X
X

ଫ୍ୟାକ୍ଟ ଚେକ୍: କର୍ଣ୍ଣାଟକରେ କୁଖ୍ୟାତ ଅପରାଧୀ ଅନୱର ଶେଖ୍‌ର ହତ୍ୟା ଭିଡିଓକୁ ରାଜସ୍ଥାନର ଦର୍ଶାଇ ସାମ୍ପ୍ରଦାୟିକ ରଙ୍ଗ ସହିତ ଭାଇରାଲ୍ କରାଯାଉଛି

ନିଷ୍କର୍ଷ: କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ କୁଖ୍ୟାତ ଅପରାଧୀ ଅନୱର୍‌ ଶେଖ୍‌ ଛଦ୍ମନାମ ଟାଇଗର ଅନୱର୍‌ର ହତ୍ୟାକାଣ୍ଡ ଭିଡିଓକୁ ରାଜସ୍ଥାନର ଟୋଙ୍କର ଦର୍ଶାଯାଇ ସାମ୍ପ୍ରଦାୟିକ ରଙ୍ଗ ସହିତ ଭାଇରାଲ ହେବାରେ ଲାଗିଛି।

ନୂଆଦିଲ୍ଲୀ (ବିଶ୍ୱାସ ନ୍ୟୁଜ୍)। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କିଛି
ଲୋକଙ୍କୁ ଜଣେ ବ୍ୟକ୍ତି ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଦାବି
ହେଉଛି ଯେ ଏହି ଭିଡିଓ ରାଜସ୍ଥାନର ଟୋଙ୍କରୁ ଆସିଛି ଯେଉଁଠାରେ ମୁସଲମାନମାନେ ଜଣେ
ହିନ୍ଦୁ ଯୁବକଙ୍କୁ ହତ୍ୟା କରିଛନ୍ତି।

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନ କରି ଜାଣି ପାରିଛି ଯେ ଭାଇରାଲ ହେଉଥିବା ଭିଡିଓ ରାଜସ୍ଥାନର
ଟୋଙ୍କରେ ଘଟିଥିବା କୌଣସି ଘଟଣା ସହ ଜଡିତ ନୁହେଁ। କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ ଜଣେ
କୁଖ୍ୟାତ ଅପରାଧୀକୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଯାଇଥିବା ଭିଡିଓକୁ ସାମ୍ପ୍ରଦାୟିକ ରଙ୍ଗ ଦେଇ
ଭାଇରାଲ ହେଉଛି।

ଭାଇରାଲ୍ ପୋଷ୍ଟରେ କଣ ଅଛି?

ଭାଇରାଲ୍ ଭିଡିଓ (ଆର୍କାଇଭ୍‌ଡ ଲିଙ୍କ୍) ସେୟାର୍ କରିବାବେଳେ ଫେସବୁକ୍ ୟୁଜର୍ ‘ଓମପ୍ରକାଶ
ଚୌଧୁରୀ’ ଲେଖିଛନ୍ତି, ଏହା ହେଉଛି ସୈତାନମାନଙ୍କର ରହସ୍ୟ… ଜଣେ ହିନ୍ଦୁ ଭାଇଙ୍କୁ 4 ଜଣ
ମୁସଲମାନ ମିଶି ଧାରୁଆ କୁରାଢ଼ୀରେ ମାରୁଛନ୍ତି, ଏହି ଭିଡିଓ ରାଜସ୍ଥାନ ଟୋଙ୍କର ମାଲପୁରରୁ
ଆସିଛି । ଏହାକୁ ଅଧିକରୁ ଅଧିକ କରନ୍ତୁ ଯାହା ଦ୍ୱାରା ଏହି ଅପରାଧୀମାନେ ଧରାପଡ଼ିବେ ଏବଂ
ସେମାନଙ୍କୁ କଠୋର ଦଣ୍ଡ ଦିଆ ଯାଇପାରିବ, ଆପଣଙ୍କ ପାଖରେ ଥିବା ସବୁ ଗ୍ରୁପ୍‌କୁ ଏହି
ଭିଡିଓ ପଠାନ୍ତୁ।

ସୋସିଆଲ ମିଡିଆରେ ଅନ୍ୟ ଉପଭୋକ୍ତାମାନେ ମଧ୍ୟ ସେହି ସମାନ ଦାବି ସହିତ ଭିଡିଓ ସେୟାର
କରିଛନ୍ତି।

ଅନୁସନ୍ଧାନ

ଇନ ଭିଡ୍ ଟୁଲ୍ ସାହାଯ୍ୟରେ ଆମେ ଅନୁସନ୍ଧାନ ଆରମ୍ଭ କଲୁ। ଭାଇରାଲ୍ ହେଉଥିବା ଭିଡିଓର
ସ୍କ୍ରିନସଟ୍‌କୁ ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚରେ, ଆମେ 9 ଅଗଷ୍ଟ 2021 ରେ ୟୁଟ୍ୟୁବରେ ‘ଜନଶକ୍ତି
ନ୍ୟୁଜ୍’ ନାମକ ଏକ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ପାଇଲୁ, ଯାହା ଭାଇରାଲ
ହେଉଥିବା ଭିଡିଓ ସହ ମେଳ ଖାଉଛି।

ଭିଡିଓ ସହିତ କନ୍ନଡ ଭାଷାରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଘଟଣା ହାଭେରୀରେ
ହୋଇଥିବା କୌଣସି ହତ୍ୟାକାଣ୍ଡ ସହ ଜଡିତ। ସମାନ ଭିଡିଓକୁ ଆମେ ‘Goanvarta Live’
ନାମକ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରାଯାଇଥିବାର ପାଇଲୁ।

ଆମେ ଏହି ଭିଡିଓକୁ ଅନ୍ୟ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ପାଇଲୁ। ସେଥିରେ ଦିଆଯାଇଥିବା
ସୂଚନା ଅନୁଯାୟୀ ଏହି ଭିଡିଓ ଗ୍ୟାଙ୍ଗଷ୍ଟର ଅନୱର ଶେଖ୍‌ର ହତ୍ୟା ସହିତ ଜଡ଼ିତ। କର୍ଣ୍ଣାଟକର
ହାଭେରୀରେ ଶେଖ୍‌କୁ ହତ୍ୟା କରାଯାଇଥିଲା ଏବଂ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଇମ୍ରାନ
ଚୌଧୁରୀକୁ ପୋଲିସ ଗିରଫ କରିଛି।

ଏହି ସମସ୍ତ କୀ ୱର୍ଡ ବ୍ୟବହାର କରି, ଆମେ ଅନେକଗୁଡ଼ିଏ ନ୍ୟୁଜ୍‌ ରିପୋର୍ଟ ପାଇଲୁ,
ଯେଉଁଥିରେ ଏହି ହତ୍ୟାକାଣ୍ଡର ବିବରଣୀ ରହିଛି। ଅଗଷ୍ଟ 11 ରେ ‘ଟାଇମ୍ସ ଅଫ୍ ଇଣ୍ଡିଆ’ର
ୱେବସାଇଟରେ ପ୍ରକାଶିତ ରିପୋର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁର୍ଦ୍ଦାନ୍ତ ଅପରାଧୀ
ଅନୱର ଶେଖ୍‌ ଛଦ୍ମନାମ ଟାଇଗର ଅନୱରକୁ ରବିବାର (ଅଗଷ୍ଟ 10) ଦିନ କର୍ଣ୍ଣାଟକର
ହାଭେରୀ ଜିଲ୍ଲାର ସଭାନୁରରେ ସର୍ବସାଧାରଣରେ ହତ୍ୟା କରାଯାଇଛି।

ରିପୋର୍ଟ ଅନୁଯାୟୀ, ଏହି ହତ୍ୟା ପଛର କାରଣ ହେଉଛି ଚୋରାଚାଲାଣର ପରିମାଣ ଦାବି କରିବା
ଏବଂ ପୋଲିସ ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇମ୍ରାନ ଚୌଧୁରୀକୁ ଗିରଫ କରିଛି ଏବଂ
ଅନ୍ୟ ତିନି ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣେ କୁଖ୍ୟାତ ଅପରାଧୀ
ଥିଲା ଏବଂ ଗୋଆର ବିଭିନ୍ନ ପୋଲିସ ଷ୍ଟେସନରେ ତା ବିରୋଧରେ ଚାନ୍ଦା ଆଦାୟ ସମ୍ବନ୍ଧୀୟ
ମୋଟ 26ଟି ମାମଲା ରୁଜୁ ହୋଇଥିଲା।

ନ୍ୟୁଜ୍ ସର୍ଚ୍ଚରେ, ଆମେ ଅଗଷ୍ଟ 11 ରେ heraldgoa.in ୱେବସାଇଟରେ ପ୍ରକାଶିତ ଏକ
ରିପୋର୍ଟ ପାଇଲୁ, ଯେଉଁଥିରେ ସଭାନୁର ପୋଲିସ ଷ୍ଟେସନର ଅଧିକାରୀ ଦେବନନ୍ଦ ନାୟକଙ୍କ
ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଘଟଣାର ଚାରିଜଣ ଅଭିଯୁକ୍ତ (ଇମ୍ରାନ ଚୌଧୁରୀ –
28) , ତନବୀର ଚୌଧୁରୀ -24, ଅବୀର ଚୌଧୁରୀ -22 ଏବଂ ରେହାନ ଚୌଧୁରୀ -20)ଙ୍କୁ
ଗିରଫ କରାଯାଇଛି ଏବଂ ଏହି ସମସ୍ତ ଅଭିଯୁକ୍ତ ହାଭେରୀ ଜିଲ୍ଲାର ସଭାନୁର ନଗରର ବାସିନ୍ଦା
ଅଟନ୍ତି।

ଭାଇରାଲ ଭିଡିଓ ଏବଂ ମାମଲା ସମ୍ପର୍କରେ ସୂଚନାକୁ ନିଶ୍ଚିତ କରିବା ପାଇଁ ଆମେ ସଭାନୁର
ପୋଲିସ ଷ୍ଟେସନ ଅଧିକାରୀ ଦେବନନ୍ଦ ନାୟକଙ୍କ ସହ ଯୋଗାଯୋଗ କରିଥିଲୁ। ସେ କହିଛନ୍ତି,

“ଏହି ମାମଲାରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଛି। ଏହି
ହତ୍ୟାର କୌଣସି ସାମ୍ପ୍ରଦାୟିକ ଦିଗ ନାହିଁ। ହତ୍ୟା କରାଯାଇଥିବା ବ୍ୟକ୍ତି ଜଣେ କୁଖ୍ୟାତ ଅପରାଧୀ
ଥିଲା ଏବଂ ତା ବିରୋଧରେ ବିଭିନ୍ନ ପୋଲିସ ଷ୍ଟେସନରେ ଅନେକ ମାମଲା ରୁଜୁ ହୋଇଥିଲା।“

ଅର୍ଥାତ୍ ଭାଇରାଲ ହେଉଥିବା ଭିଡିଓ କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ ହୋଇଥିବା ହତ୍ୟାକାଣ୍ଡର
ଭିଡିଓ ଅଟେ ଯେଉଁଥିରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ନାମ ଅନୱର ଶେଖ ଛଦ୍ମନାମ
ଟାଇଗର ଅନୱର। କିନ୍ତୁ ଭିଡ଼ିଓ ସହିତ ଦାବି କାରଯାଉଛି ଯେ ମୃତ୍ୟୁବରଣ କରିଥିବା ବ୍ୟକ୍ତି
ଜଣେ ହିନ୍ଦୁ ଏବଂ ଘଟଣାଟି ରାଜସ୍ଥାନର ଟୋଙ୍କରେ ଘଟିଛି।

ଏକ ମିଥ୍ୟା ଏବଂ ସାମ୍ପ୍ରଦାୟିକ ରଙ୍ଗ ସହିତ ଭାଇରାଲ୍ ଭିଡିଓ ସେୟାର କରିଥିବା ୟୁଜର୍
ଫେସବୁକ୍ ପ୍ରୋଫାଇଲରେ ନିଜକୁ ରାଜସ୍ଥାନର ନାଗୌର ମାରୱାଡ୍‌ର ବାସିନ୍ଦା ବୋଲି
ଦର୍ଶାଇଛନ୍ତି।

निष्कर्ष: ନିଷ୍କର୍ଷ: କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ କୁଖ୍ୟାତ ଅପରାଧୀ ଅନୱର୍‌ ଶେଖ୍‌ ଛଦ୍ମନାମ ଟାଇଗର ଅନୱର୍‌ର ହତ୍ୟାକାଣ୍ଡ ଭିଡିଓକୁ ରାଜସ୍ଥାନର ଟୋଙ୍କର ଦର୍ଶାଯାଇ ସାମ୍ପ୍ରଦାୟିକ ରଙ୍ଗ ସହିତ ଭାଇରାଲ ହେବାରେ ଲାଗିଛି।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later