ତଥ୍ୟ ଯାଞ୍ଚ: ହିଜାବ ବିରୋଧରେ ହୋଇଥିବା ବିରୋଧ ପ୍ରଦର୍ଶନର ଭିଡିଓ ସାମ୍ପ୍ରଦାୟିକ ଦାବି ସହ ସେୟାର୍ କରାଯାଉଛି
- By: Pragya Shukla
- Published: Oct 31, 2022 at 11:14 PM
ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) କିଛି ଦିନ ତଳେ ବ୍ରିଟେନର ଲେଷ୍ଟର ସହରେ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପରେ ହିଂସା ଉପୁଜିଥିଲା । ଏହା ସହ ଯୋଡ଼ି ସୋସିଆଲ୍ ମିଡିଆରେ ଏକ ଭିଡିଓ ଆଜିକାଲି ବହୁତ ଭାଇରାଲ୍ ହେଉଛି । ଏହି ଭିଡିଓରେ ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ନେଇ ଯାଉଥିବା ନଜରକୁ ଆସୁଛି । ଏହା ମଧ୍ୟରେ ଉତ୍ୟକ୍ତ ଲୋକେ ଆସି ତାଙ୍କୁ ମାରିବାରେ ଲାଗୁଛନ୍ତି । ଏହି ଭିଡିଓକୁ ସେୟାର୍ କରି ଦାବି କରାଯାଉଛି ଯେ, ଏହି ବ୍ୟକ୍ତିଙ୍କ ନାମ ରିଜୱାନ୍ । ଏବଂ ଏହି ସେହି ବ୍ୟକ୍ତି ଯିଏ ଲଣ୍ଡନ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ଉତ୍ୟକ୍ତ ଲୋକେ ତାଙ୍କୁ ପୋଲିସ୍ ଉପସ୍ଥିତିରେ ମାରିଥିଲେ ।
ବିଶ୍ବାସ ନ୍ୟୁଜର ଅନୁସନ୍ଧାନରେ ଏହି ଭାଇରାଲ୍ ଦାବି ଭୁଲ୍ ପ୍ରମାଣିତ ହେଲା । ଭାଇରାଲ୍ ଭିଡିଓ ହିଜାବ ବିରୋଧୀ ଆନ୍ଦୋଳନ ସମୟର ଅଟେ । ଯାହାକୁ ଏବେ ସାମ୍ପ୍ରଦାୟିକ ରଙ୍ଗ ଦେଇ ଭୁଲ୍ ଦାବି ସହ ସୋସିଆଲ୍ ମିଡିଆରେ ସେୟାର କରାଯାଉଛି ।
ଭାଇରାଲ୍ ପୋଷ୍ଟରେ ଅଛି କଣ ?
ଟ୍ବିଟର ୟୁଜର୍ ମାହି ଯାଦବ ଭାଇରାଲ୍ ଭିଡିଓକୁ ସେୟାର୍ କରି କ୍ୟାପ୍ସନରେ ଲେଖିଛନ୍ତି, “ଇଂଲଣ୍ଡର ବର୍ମିଂଘମରେ ମନ୍ଦିର ଉପରେ ଆକ୍ରମଣ କରିଥିବା ମୋହମ୍ମଦ ରିଜ୍ବାନକୁ ପୋଲିସ୍ ଥାନାରୁ କୋର୍ଟ ନେଇ ଯାଉଥିଲେ । କିନ୍ତୁ ସେଠାରେ ରହୁଥିବା ହିନ୍ଦୁମାନଙ୍କୁ ଜଣା ପଡ଼ିଗଲା- ଏହା ପରେ ହେଲା କଣ – ଆପଣ ନିଜେ ହିଁ ଦେଖନ୍ତୁ ॥ ହିନ୍ଦୁ ଜାଗି ଉଠୁଛନ୍ତି, ତେଣିକି ସେ ଯେଉଁ ଦେଶରେ ରୁହନ୍ତୁ !”
ପୋଷ୍ଟର ଆର୍କାଇଭ୍ ଲିଙ୍କ୍ ଏଠାରେ ଦେଖାଯାଇ ପାରିବ ।
ଅନୁସନ୍ଧାନ
ଭାଇରାଲ୍ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଭିଡିଓର କେତେକ କି ଫ୍ରେମ ବାହାର କଲୁ ଏବଂ ଏହାକୁ ଗୁଗଲ୍ ରିଭର୍ସ ଇମେଜ ଜରିଆରେ ଖୋଜିଲୁ । ଏ ସମୟରେ ଆମକୁ ଭାଇରାଲ୍ ଭିଡିଓ ସହ ସମ୍ବନ୍ଧୀୟ ଏକ ରିପୋର୍ଟ News.com.au ର ୱେବସାଇଟରରେ ମିଳିଥିଲା । ଏହି ରିପୋର୍ଟ 28 ସେପ୍ଟେମ୍ବର 2022ରେ ପ୍ରକାଶ କରାଯାଇଥିଲା । ରିପୋର୍ଟରେ ଥିବା ସୂଚନା ଅନୁଯାୟୀ, ଏହା ହିଜାବ ପ୍ରଦର୍ଶନ ସମୟର ଅଟେ ।
ଅନ୍ୟ ଏକ ରିପୋର୍ଟ ଏସପି ନ୍ୟୁଜ୍ ୱେବସାଇଟରେ 26 ସେପ୍ଟେମ୍ବର 2022ରେ ପ୍ରକାଶ ହୋଇଥିବା ମିଳିଥିଲା । ଖବର ଅନୁଯାୟୀ, କିଛି ବ୍ୟକ୍ତି ଲଣ୍ଡନରେ ଇରାନ ଦୂତାବାସ ସାମ୍ନାରେ ବିଜାବ ବିରୋଧରେ ପ୍ରଦର୍ଶନ କରୁଥିଲେ । କିନ୍ତୁ କିଛି ସମୟ ପରେ ଏହି ପ୍ରଦର୍ଶନ ହିଂସାର ରୂପ ନେଇଯାଇଥିଲା । ଯାହାକୁ ନିୟନ୍ତ୍ରଣ କରିବା ସମୟରେ 12 ବ୍ୟକ୍ତି ଗିରଫ ହୋଇଥିଲେ ।
ଅନୁସନ୍ଧାନ ସମୟରେ ଆମକୁ ଏହି ପ୍ରଦର୍ଶନ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଭିଡିଓ ଡେଲି ମେଲ୍ ର ଔପଚାରିକ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଦେଖିବାକୁ ମିଳିଥିଲା । ଏହାକୁ 22 ସେପ୍ଟେମ୍ବର 2022ରେ ସେୟାର୍ କରାଯାଇଥିଲା । ଏହି ଭିଡିଓର 3 ମିନିଟ 38 ସେକେଣ୍ଡରେ ଭାଇରାଲ୍ ଭିଡିଓର ଅଂଶକୁ ଦେଖାଯାଇ ପାରିବ ।
ଅଧିକ ସୂଚନା ପାଇଁ ଆମେ ଲଣ୍ଡନର ସାମ୍ବାଦିକ ନାଓମି କ୍ୟାଣ୍ଟୋନଙ୍କ ସହ ଯୋଗାଯୋଗ କରିଥିଲୁ । ଆମେ ଭାଇରାଲ୍ ହୋଇଥିବା ଭିଡିଓକୁ ତାଙ୍କ ସହ ସେୟାର କରିଥିଲୁ । ସେ ଆମକୁ କହିଥିଲେ କି, ଭାଇରାଲ୍ ଭିଡିଓର କୌଣସି ସାମ୍ପ୍ରଦାୟିକ ଆଙ୍ଗେଲ୍ ନାହିଁ । ଏହା ବର୍ମିଂଘମର ଭିଡିଓ । ଏହା ହିଜାବ ପ୍ରଦର୍ଶନ ସମୟର ଭିଡିଓ ।
ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଇରାନରେ ମହିଳାମାନେ ଗତ କିଛି ବର୍ଷ ଧରି ଇସଲାମିର କଟ୍ଟରବାଦ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏହା ମଧ୍ୟରେ 22 ବର୍ଷୀୟ ମହସା ଅମିନିଙ୍କୁ ହିଜାବ ନୀୟମ ଉଲଂଘନ ଅଭିଯୋଗରେ ଗିରଫ କରାଯାଇଥିଲା ଏବଂ ତାଙ୍କର ପୋଲିସ ହେପାଜତରେ ଥିବା ବେଳେ ମୃତ୍ୟୁ ହୋଇଥିଲା । ଏହାପରେ ଇରାନ ସମେତ ଅନେକ ଦେଶରେ ହିଜାବ ବିରୋଧରେ ପ୍ରଦର୍ଶନ ହେଉଛି ।
ଭିଡିଓକୁ ଭ୍ରମାତ୍ମକ ଦାବି ସହ ସେୟାର କରିଥିବା ୟୁଜର୍ ମାହି ଯାଦବଙ୍କ ପ୍ରୋଫାଇଲର ଆମେ ସ୍କାନିଂ କରିଥିଲୁ । ତାଙ୍କର 2709 ଫଲୋୟର୍ସ ଅଛନ୍ତି । ମାହି ଯାଦବ 2022ରୁ ଟ୍ବିଟରରେ ସକ୍ରିୟ ଅଛନ୍ତି ।
ନିଷ୍କର୍ଷ : ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ଇଂଲଣ୍ଡର ବର୍ମିଘମରେ ମନ୍ଦିର ଉପରେ ଆକ୍ରମଣ ନାମରେ ଭାଇରାଲ୍ ଭିଡିଓ ନେଇ କରାଯାଉଥିବା ଦାବି ଭୁଲ୍ ପ୍ରମାଣିତ ହେଲା । ଭାଇରାଲ୍ ଭିଡିଓ ସାମ୍ପ୍ରଦାୟିକ ଘଟଣାର ନୁହେଁ, ଏହା ହିଜାବ ବିରୋଧୀ ଆନ୍ଦୋଳନ ସମୟର ଅଟେ । ଯାହାକୁ ଏବେ ଭୁଲ୍ ଦାବି ସହ ସୋସିଆଲ୍ ମିଡିଆରେ ସେୟାର୍ କରାଯାଉଛି ।
- Claim Review : ଇଂଲଣ୍ଡର ବର୍ମିଘମରେ ମନ୍ଦିର ଉପରେ ଆକ୍ରମଣ କରିଥିବା ମହମ୍ମଦ ରିଜ୍ବାନଙ୍କୁ ପୋଲିସ୍ ଥାନାରୁ କୋର୍ଟ ନେଉଥିଲା । ଏହା ସେଠାକାର ହିନ୍ଦୁଙ୍କୁ ଜଣା ପଡ଼ିଯାଇଥିଲା । ଏହା ପରେ ସେମାନେ ରିଜ୍ବାନଙ୍କୁ ବହୁତ ମାରିଥିଲେ ।
- Claimed By : ମାହି ଯାଦବ
- Fact Check : False
Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.