ତଥ୍ୟ ଯାଞ୍ଚ: ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀ ସି ଜିନପିଙ୍ଗଙ୍କ ଫଟୋ ସେୟାର କରି ଏ ଟ୍ବିଟ୍ କରି ନାହାଁନ୍ତି, ନକଲି ଟ୍ବିଟ୍ ଭାଇରାଲ୍ ହୋଇଛି
ବିଶ୍ବାସ ନ୍ୟୁଜ୍ ଭାଇରାଲ୍ ଟ୍ବିଟର ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା ଯେ, ଏହି ଟ୍ବିଟ୍ ନକଲି ଅଟେ। ସିପିଆଇ (ଏମ୍) ନେତା ସୀତାରାମ୍ ୟେଚୁରୀ, ସି ଜିନ୍ ପିଙ୍ଗ୍ ଙ୍କୁ ନେଇ କୌଣସି ଟ୍ବିଟ୍ କରି ନାହାଁନ୍ତି।
- By: Umam Noor
- Published: Jan 10, 2022 at 04:44 PM
ନୂଆଦିଲ୍ଲୀ ( ବିଶ୍ବାସ ନ୍ୟୁଜ୍)। ସୋଲିଆଲ୍ ମିଡିଆରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ( ମାର୍କ୍ସବାଦୀ) ପାର୍ଟିର ନେତା ସୀତାରାମ ୟେଚୁରୀଙ୍କ ନାମରେ ଏକ ସ୍କ୍ରିନ୍ ସଟ୍ ଭାଇରାଲ୍ ହେଉଛି, ଯେଉଁଥିରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ତାଙ୍କ ସହ ହାତ ମିଳାଉଥିବା ଦେଖାଯାଇଛି, ଏଥିସହ ଲେଖା ହୋଇଛି ଯେ, ମୋ ବସ୍ ସହ ଦେଖା କରି ବହୁତ ଖୁସି ଲାଗୁଛି। ବର୍ତ୍ତମାନ ସେହି ଟ୍ବିଟ୍ କୁ ସତ ଧରି ନେଇ ଫେସ୍ ବୁକ୍ ଏବଂ ଅନ୍ୟ ପ୍ଲାଟଫର୍ମରେ ଥିବା ଯୁଜର୍ସ ଏହାକୁ ସେୟାର କରୁଛନ୍ତି। ଯେତେବେଳେ ବିଶ୍ବାସ ନ୍ୟୁଜ୍ ଏହି ଟ୍ବିଟ୍ ର ଅନୁସନ୍ଧାନ କରିଥିଲେ, ଏହି ଟ୍ବିଟ୍ ନକଲି ବୋଲି ଜାଣିବାକୁ ପାଇଥିଲା। ସୀତାରାମ୍ ୟେଚୁରୀ ଏଭଳି କୌଣସି ଟ୍ବିଟ୍ କରି ନାହାଁନ୍ତି।
ଭାଇରାଲ୍ ପୋଷ୍ଟରେ କଣ ଅଛି ?
ଫେସବୁକ୍ ୟୁଜର୍ ଭାଇରାଲ୍ ଟ୍ବିଟ୍ କୁ ସେୟାର୍ କରିଥିଲେ, ଯେଉଁଥିରେ ଇଂରାଜୀରେ ଲେଖାଥିଲା,
ପୋଷ୍ଟ ର ଆର୍କାଇବ୍ ସଂସ୍କରଣ ଏଠାରେ ଦେଖନ୍ତୁ।
ଅନୁସନ୍ଧାନ
ନିଜର ଅନୁସନ୍ଧାନ ଆରମ୍ଭ କରି ଆମେ ପ୍ରଥମେ ସୀତାରାମ ୟେଚୁରୀଙ୍କ ଅଫିସିଆଲ୍ ଟ୍ବିଟର୍ ହ୍ୟାଣ୍ଡେଲ୍ ଦେଖିଥିଲୁ। ସେଠାରେ ଖୋଜାଖୋଜି କରିବା ପରେ ଆମକୁ ଭାଇରାଲ୍ ଟ୍ବିଟ୍ ମିଳିନଥିଲା।
ଟ୍ବିଟର୍ ଆଡଭାନ୍ସ ସର୍ଚ୍ଚ କରିବା ପରେ ଆମେ CPI (M)ର ଅଫିସିଆଲ୍ ଟ୍ବିଟର୍ ହ୍ୟାଣ୍ଡେଲ୍ ରେ 22 ଜୁନ୍ 2020ରେ ଭାଇରାଲ୍ ଟ୍ବିଟ୍ ର ସ୍କ୍ରିନ୍ ସଟ୍ ସେୟାର କରାଯାଇଥିବା ମିଳିଥିଲା। ଏଠାରେ ଟ୍ବିଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ସୀତାରାମ ୟେଚୁରୀଙ୍କ ନାମରେ ଯେଉଁ ସ୍କ୍ରିନସଟ୍ ଭାଇରାଲ୍ କରାଯାଇଛି, ତାହା ନକଲି ଅଟେ। ଖଣ୍ଡନ କରାଯାଇଥିବା ଏହି ଟ୍ବିଟ୍ ତଳେ ଦେଖାଯାଇ ପାରିବ।
ପୋଷ୍ଟ ସମ୍ବନ୍ଧୀୟ ପୁଷ୍ଟୀକରଣ ପାଇଁ ଆମେ ସିପିଆଇଏମ୍ ନେତା ଟିକେନ୍ଦ୍ର ସିଂହ ପଁୱରଙ୍କ ସହ ଯୋଗାଯୋଗ କରିଥିଲୁ ଏବଂ ଭାଇରାଲ୍ ପୋଷ୍ଟକୁ ତାଙ୍କ ସହ ସେୟାର କରିଥିଲୁ। ସେ ଆମକୁ କହିଥିଲେ ଯେ, ଏହି ପୋଷ୍ଟ 2020ରେ ମଧ୍ୟ ଭାଇରାଲ୍ ହୋଇଥିଲା ଏବଂ ଏହା ଏକ ନକଲି ଟ୍ବିଟ୍।
ଏଥର ଏହି ପୋଷ୍ଟ ସେୟାର୍ କରିଥିବା ଫେସବୁକ୍ ୟୁଜର୍ ଙ୍କ ସୋସିଆଲ୍ ସ୍କାନିଂ କରିବାର ଥିଲା। ଆମେ ଜାଣିବାକୁ ପାଇଥିଲୁ ଯେ, ୟୁଜର୍ Gurunatha Rao କର୍ଣ୍ଣାଟକରେ ରୁହନ୍ତି ଏବଂ ଫେସବୁକ୍ ରେ ସକ୍ରିୟ ଅଟନ୍ତି।
निष्कर्ष: ବିଶ୍ବାସ ନ୍ୟୁଜ୍ ଭାଇରାଲ୍ ଟ୍ବିଟର ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା ଯେ, ଏହି ଟ୍ବିଟ୍ ନକଲି ଅଟେ। ସିପିଆଇ (ଏମ୍) ନେତା ସୀତାରାମ୍ ୟେଚୁରୀ, ସି ଜିନ୍ ପିଙ୍ଗ୍ ଙ୍କୁ ନେଇ କୌଣସି ଟ୍ବିଟ୍ କରି ନାହାଁନ୍ତି।
- Claim Review : ସିପିଆଇଏମ୍ ନେତା ସୀତାରାମ୍ ୟେଚୁରୀଙ୍କ ଟ୍ବିଟ୍ ଭାଇରାଲ୍
- Claimed By : Gurunatha Rao
- Fact Check : False
Know the truth! If you have any doubts about any information or a rumor, do let us know!
Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.