିଶେଷଜ୍ଞ ଏବଂ ଏଆଇ ଉପରେ କାମ କରୁଥିବା ଅମର ସିହ୍ନାଙ୍କ ସହ ଯୋଗାଯୋଗ କରିଥିଲୁ । ତାଙ୍କ କହିବା ଅନୁଯାୟୀ ଫଟୋ ଏଆଇ ଟୁଲରେ ପ୍ରସ୍ତୁତ ହୋଇଛି । ଏଭଳି ଅନେକ ଟୁର୍ ରହିଛି ଯାହାକୁ ଉପଯୋଗ କରି ଅତି ସହଜରେ ଏଆଇ ଫଟୋ ପ୍ରସ୍ତୁତ ହୋଇ ପାରିବ । 

ବିଶ୍ବାସ ନ୍ୟୁଜ୍ ୱେବସାଇଟ୍ ରେ ଏଆଇ ସମ୍ବନ୍ଧୀୟ ଅନ୍ୟ ତଥ୍ୟ- ଯାଞ୍ଚ ରିପୋର୍ଟ ପଢ଼ାଯାଇ ପାରିବ ।

ଶେଷରେ ଆମେ ପୋଷ୍ଟକୁ ସେୟାର କରିଥିବା ୟୁଜରଙ୍କ ଆକାଉଣ୍ଟ ସ୍କାନ୍ କରିଥିଲୁ । ଏହି ୟୁଜରଙ୍କୁ 5 ହଜାର ବ୍ୟକ୍ତି ଫଲୋ କରୁଥିବା ଜଣା ପଡ଼ିଥିଲା । ଏହି ବ୍ୟକ୍ତି ଜଣଙ୍କ ଲକ୍ଷ୍ନୌରେ ରୁହନ୍ତି । 

ନିଷ୍କର୍ଷ: ବିଶ୍ବାସ ନ୍ୟୁଜ୍ ର ଅନୁସନ୍ଧାନରେ ଜଣା ପଡ଼ିଥିଲା ଯେ ଭାଇରାଲ୍ ହେଉଥିବା ଫଟୋ ବାସ୍ତବିକ ନୁହେଁ, ଏହା ଆର୍ଟଫିସିଆଲ୍ ଇଣ୍ଟେଲିଜେନ୍ସି ( ଏଆଇ) ଟୁଲ୍ ଦ୍ବାରା ପ୍ରସ୍ତୁତ ହୋଇଛି ।  ବିରାଟ କୋହଲୀ ଅଯୋଧ୍ୟା ରାମ ମନ୍ଦିର କାର୍ଯ୍ୟକ୍ରମରେ ସାମିଲ ହେବା ଖବର ମଧ୍ୟ ନକଲି ଅଟେ ।   

  • Claim Review : ବିରାଟ କୋହଲୀ ଆଜି ଅଯୋଧ୍ୟା ରାମ ମନ୍ଦିକ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି
  • Claimed By : ଫେସବୁକ୍ ଯୁଜର୍ : କୈଳାଶ କୁମାର
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later