X
X

ଫ୍ୟାକ୍ଟ ଚେକ୍: କର୍ଣ୍ଣାଟକର ଏକ ଗାଁ ରାସ୍ତାରେ ବାହାରିଥିବା କୁମ୍ଭୀରର ଫଟୋ ମହାରାଷ୍ଟ୍ର ନାମରେ ଭାଇରାଲ ହେଉଛି

ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ କୁମ୍ଭୀରର ଭାଇରାଲ୍ ଭିଡିଓ ସହିତ କରାଯାଇଥିବା ଦାବି ମିଥ୍ୟା ପ୍ରାମାଣିତ ହୋଇଛି। ଏହି ଭାଇରାଲ ଭିଡିଓ କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଅଟେ, ଯାହା ମହାରାଷ୍ଟ୍ର ନାମରେ ସେୟାର କରାଯାଉଛି।

  • By: ameesh rai
  • Published: Aug 7, 2021 at 01:15 PM

ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ କୁମ୍ଭୀରର ଭାଇରାଲ ଭିଡିଓ ସହିତ କରାଯାଇଥିବା ଦାବି ଭ୍ରମାତ୍ମକ ପ୍ରମାଣିତ ହୋଇଛି। ଏହି ଭାଇରାଲ ଭିଡିଓ କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରୁ ଆସିଛି ଯାହା ମହାରାଷ୍ଟ୍ର ନାମରେ ସେୟାର କରାଯାଉଛି।

ବିଶ୍ୱାସ ନ୍ୟୁଜ୍ (ନୂଆଦିଲ୍ଲୀ)। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ଗୋଟିଏ କୁମ୍ଭୀର ରାସ୍ତାରେ ଯାଉଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଭାଇରାଲ ଭିଡିଓ ମହାରାଷ୍ଟ୍ରର ଚିପଲୁନର ଅଟେ। ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ ଭାଇରାଲ୍ ଭିଡିଓ ସହ କରାଯାଇଥିବା ଦାବି ଭୁଲ୍ ବୋଲି ଜଣାପଡ଼ିଛି। ଏହି ଭାଇରାଲ ଭିଡିଓ କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରୁ ଆସିଛି ଯାହାକୁ ମହାରାଷ୍ଟ୍ର ନାମରେ ସେୟାର କରାଯାଉଛି।

କଣ ଭାଇରାଲ୍ ହେଉଛି

ଭାଇରାଲ୍ ଭିଡିଓ ପୋଷ୍ଟ କରି ଫେସବୁକ୍ ପେଜ୍ A ସାର୍ ଇଂରାଜୀରେ ଲେଖିଛନ୍ତି, ‘ଚିପଲୁନ୍‌ରେ  ରାସ୍ତାରେ ଚାଲୁଛି କୁମ୍ଭୀର।’ ଏହି ପୋଷ୍ଟର ଆର୍କାଇଭ୍ଡ ଭର୍ସନ୍ ଏଠାରେ କ୍ଲିକ୍ କରି ଦେଖା ଯାଇପାରିବ।

ଅନୁସନ୍ଧାନ

ବିଶ୍ୱାସ ନ୍ୟୁଜ୍ କୁମ୍ଭୀରର ଭାଇରାଲ୍ ଭିଡିଓ ଅନୁସନ୍ଧାନ କରିବାକୁ, ପ୍ରଥମେ ଭିଡିଓ ଯାଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ଟୁଲ୍ InVID ବ୍ୟବହାର କଲା। ଆମେ InVID ଟୁଲ୍ ସାହାଯ୍ୟରେ ଭାଇରାଲ୍ ଭିଡିଓର କୀ ଫ୍ରେମ୍ ବାହାର କଲୁ। ଆମେ ସେହି କୀଫ୍ରେମ୍ ଗୁଡ଼ିକରେ ଗୁଗୁଲ୍ ରିଭର୍ସ ଇମେଜ୍ ସର୍ଚ୍ଚ ଟୁଲ୍ ବ୍ୟବହାର କଲୁ। ବରିଷ୍ଠ ଭାରତୀୟ ଜଙ୍ଗଲ ସେବା (ଆଇଏଫଏସ୍) ଅଧିକାରୀ ରମେଶ ପାଣ୍ଡେଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଆମେ ଏହି ଭାଇରାଲ୍ ଭିଡିଓର ସଂକ୍ଷିପ୍ତ ଅଂଶ ପାଇଲୁ। ଆଇଏଫ୍ଏସ୍ ଅଧିକାରୀ ରମେଶ ପାଣ୍ଡେ, ଜୁଲାଇ 1, 2021 ରେ ଏକ ଟୁଇଟରେ ଏହି ଭାଇରାଲ ଭିଡିଓକୁ କର୍ଣ୍ଣାଟକ ଦାନ୍ଦେଲିର କୋଗିଲାବନା ଗ୍ରାମର ବୋଲି ବର୍ଣ୍ଣନା କରିଛନ୍ତି। କୁମ୍ଭୀରକୁ ଉଦ୍ଧାର କରାଯାଇଥିବା ମଧ୍ୟ ସେ ଟ୍ୱିଟରେ କହିଛନ୍ତି। ଏହି ଟୁଇଟ୍ ନିମ୍ନରେ ଦେଖିପାରିବେ।

ଆଇଏଫ୍ଏସ୍ ଅଧିକାରୀ ରମେଶ ପାଣ୍ଡେଙ୍କ ଟ୍ୱିଟରୁ ମିଳିଥିବା ସୂଚନାକୁ ଆଧାର କରି ଆମେ ଇଣ୍ଟରନେଟରେ ଭାଇରାଲ ଭିଡିଓ ଅନୁସନ୍ଧାନ କଲୁ। ନ୍ୟୁଜ୍ ଏଜେନ୍ସି ପିଟିଆଇ ସୌଜନ୍ୟ ସହ ଜୁଲାଇ 1, 2021 ରେ ଡେକାନ୍ ହେରାଲ୍ଡର ୱେବସାଇଟରେ ଭାଇରାଲ ଭିଡିଓରୁ ନିଆଯାଇଥିବା ଏକ ଫଟୋ ପାଇଲୁ। ଏହି ରିପୋର୍ଟରେ କୁହାଯାଇଛି ଯେ କର୍ଣ୍ଣାଟକର ଡାଣ୍ଡେଲିର କୋଗିଲାବନା ଗାଁରେ କାଳୀ ନଦୀରୁ ବାହାରି ଏକ କୁମ୍ଭୀର ରାସ୍ତାରେ ବୁଲୁଥିବା ଦେଖାଯାଇଥିଲା। ରିପୋର୍ଟ ଅନୁଯାୟୀ, ଜଙ୍ଗଲ ଅଧିକାରୀମାନେ କୁମ୍ଭୀରକୁ ନଦୀରେ ଛାଡି ଦେବାରେ ସଫଳ ହୋଇଥିଲେ। ସେହିଭଳି ଜୁଲାଇ 1, 2021 ରେ ହିନ୍ଦୁସ୍ତାନ ଟାଇମ୍ସର ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟରେ କର୍ଣ୍ଣାଟକରେ ଏହି ଘଟଣା ବିଷୟରେ ଉଲ୍ଲେଖ କରାଯାଇଛି।

ବିଶ୍ୱାସ ନ୍ୟୁଜ୍ ଏପର୍ଯ୍ୟନ୍ତ କରିଥିବା ଅନୁସନ୍ଧାନ ପ୍ରମାଣିତ କରିଛି ଯେ ଭାଇରାଲ୍ ଭିଡିଓ କର୍ଣ୍ଣାଟକର ଅଟେ। ମହାରାଷ୍ଟ୍ରର ଚିପଲୁନ୍ ସହିତ ଏହାର କୌ ଣସି ସମ୍ପର୍କ ନାହିଁ। ବିଶ୍ୱାସ ନ୍ୟୁଜ୍ ଏହି ଭାଇରାଲ୍ ଦାବିକୁ କର୍ଣ୍ଣାଟକର ଦାନ୍ଦେଲି ପୋଲିସ୍ ପିଏସ୍ଆଇଙ୍କ ସହିତ ସେୟାର କରିଥିଲା। ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଏହା ହେଉଛି ଦାନ୍ଦେଲି ଗ୍ରାମାଞ୍ଚଳର ଘଟଣା।

ଏହି ଭାଇରାଲ୍ ଦାବି ସେୟାର୍ କରୁଥିବା ଫେସବୁକ୍ ପେଜ୍ A ସାର୍ ଆମେ ସ୍କାନ୍ କରିଥିଲୁ। ଫ୍ୟାକ୍ଟ ଚେକ୍ କରାଯିବା ପର୍ଯ୍ୟନ୍ତ ଏହି ପେଜ୍ର 342 ଫଲୋଅର୍ସ ଥିଲେ।

निष्कर्ष: ନିଷ୍କର୍ଷ: ବିଶ୍ୱାସ ନ୍ୟୁଜ୍ ଅନୁସନ୍ଧାନରେ କୁମ୍ଭୀରର ଭାଇରାଲ୍ ଭିଡିଓ ସହିତ କରାଯାଇଥିବା ଦାବି ମିଥ୍ୟା ପ୍ରାମାଣିତ ହୋଇଛି। ଏହି ଭାଇରାଲ ଭିଡିଓ କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଅଟେ, ଯାହା ମହାରାଷ୍ଟ୍ର ନାମରେ ସେୟାର କରାଯାଉଛି।

Know the truth! If you have any doubts about any information or a rumor, do let us know!

Knowing the truth is your right. If you feel any information is doubtful and it can impact the society or nation, send it to us by any of the sources mentioned below.

ଟ୍ୟାଗ୍ସ

Post your suggestion

No more pages to load

ଲେଖା ସମ୍ବନ୍ଧୀୟ

Next pageNext pageNext page

Post saved! You can read it later