X
X

ତଥ୍ୟ ଯାଞ୍ଚ: ଏହି ଫଟୋ ହାଫିଜ୍ ଏ- କୁରାନ୍ ହୋଇଥିବା ବାପା ଏବଂ ଝିଅଙ୍କର ଅଟେ, ସୋସିଆଲ୍ ମିଡିଆରେ ଭୁଲ୍ ଦାବି ଭାଇରାଲ୍ ହେଉଛି

କୁରାନ୍ ପାଠ ସମ୍ପୂର୍ଣ୍ଣ କରି ହାଫିଜ୍- ଏ କୁରାନ୍ ବନିଥିବା ବାପା ଏବଂ ଝିଅଙ୍କ ଫୋଟୋକୁ ଭୁଲ୍ ଦାବି ସହ ସୋସଲିଆଲ୍ ମିଡିଆରେ ସେୟାର୍ କରାଯାଉଛି ।

ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍) ସୋସିଆଲ୍ ମିଡିଆରେ ଜଣେ ମୁସଲିମ୍ ବ୍ୟକ୍ତି ଏବଂ ଝିଅର ଫୋଟୋ ଭାଇରାଲ୍ ହେଉଛି । ଏହାକୁ ନେଇ ଦାବି କରାଯାଉଛି ଯେ, ଏହି ଫୋଟୋ ଜଣେ ମୁସଲିମ ପିତାଙ୍କର ଅଟେ, ଯିଏ ନିଜର ନଅ ବର୍ଷର ଝିଅଙ୍କୁ ବିବାହ କରିଛନ୍ତି । ବିଶ୍ବାସ ନ୍ୟୁଜ୍ ଅନୁସନ୍ଧାନରେ ଏହି ଖବର ମିଥ୍ୟା ଏବ ସମ୍ପ୍ରଦାୟ ବିରୋଧରେ ଖରାପ ପ୍ରଚାର କରିବା ମାମଲା ବୋଲି ଜଣା ପଡ଼ିଛି ଏହା ପୂର୍ବରୁ ମଧ୍ୟ ଏହି ଫୋଟୋ ସୋସିଆଲ୍ ମିଡିଆରେ ସମାନ ଦାବି ନେଇ ଭାଇରାଲ୍ ହୋଇଥିଲା ।

ଆମେ ଆମ ଅନୁସନ୍ଧାନରୁ ଜାଣିବାକୁ ପାଇଲୁ ଯେ, ଫୋଟୋରେ ନଜର ଆସୁଥିବା ମୁସଲିମ ବ୍ୟକ୍ତି ଏବଂ ଝିଅ ସ୍ବାମୀ- ସ୍ତ୍ରୀ ନୁହେଁ, ସେମାନେ ବାପା- ଝିଅ । ସେମାନେ ଏକାଠି ନିଜର ଧାର୍ମିକ ଗ୍ରନ୍ଥ କୁରାନ୍ ପାଠ ସମାପ୍ତ କରିଥିଲେ ।

କଣ ଭାଇରାଲ୍ ହେଉଛି ?

ସୋସଲିଆଲ୍ ମିଡିଆ ୟୁଜର ‘Abhay Thakur Rajawat‎’ ଭାଇରାଲ୍ ଫୋଟୋକୁ ସେୟାର୍ କରି ଲେଖିଛନ୍ତି ଯେ, ” 9 ବର୍ଷୀୟ ଝିଅକୁ ପତ୍ନୀ ମାନୁଥିବା ଏବଂ 9 ବର୍ଷୀୟ ଝିଅକୁ ଦେବୀ ମାନୁଥିବା ବ୍ୟକ୍ତିମାନେ କେବେ ବି ଭାଇ- ଭାଇ ହୋଇ ପାରିବେ ନାହିଁ !”
ଅନ୍ୟ କେତେକ ୟୁଜର୍ ଏହି ସମାନ ଦାବି କରି ଏବି ଫୋଟୋକୁ ନିଜ ପ୍ରୋଫାଇଲରେ ସେୟାର କରିଛନ୍ତି ।

ଅନୁସନ୍ଧାନ

ଗୁଗଲ୍ ରିଭର୍ସ ଇମେଜ୍ ସର୍ଚ୍ଚ ରେ ଭାଇରାଲ୍ ଫୋଟୋକୁ ଖୋଜିବାରୁ ଆମକୁ ଏହା www.islamicboard.com ୱେବସାଇଟ ରେ ଥିବା ଏକ ରିପୋର୍ଟରେ ମିଳିଥିଲା ।

କୁରାନ୍ ପାଠ ସମ୍ପୂର୍ଣ୍ଣ କରିଥିବା ଛୋଟ ଝିଅମାନଙ୍କ ବିଷୟରେ ଏହି ରିପୋର୍ଟରେ ତଥ୍ୟ ଦିଆଯାଇଛି । ଭାଇରାଲ୍ ହୋଇଥିବା ଫୋଟୋ ମଧ୍ୟ ଏହା ସମ୍ବନ୍ଧୀୟ ଅଟେ । ଏଥିରେ ନଜର ଆସିଛି ଯେ ସମ୍ପୃକ୍ତ ବ୍ୟକ୍ତି ଏବଂ ଝିଅ ବାପା- ଝିଅ ଅଟନ୍ତି ଓ ସେମାନେ ସାଥିରେ କୁରାନ୍ ପାଠ ସମ୍ପୂର୍ଣ୍ଣ କରି ହାଫିଜ୍ – ଏ- କୁରାନ୍ ବନିଯାଇଛନ୍ତି । ଏହି ଫୋଟୋ ସେହି ଅବସରର ଅଟେ ।

ଖୋଜିବା ବେଳେ ଆମକୁ ଏହି ଫଟୋ ସୋସିଆଲ୍ ମିଡିଆରେ ମଧ୍ୟ ମିଳିଥିଲା, ଯେଉଁଥିରେ ସମାନ ଦାବି କରି ସେୟାର୍ କରଯାଇଥିଲା । 23 ସେପ୍ଟେମ୍ବର 2018 ରେ ‘ISLAM’ ପେଜ୍ ରୁ ମଧ୍ୟ ଏହି ଫୋଟୋ ସେୟାର୍ କରାଯାଇଥିଲା । ଫୋଟୋକୁ ସେୟାର୍ କରି ଉଲ୍ଲେଖ ହୋଇଛି ଯେ ଏହି ବାପା- ଝିଅ ସାଥିରେ କୁରାନ୍ ପାଠ ସମ୍ପୂର୍ଣ୍ଣ କରିଛନ୍ତି ।

2016ରେ ଫେସବୁକରେ ଅନେକ ପ୍ରୋଫାଇଲ୍ ରେ ଏହି ଫୋଟୋକୁ ସମାନ ଦାବି କରି ସେୟାର କରାଯାଇଥିଲା । ଏବଂ ସବୁ ପୋଷ୍ଟରେ ଏହାକୁ ହାଫିଜ୍- ଏ କୁରାନ୍ ବନିଥିବା ବାପା- ଝିଅଙ୍କ ଫୋଟୋ ବୋଲି କୁହାଯାଇଥିଲା ।

ତେବେ, ବିଶ୍ବାସ ନ୍ୟୁଜ୍ ଏହି ଦୁଇଜଣଙ୍କର ସ୍ବତନ୍ତ୍ର ପରିଚୟର ପୁଷ୍ଟି କରୁ ନାହିଁ । କିନ୍ତୁ ଏହା ସ୍ପଷ୍ଟ ଯେ, ଫୋଟୋବେ ବାପା- ଝିଅ ଅଛନ୍ତି, ଯେଉଁମାନେ ସାଥିରେ କୁରାନ୍ ପାଠ କରି ହାଫିଜ୍- ଏ – କୁରାନ୍ ହେବାରେ ସଫଳ ହୋଇଥିଲେ ।

ଏହି ଫୋଟୋ ସମ୍ବନ୍ଧରେ ଆମେ ଇସଲାମ୍ ମାମଲାର ବିଶେଷଜ୍ଞ ସଗୀର ଅହମ୍ମଦଙ୍କୁ ମଧ୍ୟ ସଂପର୍କ କରିଥିଲୁ । ସେ କହିଥିଲେ ଯେ, ‘ହାଫିଜ୍- ଏ- କୁରାନ୍ ର ଅର୍ଥ ହେଉଛି ସମ୍ପୃକ୍ତ ବ୍ୟକ୍ତି ପବିତ୍ର ଗ୍ରନ୍ଥକୁ ସମ୍ପୂର୍ଣ୍ଣ ମନେ ରଖିଛନ୍ତି । ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ କିଛି ମାସ ରୁ ଏକ ବର୍ଷ ସମୟ ଲାଗି ପାରେ ।’
ଭାଇରାଲ୍ ଫୋଟୋକୁ ସେୟାର୍ କରିଥିବା ୟୁଜର୍ ଙ୍କ ପ୍ରୋଫାଇଲ୍ ଫେସବୁକ୍ ରେ ମେ 2021 ରୁ ସକ୍ରିୟ ହୋଇଛି ।

निष्कर्ष: କୁରାନ୍ ପାଠ ସମ୍ପୂର୍ଣ୍ଣ କରି ହାଫିଜ୍- ଏ କୁରାନ୍ ବନିଥିବା ବାପା ଏବଂ ଝିଅଙ୍କ ଫୋଟୋକୁ ଭୁଲ୍ ଦାବି ସହ ସୋସଲିଆଲ୍ ମିଡିଆରେ ସେୟାର୍ କରାଯାଉଛି ।

  • Claim Review : ଜଣେ ମୁସଲିମ୍ ପିତା ତାଙ୍କ 9 ବର୍ଷୀୟ ଝିଅକୁ ବିବାହ କରିଛନ୍ତି
  • Claimed By : ଏଫ୍ ବି ୟୁଜର୍
  • Fact Check : False
False
Symbols that define nature of fake news
  • True
  • Misleading
  • False

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later