ତଥ୍ୟ ଯାଞ୍ଚ: ‘ଭାରତ ଯୋଡ଼’ ଯାତ୍ରା ସମୟର ରାହୁଲ ଗାନ୍ଧୀଙ୍କ ଫଟୋ ଏଡିଟ୍ କରି ଭୁଲ ଦାବି ସହ ହେଉଛି ଭାଇରାଲ୍
- By: Jyoti Kumari
- Published: Oct 28, 2022 at 12:48 PM
ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ଭାରତ ଯୋଡ଼’ ଯାତ୍ରା କରୁଛନ୍ତି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ସମାପ୍ତି ଜାମ୍ମୁ- କାଶ୍ମୀରରେ ହେବ । ‘ଭାରତ ଯୋଡ଼’ ଯାତ୍ରା ସମ୍ବନ୍ଧରେ ଅନେକ ନକଲି ପୋଷ୍ଟ ଭାଇରାଲ୍ ହେଉଛି । ଏମିତି ଏକ ଭାଇରାଲ୍ ଫଟୋ, ଯେଉଁଠି ରାହୁଲ ଗାନ୍ଧୀଙ୍କୁ ଲମ୍ବା କେଶ ଏବଂ ବଢିଥିବା ଦାଢ଼ି ସହ ଦେଖା ଯାଇ ପାରିବ । ଏହି ଫଟୋକୁ ସେୟାର୍ କରି ଦାବି କରାଯାଇଛି ଯେ, ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ରାହୁଲ ଗାନ୍ଧୀ ପିଏମ୍ ମୋଦିଙ୍କ ନକଲ କରୁଛନ୍ତି । ସୋସିଆଲ୍ ମିଡିଆରେ ଅେକ ୟୁଜର୍ସ ଏହି ଫଟୋକୁ ସେୟାର୍ କରୁଛନ୍ତି । ବିଶ୍ବାସ ନ୍ୟୁଜ୍ ଭାଇରାଲ୍ ଦାବିର ଅନୁସନ୍ଧାନ କରିଥିଲା ଏବଂ ଏହାକୁ ଭୁଲ୍ ପାଇଥିଲା । ଫଟୋକୁ ଏଡିଟ୍ କରି ଭୁଲ୍ ଦାବି ସହ ସେୟାର୍ କରାଯାଉଛି ।
କଣ ଅଛି ଭାଇରାଲ୍ ପୋଷ୍ଟରେ
ଫେସବୁକ୍ ୟୁଜର୍ ବିନୋଦ ପଲାୟା 20 ଅକ୍ଟୋବରରେ ଏହି ଫଟୋକୁ ସେୟାର କରି ଲେଖିଛନ୍ତି, “ ରାହୁ ଏବଂ ଶନି ରାହୁଲ ଗାନ୍ଧୀଙ୍କ ପିଛା ଛାଡ଼ି ଦେଲେ ଆମ ମୋଦୀଙ୍କ ଭଳି ନକଲ କରି ଏହି ଦାଢ଼ି ନକଲି ମୋଦି ହୋଇ ପାରନ୍ତି, Narendra Modi ତାଙ୍କର କି ଅବସ୍ଥା କରି ଦେଇଛନ୍ତି….”
ଭାଇରାଲ୍ ପୋଷ୍ଟର କ୍ଲେମକୁ ଏଠାରେ ଲେଖାଯାଇଛି । ଏହାକୁ ସତ ମାନି ଅନ୍ୟ ୟୁଜର୍ସ ମଧ୍ୟ ଏହାକୁ ଭାଇରାଲ୍ କରୁଛନ୍ତି । ପୋଷ୍ଟର ଆର୍କାଇଭ୍ ଭର୍ସନ ଏଠାରେ ଦେଖାଯାଇ ପାରିବ ।
ଅନୁସନ୍ଧାନ
ଭାଇରାଲ୍ ଫଟୋର ଅନୁସନ୍ଧାନ ପାଇଁ ଆମେ ଏହାକୁ ଗୁଗଲ୍ ରିଭର୍ସ ଇମେଜରେ ଖୋଜିଥିଲୁ । ଏ ସମୟରେ ଆମକୁ ଏହି ଫଟୋ 18 ଅକ୍ଟୋବର, 2022ରେ କଂଗ୍ରେସ ପାର୍ଟି ର ଔପଚାରିକ ହ୍ୟାଣ୍ଡେଲରେ କରାଯାଇଥିବା ଟ୍ବିଟ୍ ରେ ମିଳିଥିଲା । ଫଟୋ ସହ ହିନ୍ଦୀରେ ଶୀର୍ଷକ ଲେଖାଯାଇଛି, “ ଜଣେ ଯୋଦ୍ଧା ଭଳି ଆତ୍ମା, ଜଣେ ସନ୍ଥ – ହାସ୍ୟ ଭଳି । ଏହା ପଛରେ ଆସି ସାରା ଭାରତ ଅଛି । ଭାରତ ଯୋଡ ଯାତ୍ରା”। ତଳେ ଆପଣ ଦୁଇ ଫଟୋ ମଧ୍ୟରେ ବିଭେଦ ଦେଖି ପାରିବେ ।
ଅନୁସନ୍ଧାନକୁ ଆଗକୁ ଜାରି ରଖି ଆମେ ରାହୁଲ ଗାନ୍ଧୀଙ୍କ ସୋସିଆଲ୍ ମିଡିଆହ୍ୟାଣ୍ଡେଲ ଘାଣ୍ଟିଥିଲୁ । ଆମକୁ ସେଠାରେ ରାହୁଲ ଗାନ୍ଧୀଙ୍କ ଭାଇରାଲ୍ ଫଟୋ ଲୁକ ଥିବା ଦାବି ସମ୍ବନ୍ଧୀୟ କୌଣସି ପୋଷ୍ଟ ମିଳି ନଥିଲା ।
ଅନୁସନ୍ଧାନ ପାଇଁ ଆମେ ଗୁଗଲ୍ ଓପନ ସର୍ଚ୍ଚର ସାହାଯ୍ୟ ନେଇଥିଲୁ । ଆମକୁ ଏଭଳି ଅନେକ ଖବର ମିଳିଥିଲା, ଯେଉଁଥିରେ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ମନ୍ତ୍ରାଳୟରେ ନିଜ ପଦଯାତ୍ରା ପୁଣି ଆରମ୍ଭ କରିବାର ଖବର ଥିଲା । ଖବରରେ ଥିବା ଫଟେରେ ମଧ୍ୟ ହାଲକା ଦାଢ଼ି ଏବଂ ଛୋଟ କେଶ ସହ ଦେଖାଯାଇ ପାରିବ ।
ଭାରତ ଯୋଡ଼ର ଔପଚାରିକ ଟ୍ବିଟର ହ୍ୟାଣ୍ଡେଲରେ 21 ଅକ୍ଟୋବର 2022ରେ ଆରମ୍ଭ ହୋଇଥିବା ଯାତ୍ରା ଭିଡିଓରେ ଦେଖାଯାଉଥିବା ରାହୁଲ ଗାନ୍ଧୀଙ୍କ ଲୁକ୍ ଭାଇରାଲ୍ ଫଟରୁ ଅଲଗା ଅଟେ ।
ଅଧିକ ସୂଚନା ପାଇଁ ଆମେ ରାହୁଲ ଗାନ୍ଧୀଙ୍କ ସହ ଏହି ଯାତ୍ରାରେ ସମ୍ପୃକ୍ତ ଥିବା ନେତା ରାଜପାଲ ବିଷ୍ଟଙ୍କ ସହ ସଂପର୍କ କରିଥିଲୁ । ସେ ଆମକୁ କହିଥିଲେ ଯେ ଏହି ଭାଇରାଲ୍ ଦାବି ଭୁଲ୍ ଅଟେ । ଭାଇରାଲ୍ ଫଟେ ଏଡିଟେଡ୍ ହୋଇଛି ।
ଅନୁସନ୍ଧାନ ଶେଷରେ ଆମେ ପୋଷ୍ଟକୁ ସେୟାର କରିଥିବା ୟୁଜରଙ୍କ ଅନୁୟନ୍ଧାନ କରିଥିଲୁ । ଅନୁସନ୍ଧାନରୁ ଜଣା ପଡ଼ିଥିଲା ଯେ, ୟୁଜର୍ ମଧ୍ୟ ପ୍ରଦେଶର ଭୋପାଳ ସହରର । ଫେସବୁକରେ ଏହି ୟୁଜରଙ୍କର 5 ହଜାରରୁ ଅଧିକ ଫ୍ରେଣ୍ଡ୍ ଅଛନ୍ତି ।
ନିଷ୍କର୍ଷ : ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ଭାଇରାଲ୍ ଦାବି ଭୁଲ୍ ଜଣା ପଡ଼ିଥିଲା । ସୋସିଆଲ୍ ମିଡିଆରେ ଭାଇରାଲ୍ ରାହୁଲ ଗାନ୍ଧୀଙ୍କ ଲମ୍ବା ଦାଢ଼ି ଫଟୋ ଏଡିଟ୍ ହୋଇଛି । ଯାହାକୁ ଭୁଲ୍ ଦାବି ସହ ସେୟାର୍ କରାଯାଉଛି ।
- Claim Review : ଭାରତ ଯୋଡ଼ ଯାତ୍ରା ସମୟର ରାହୁଲ ଗାନ୍ଧୀଙ୍କ ଫଟୋ
- Claimed By : ବିନୋଦ ପଲୟା
- Fact Check : Misleading
Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.