X
X

ତଥ୍ୟ ଯାଞ୍ଚ: ଅଖିଲେଶ ଯାଦବଙ୍କ ଭାଇରାଲ୍ ଭିଡିଓ ଏଡିଟ୍ କରାଯାଇଛି, ସୋସିଆଲ୍ ମିଡିଆ ୟୁଜର୍ସ ସତ ଭାବି କରିଛନ୍ତି ଭାଇରାଲ

ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବଙ୍କ ଭାଇରାଲ୍ ଭିଡିଓ ଏଡିଡେଟ୍ ବୋଲି ଜଣା ପଡ଼ିଥିଲା । ଅନୁସନ୍ଧାନରୁ ଜଣା ପଡ଼ିଥିଲା ଯେ, ଉତ୍ତର ପ୍ରଦେଶର ଔରୈୟାର ଏକ ସଭାର ଭିଡିଓକୁ ହେରଫେର କରି ନକଲ ଦାବି ସହ ଭାଇରାଲ୍ କରାଯାଇଛି ।

ନୂଆ ଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟର୍ମରେ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି । 30 ସେକେଣ୍ଡର ଏହି ଭିଡିଓରେ ଅଖିଳେଶ ଯାଦବଙ୍କୁ କହୁଥିବା ଦେଖାଯାଇ ପାରୁଛି : ‘ଯେଉଁମାନଙ୍କୁ ଆଇନକୁ ହାତକୁ ନେବାର ଅଛି, ଆଇନକୁ ମାନିବାର ନାହିଁ, ସେମାନେ ସମାଜବାଦୀ ପାର୍ଟିକୁ ଭୋଟ ଦିଅନ୍ତୁ । ଯାହାକୁ ଗରିବମାନଙ୍କ ଉପରେ ଅନ୍ୟାୟ କରିବାର ଅଛି, ସେ ସମାଜବାଦୀ ପାର୍ଟିକୁ ଭୋଟ୍ ଦିଅନ୍ତୁ ।’

ବିଶ୍ବାସ ନ୍ୟୁଜ୍ ଏହି ଭାଇରାଲ୍ ଭିଡିଓର ବିସ୍ତାର ଭାବେ ଅନୁସନ୍ଧାନ ପାଇଁ ଅନଲାଇନ୍ ଟୁଲ୍ସ ର ବ୍ୟବହାର କରିଥିଲା । ଜଣା ପଡ଼ିଲା ଯେ ଅଖିଳେଶ ଯାଦବଙ୍କ ଭାଇରାଲ୍ ଭିଡିଓ ଏକ ଏଡିଡ୍ ହୋଇଥିବା ଭିଡିଓ । ଅସଲି ଭିଡିଓକୁ ହେରଫେର କରାଯାଇ ଭାଇରାଲ୍ ଭିଡିଓ ପ୍ରସ୍ତୁତ କରାଯାଇଛି ।

କଣ ଭାଇରାଲ୍ ହେଉଛି

ଫେସବୁକ୍ ୟୁଜର୍ ଦୁଷ୍ୟନ୍ତ ସିଂହ ଗହରୱାର୍ 19 ଫେବୃୟାରୀରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି :

ଫେସବୁକ୍ ପୋଷ୍ଟ  ର କେଣ୍ଟେଣ୍ଟକୁ ଏଠାରେ ଦେଖାଯାଇ ପାରିବ । ଏହାର ଆର୍କାଇବ୍ଡ ଭର୍ସନ ଏଠାରେ ଦେଖନ୍ତୁ । ଫେସବୁକରେ ମଧ୍ୟ କିଛି ଅନ୍ୟ ୟୁଜର୍ସ ଏହି ଭିଡିଓକୁ ପୋଷ୍ଟ କରି ସମାନ ଦାବି କରିଛନ୍ତି ।

ଅନୁସନ୍ଧାନ

ଅସଲି ଭିଡିଓ ସମାଜବାଦୀ ପାର୍ଟିର ୟୁଟ୍ୟୁବ୍ ଚ୍ୟାନେଲରେ ମିଳିଥିଲା । ଏହାକୁ 15 ଫେବୃୟାରୀ 2022ରେ ଲାଇଭ୍ କରାଯାଇଥିଲା । ଅଖିଳେଶ ଯାଦବ ୟୁପିର ଔରିୟାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରୁଥିଲେ । ଅସଲି ଭିଡିଓର 23:54 ରୁ 23:16 ମିନିଟ ମଧ୍ୟରେ ଅଖିଳେଶ ଯାଦବଙ୍କୁ ଏହା କହୁଥିବା ପରିଷ୍କାର ଶୁଣାଯାଇ ପାରିବ ଯେ : ‘ଯାହାକୁ ଆଇନକୁ ହାତରେ ନେବାର ଅଛି, ଆଇନକୁ ମାନିବାର ନାହିଁ, ସେମାନେ ସମାଜବାଦୀ ପାର୍ଟିକୁ ଭୋଟ୍ ଦିଅନ୍ତୁ ନାହିଁ । ଯାହାକୁ ଗରିବଙ୍କ ଉପରେ ଅନ୍ୟାୟ କରିବାର ଅଛି, ସେମାନେ ସମାଜବାଦୀ ପାର୍ଟିକୁ ଭୋଟ୍ ଦିଅନ୍ତୁ ନାହିଁ ।

ଅସଲି ଭିଡିଓର ନାହିଁ ଉଲ୍ଲେଖ ଥିଲା ଶବ୍ଦକୁ ଏଡିଡ୍ କରି ହଟାଇ ଦିଆଯାଇଛି । ଯାହାଦ୍ବାରା ଅଖିଳେଶ ଯାଦବଙ୍କ ଭାଷଣର ଅର୍ଥ ସମ୍ପୂର୍ଣ୍ଣ ବଦଳିଯାଇଛି ।

ଅଧିକ ଅନୁସନ୍ଧାନ କରି ବିଶ୍ବାସ ନ୍ୟୁଜ୍ ଦୈନିକ ଜାଗରଣର ଔରୈଆ ରିପୋର୍ଟର୍ ଜିତେନ୍ଦ୍ରଙ୍କ ସହ ସଂପର୍କ କରିଥିଲା । ସେ ସମାଜବାଦୀ ପାର୍ଟିର ଜିଲ୍ଲା ଅଧ୍ୟକ୍ଷ ରାଜବୀର ଯାଦବଙ୍କ ସହ ସଂପର୍କ କରି ବିଶ୍ବାସ ନ୍ୟୁଜ୍ କୁ କହିଥିଲେ ଯେ, ଭାଇରାଲ୍ ହେଉଥିବା ଭିଡିଓ ଏଡିଡ୍ ହୋଇଛି । ଯେପରି ତଥ୍ୟ ଭାଇରାଲ୍ ହେଉଛି ପ୍ରକୃତରେ ଅଖିଳେଶ ଯାଦବ ଏପରି କିଛି କହି ନଥିଲେ ।

ଅନୁସନ୍ଧାନର ଶେଷ ପର୍ଯ୍ୟାୟରେ ବିଶ୍ବାସ ନ୍ୟୁଜ୍ ଫେସବୁକ୍ ୟୁଜର୍ସ ଦୁଷ୍ୟନ୍ତ ସିଂହ ଗହରୱାଲଙ୍କ ସୋସିଆଲ୍ ସ୍କାନିଂ କରିଥିଲା । ଏହି ୟୁଜର୍ସ ଅଖିଳେଶ ଯାଦବଙ୍କ ଏଡିଟ୍ ହୋଇଥିବା ଭିଡିଓକୁ ନିଜ ଏକାଉଣ୍ଟରେ ଅପଲୋଡ୍ କରିଥିଲେ । ଏହି ୟୁଜର୍ସ ଉତ୍ତର ପ୍ରଦେଶର କାସଗଞ୍ଜର ବୋଲି ଜଣା ପଡିଥିଲା । ତାଙ୍କର 4.9 ହଜାର ବନ୍ଧୁ ଅଛନ୍ତି ।

निष्कर्ष: ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବଙ୍କ ଭାଇରାଲ୍ ଭିଡିଓ ଏଡିଡେଟ୍ ବୋଲି ଜଣା ପଡ଼ିଥିଲା । ଅନୁସନ୍ଧାନରୁ ଜଣା ପଡ଼ିଥିଲା ଯେ, ଉତ୍ତର ପ୍ରଦେଶର ଔରୈୟାର ଏକ ସଭାର ଭିଡିଓକୁ ହେରଫେର କରି ନକଲ ଦାବି ସହ ଭାଇରାଲ୍ କରାଯାଇଛି ।

  • Claim Review : ଫେସବୁକ୍ ୟୁଜର୍ ଦୁଷ୍ମନ୍ତ ସିଂହ ଗହରୱାଲ୍
  • Claimed By : ଅଖିଳେଶ ଯାଦବଙ୍କ ଭିଡିଓ
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later